ବିବାହ ଋତୁରେ ବିକ୍ରି ଅଭିବୃଦ୍ଧି ଆକଳନ

ନୂଆଦିଲ୍ଲୀ,୪।୧୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷର ପାର୍ବଣ ବିକ୍ରି (ଫେଷ୍ଟିଭ ସେଲ୍‌ସ) ପରେ ପରେ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ (ଏମ୍‌ଏସ୍‌ଆଇଏଲ୍‌)ପକ୍ଷରୁ େଓଡିଂ ସେଲ୍‌ସ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଆଉ କିଛି ଦିନ ପରେ ସାରା ଦେଶରେ ବିବାହ ଋତୁ ଆରମ୍ଭ ହେବ। ଏହି ସମୟ ମଧ୍ୟରେ ବ୍ରାଣ୍ଡ୍‌ (କମ୍ପାନି) ବଡ଼ କାରବାର ପାଇଁ ବ୍ୟାପକ ପ୍ରସ୍ତୁତି କରୁଥିବାବେଳେ ପାର୍ବଣ କାରବାର ପରି ବିବାହ କାରବାରରେ ମଧ୍ୟ ବିକ୍ରି ଅଭିବୃଦ୍ଧି ହାସଲ କରିବାକୁ ଏମ୍‌ଏସ୍‌ଆଇଏଲ୍‌ ପକ୍ଷରୁ ଆକଳନ କରାଯାଇଛି।
ସେହିଭଳି ୨୦୨୪ ଅକ୍ଟୋବରରେ ଏମ୍‌ଏସ୍‌ଆଇଏଲର ଖୁଚୁରା ବିକ୍ରି ୨,୦୨,୪୦୨ ୟୁନିଟ ଥିଲାବେଳେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ସମାନ ଅବଧି ମଧ୍ୟରେ ପ୍ରାୟ ୨୩% ବିକ୍ରି ବୃଦ୍ଧି ଘଟିଛି। ଏପରିକି ୨୦୨୦ରେ ମଧ୍ୟ ଏମ୍‌ଏସ୍‌ଆଇଏଲର ଖୁଚୁରା ବିକ୍ରି ୧,୯୧,୪୭୬ ୟୁନିଟ ଥିଲା।
ସେହିପରି ପାର୍ବଣ ବିକ୍ରିର ଉତ୍ସାହ ଅନୁଯାୟୀ ବ୍ରାଣ୍ଡ୍‌ ପକ୍ଷରୁ ବିବାହ ଋତୁରେ ମଧ୍ୟ ଭଲ କାରବାର ସହ ନଭେମ୍ବରରେ ପ୍ରାୟ ୫% ବିକ୍ରି ଅଭିବୃଦ୍ଧିର ଆକଳନ କରାଯାଇଛି। ଏପରିକି ଆକର୍ଷଣୀୟ ଅଫର ଓ ରିହାତି ସାଙ୍ଗକୁ ନୂତନ ମଡେଲ ଆଶାୟୀ ଗ୍ରାହକଙ୍କୁ ବେଶ୍‌ ସହାୟ ହେବ ବୋଲି କମ୍ପାନି ପକ୍ଷରୁ ମତବ୍ୟକ୍ତ କରାଯାଇଛି।
ଏ ସମ୍ପର୍କରେ ଏମ୍‌ଏସ୍‌ଆଇଏଲର ଏସ୍‌ଇଓ (ଏମ୍‌ ଆଣ୍ଡ ଏସ୍‌) ପାର୍ଥୋ ବାନାର୍ଜୀ କହିଥିଲେ, ଆମେ ଚଳିତ ବର୍ଷର ଅକ୍ଟୋବର ବିକ୍ରି ବୃଦ୍ଧି ଭଳି ନଭେମ୍ବର ମାସର ସ୍ବତନ୍ତ୍ର ବିକ୍ରି ଅଭିବୃଦ୍ଧି ପାଇଁ ଆଶାବ୍ୟକ୍ତ କରିଛୁ। ଏପରିକି ଚଳିତ ବିବାହ ଋତୁରେ ଆମେ ପ୍ରାୟ ୪ରୁ ୫%ର ବିକ୍ରି ଅଭିବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି ବିବାହ ସମୟରେ ଉପହାର ଉପଯୋଗୀ କାର୍‌ ସମ୍ଭାରର ଲମ୍ବା ଲାଇନ ଆମ ପାଖରେ ରହିଥିଲାବେଳେ ବ୍ରାଣ୍ଡ୍‌ ବିଭିନ୍ନ ମଡେଲ ଉପରେ ଆକର୍ଷଣୀୟ ସୁବିଧା ମଧ୍ୟ ଉପଲବ୍ଧ କରାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri