ରିଲିଜ ହେବନି ସଲମାନଙ୍କ ଅଭିନୀତ ଫିଲ୍ମ

ମୁମ୍ବାଇ: ବଲିଉଡ ଦବଙ୍ଗ ଖାନ ସଲମାନଙ୍କ ଅଭିନୀତ ଫିଲ୍ମ ରିଲିଜ୍ ହେବନାହିଁ । କଥାଟା ଶୁଣିବାକୁ ଟିକେ ଅଡୁଆ ଲାଗୁଥିଲେ ବି ସତ । ମିଡିଆ ରିପୋର୍ଟ ଅନୁଯାୟୀ, ସଲମାନଙ୍କ ଅଭିନୀତ ଫିଲ୍ମ ‘କଭି ଇଦ କଭି ଦିୱାଲି’ ରିଲିଜ୍ ହେବନାହିଁ । ସାଜିଦ ନାଡିୟାଡୱାଲ ଫିଲ୍ମରୁ ମୁହଁ ଫେରାଇ ନେବା ପରେ ସବୁଦିନ ପାଇଁ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଛି । ତେଣୁ ଦର୍ଶକେ ଯେଉଁ ଉତ୍ସୁକତାର ସହ ଫିଲ୍ମଟିକୁ ଅପେକ୍ଷା ରଖିଥିଲେ ସେଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ନିରାଶ ହୋଇଛନ୍ତି ସଲମାନଙ୍କ ପ୍ରଶଂସକ ।
ସଲମାନଙ୍କ ସହ ଏହା ପ୍ରଥମଥର ଘଟିନି । ଆଗରୁ ବି କିଛି ଫିଲ୍ମରେ ସେ ଅଭିନୟ କରିଥିଲା ବେଳେ ସେସବୁ ଫିଲ୍ମ ସିନେମା ଘର ଦେଖିପାରି ନାହିଁ । ଅଜିମ ବଜମିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଁଖ ମିଚୋଲି’ ରିଲିଜ୍ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା । ଏଥିରେ ସଲମାନ ଡବଲ ରୋଲରେ ନଜର ଆସିଥାଆନ୍ତେ । ସେହିପରି ‘ମେରେ ଦୋସ୍ତ’ ଫିଲ୍ମରେ ଅରବାଜ ଖାଁ, ଦିବ୍ୟା ଭାରତି, କରିସ୍ମା କପୁର ଓ ସଲମାନ ଲିଡ ରୋଲରେ ଥିବା ବେଳେ ଏହା ଶୁଟିଂ ସରିଥିଲା ସତ ହେଲେ ରିଲିଜ୍ ହୋଇପାରି ନ ଥିଲା । ସେମତି ‘ବୁଲନ୍ଦ’ ଫିଲ୍ମରେ ସଲମାନ ସୋମି ଅଲିଙ୍କ ସହ ଅଭିନୟ କରିଥିବା ବେଳେ ଏହା ବି ସିନେମା ଘର ଦେଖିପାରି ନ ଥିଲା ।
ଫିଲ୍ମ ‘ଚୋରି ମେରା କାମ’ ରିଲିଜ୍ ପୂର୍ବରୁ ଥିଲା ଚର୍ଚ୍ଚାରେ । ଏଥିରେ ସଲମାନ ଖାଁ, ସୁନିଲ ସେଟ୍ଟି ଓ କାଜଲ ଅଭିନୟ କରିଥିଲେ । ଏହି ଫିଲ୍ମର କାଷ୍ଟରୁ ଅନୁମାନ କରାଯାଇଥିଲା କି ଏହା ବକ୍ସ ଅଫିସରେ ଭଲ କଲେକ୍ସନ କରିବ । ହେଲେ ଏହା ରିଲିଜ୍ ହୋଇ ପାରି ନ ଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri