ବର୍ଷା ପୂର୍ବରୁ ଲୁଣା, କରାଣ୍ଡିଆ ବନ୍ଧ ସୁଦୃଢ଼ ଦାବି

କେନ୍ଦ୍ରାପଡ଼ା,୧୯ା୩ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ଲୁଣା ଓ କରାଣ୍ଡିଆ ଦ୍ୱୀପାଞ୍ଚଳରେ ଥିବା ୧୩ ରାଜସ୍ବ ଗ୍ରାମ ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ଅଛି। ସହରଠାରୁ ୧୦ କି.ମି. ଦୂରରେ ଥିବା ଏହି ଦ୍ୱୀପାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳଯୋଗାଣ ଆଦି ମୌଳିକ ସମସ୍ୟା ଲାଗିରହିଛି। ଏବେ ଲୁଣା କରାଣ୍ଡିଆ ନଦୀ ଶୁଖିଲା ପଡ଼ିଛି। ୧୩ ଗ୍ରାମରେ ଦୈନନ୍ଦିନ କାର୍ଯ୍ୟ ପାଇଁ ପାଣି ପାଉନାହାନ୍ତି। ଅପରପକ୍ଷରେ ମୌସୁମୀ ସମୟରେ ଏହି ୨ ନଦୀ ଭୟଙ୍କର ହେଉଛି। ନଦୀଜଳ ୧୩ ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି। ବର୍ଷା ପୂର୍ବରୁ ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ଏହି ଅଞ୍ଚଳରେ ଦାବି ଜୋର୍‌ଦାର ହୋଇଛି। ଦ୍ୱୀପାଞ୍ଚଳର ୧୩ ଗ୍ରାମ ୩ ବ୍ଲକ୍‌ ଅଧୀନ ୫ ପଞ୍ଚାୟତରେ ଅଛି। ମାର୍ଶାଘାଇ ବ୍ଲକ ଆଇତିପୁର ପଞ୍ଚାୟତର ଆଇତିପୁର, ବଳରାମପୁର, ବାଳିସିଂ, ଜଳପୋକ ପଞ୍ଚାୟତ ଅଧୀନରେ ଥିବା ଡିହଜଳପୋକ, ପକ୍ଷଟ, କଣିବାଙ୍କ ସହ ଡେରାବିଶ ବ୍ଲକର ବସପୁର ପଞ୍ଚାୟତ ଅଧୀନରେ ଥିବା ଡିହବସୁପୁର ଓ ଇନ୍ଦାଳୋ ପଞ୍ଚାୟତ ଅଛି। ସେହିପରି ଏଠାରେ ଗରଦପୁର ବ୍ଲକସ୍ଥ ବଙ୍ଗାଳପୁର ପଞ୍ଚାୟତର ସାନସଲାର, ଶିଶୁଆ ଓ ସଠିଲୋ ଗ୍ରାମ ରହିଛି ା ଏହି ୧୩ ରାଜସ୍ବ ଗ୍ରାମର ଗୋଟିଏ ପାର୍ଶ୍ୱରେ କରାଣ୍ଡିଆ ନଦୀ ଓ ଅନ୍ୟ ପାର୍ଶ୍ୱରେ ଲୁଣାନଦୀ ପ୍ରବାହିତ ହେଉଛି। ସଠିଲୋ ନିକଟରୁ ଏହି ଦ୍ୱୀପାଞ୍ଚଳ ଆରମ୍ଭ ହୋଇ ଡିହବଳରାମପୁରରେ ଶେଷ ହୋଇଛି। ଗ୍ରାମବାସୀଙ୍କ ମୁଖ୍ୟ ଜୀବିକା ପନିପରିବା ଚାଷ ହୋଇଥିବା ବେଳେ ଜଳସେଚନ ଓ ଉଠାଜଳସେଚନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପ ଶେଷ ହୋଇ ନ ଥିବା ଗ୍ରାମବାସୀ କହିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ନଗେନ୍ଦ୍ର ଜେନା କହିଛନ୍ତି, କରାଣ୍ଡିଆ ନଦୀ ଉପରେ ଏକ ପଥର ଆଡିବନ୍ଧ ନିର୍ମାଣ ଅଧାରେ ଅଟକିଯାଇଛି। ଲୁଣାନଦୀର ବାମପାର୍ଶ୍ୱ ସୁଦୃଢ଼ ହେଉଥିବା ବେଳେ ଦକ୍ଷିଣପାର୍ଶ୍ୱ ବନ୍ଧର ବହୁ ସ୍ଥାନ ଦୁର୍ବଳ ଅଛି। ମହାନଦୀ ସିଷ୍ଟମରେ ବନ୍ୟାଜଳ ପ୍ରବାହିତ ହେଲେ ଦ୍ୱୀପାଞ୍ଚଳବାସୀଙ୍କ ପାଇଁ ବିପଦ ଘନାଇ ଆସୁଛି। ସେହିପରି ଡିହବଳରାମପୁର ଗଁାର ରମେଶ ଚନ୍ଦ୍ର ସାହାଣୀ କହିଛନ୍ତି, ଦ୍ୱୀପାଞ୍ଚଳରେ ଲୁଣାନଦୀ ବାମପାର୍ଶ୍ୱ ବନ୍ଧର ଲମ୍ବ ୫ କି.ମି.। ଏଥିରୁ ପ୍ରଥମ ୨ କି.ମି. ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ବେଳେ ଅବଶିଷ୍ଟ ବନ୍ଧ ଜଳ ସମ୍ପଦ ବିଭାଗ ଅଧୀନରେ ଅଛି। ବିଭିନ୍ନ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀବନ୍ଧ ନିର୍ମାଣ ପାଇଁ ଟେଣ୍ଡର ହେଉଥିଲେ ମଧ୍ୟ ପ୍ରକଳ୍ପ ଅଧାପନ୍ତରିଆ ରହୁଛି। ଅପରପକ୍ଷରେ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେହିପରି ଏହି ଦ୍ୱୀପାଞ୍ଚଳରେ ମୌଳିକ ସୁବିଧା ମିଳୁ ନ ଥିବା ଗ୍ରାମବାସୀ ମତ ଦେଇଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀଙ୍କୁ ପଚାରିବାରେ ନଦୀବନ୍ଧ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହ ଦ୍ୱୀପାଞ୍ଚଳର ଉନ୍ନତି ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri