ବିବାହର ପ୍ରଥମ ଭାଲେଣ୍ଟାଇନ୍‌ ଡେ’ ସଲମାନଙ୍କ ସହ ବିତାଇବେ କ୍ୟାଟ୍ରିନା

ସୁପରଷ୍ଟାର ସଲମାନ ଖାନ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଆସନ୍ତା ଫେବୃୟାରୀ ୫ଠାରୁ ‘ଟାଇଗର ୩’ର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଶୁଟିଂ ପାଇଁ ମୁମ୍ବାଇର ଅନ୍ଧେରିରେ ଅବସ୍ଥିତ ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ଜବରଦସ୍ତ ପ୍ରସ୍ତୁତି ଦେଖିବାକୁ ମିଳୁଛି। ଶୁଟିଂରେ ଜଡିତ ସମସ୍ତ ଅଭିନେତା ଏବଂ ଟେକ୍‌ନିସିଆନଙ୍କ କରୋନା ଟେଷ୍ଟ କରାଯାଇଛି। ଫିଲ୍ମର ଶୁଟିଂ ଶେଷ ହେବା ପର୍ଯ୍ୟନ୍ତ ସମସ୍ତେ ବାୟୋ ବବଲରେ ରହିବେ। ତେବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମଧ୍ୟ ସଲମାନଙ୍କ ସହ ଏଠାରେ ରହିବେ।
ୟଶ ରାଜ ଫିଲ୍ମ ଷ୍ଟୁଡିଓରେ ପ୍ରସ୍ତାବିତ ଶୁଟିଂ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ ତା’ପରେ ଆସନ୍ତା ସପ୍ତାହରେ ଫେବୃୟାରୀ ୧୨ ଏବଂ ୧୩ ରେ ସଲମାନ ଏବଂ କ୍ୟାଟ୍ରିନା ଶୁଟିଂ ପାଇଁ ଦିଲ୍ଲୀ ଯିବେ। ଭାଲେଣ୍ଟାଇନ୍ସ ଡେ’ରେ ଦୁହେଁ ଫିଲ୍ମ ‘ଟାଇଗର-୩’ ଶୁଟିଂ କରିବେ। ଫଳରେ ବିବାହର ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ସଲମାନଙ୍କ ସହ ବିତାଇବାକୁ ଯାଉଛନ୍ତି। ଦିଲ୍ଲୀରେ ଏହି ଫିଲ୍ମର ଶୁଟିଂ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ମେଗା ବଜେଟରେ ନିର୍ମିତ ଏହି ଫିଲ୍ମଟି ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ଭାରତୀୟ ଭାଷାରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ନିକଟରେ କ୍ୟାଟ୍ରିନା ଅଭିନେତା ବିକି କୌଶଲଙ୍କୁ ବିବାହ କରିଛନ୍ତି। ବିବାହ ପରେ ଉଭୟ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri