ସଲମାନଙ୍କୁ ଭେଟିଲେ ତାଙ୍କର କୁନି ପ୍ରଶଂସକ

ଇନ୍ଦୋର: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ମାନବିକତା ପାଇଁ। ଏମିତିକି ଅନେକ ସମୟରେ ସେ ତାଙ୍କ ପ୍ରଶଂସକଙ୍କୁ ସାକ୍ଷାତ କରି ମଧ୍ୟ ଆସି ଥାଆନ୍ତି ଚର୍ଚ୍ଚାକୁ। ଦେଶ ବିଦେଶରେ ରହିଛନ୍ତି ତାଙ୍କର ଅନେକ ପ୍ରଶଂସକ। ନିକଟରେ କିନ୍ତୁ ସଲମାନ ତାଙ୍କର ସବୁଠାରୁ କୁନି ପ୍ରଶଂସକଙ୍କ ସହ ଭେଟିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ସଲମାନ ଯେତେବେଳେ ମଧ୍ୟ ପ୍ରଦେଶର ଇନ୍ଦୋରଠାରେ ଫିଲ୍ମ ‘ଦବଙ୍ଗ ୩’ର ଶୁଟି କରୁଥିଲେ ସେତେବେଳେ ଜଣେ ମହିଳା ପ୍ରଶଂସକ ତାଙ୍କୁ ଦେଖା କରିବାକୁ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ। ଆଉ ଏହି ମହିଳାଙ୍କ ସହ ଥିଲେ ତାଙ୍କର କୁନି ଝିଅ। ସଲମାନ ମହିଳାଙ୍କୁ ଦେଖା କରିବା ସମୟରେ କୁନି ଝିଅଟି ଆଶ୍ଚର୍ଯ୍ୟ ହୋଇ ସଲମାନଙ୍କୁ ଦେଖୁଥିଲା। ଭାଇଜାନ ମଧ୍ୟ ଉକ୍ତ ମହିଳା ଓ ତାଙ୍କ ଝିଅ ସହ ଫଟୋ ଉଠାଇଥିଲେ। ଏବେ ଏହି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଚର୍ଚ୍ଚା ହେଉଛି କି ସଲମାନ ତାଙ୍କର ସବୁଠାରୁ କୁନି ପ୍ରଶଂସକଙ୍କୁ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ପରେ ଏବେ ଟାର୍ଗେଟ୍‌ରେ ଆମିର ଖାନ, ମିଳିଲା ଧମକ; ତୃତୀୟ ବିବାହକୁ ନେଇ…

ମୁମ୍ବାଇ,୧୮।୭: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପରେ ଏବେ ଅଭିନେତା ଆମିର ଖାନ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ୍‌କୁ ଆସିଛନ୍ତି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ…

ଅମିତାଭଙ୍କୁ ଧନୀ ବନାଇବାରେ ଥିଲା ଏହି ବ୍ୟକ୍ତିଙ୍କ ହାତ! ଜାଣନ୍ତୁ କିଏ ସେହି ୧୫,୦୦୦ କୋଟିର ମାଲିକ

ମୁମ୍ବାଇ: କୌଣସି ଏକ ସମୟରେ ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA) ଥିବା ପ୍ରେମଚନ୍ଦ ଗୋଧାଙ୍କ ଶୂନ୍ୟରୁ ଶିଖରକୁ ପହଞ୍ଚିବାର କାହାଣୀ ପ୍ରକୃତରେ ଅତ୍ୟନ୍ତ…

୭ ମାସର ଗର୍ଭବତୀ ଥାଇ ଆକ୍ସନ କରୁଛନ୍ତି ଦୀପିକା

ବଲିଉଡ ହେଉ କି ହଲିଉଡ ଆଜିର ଅଭିନେତ୍ରୀମାନେ ଗର୍ଭାବସ୍ଥାରେ ମଧ୍ୟ ଅତ୍ୟନ୍ତ ସମର୍ପିତ ହୋଇ ସେମାନଙ୍କର ବୃତ୍ତିଗତ କର୍ତ୍ତବ୍ୟ ପାଳନ କରୁଛନ୍ତି। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri