ଜବରଦଖଲ ସରକାରୀ ଜମି ବିକ୍ରି

ପଟ୍ଟାମୁଣ୍ଡାଇ,୧୮ା୧୦(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବହୁ ମୂଲ୍ୟବାନ ସରକାରୀ ଜମି ବିଭିନ୍ନ ସାମାଜିକ ସଂସ୍ଥା ଆଳରେ ଜମି ବ୍ୟବସାୟୀମାନେ କବ୍‌ଜା କରି ନେଉଛନ୍ତି। ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ନିଷିଦ୍ଧାଞ୍ଚଳ ଫଳକକୁ ବି ଓପାଡ଼ି ଫୋପାଡ଼ି ଦେଉଛନ୍ତି। ସରକାରୀ ଜମିକୁ ଜବରଦଖଲ କଲା ପରେ ଘର କରି ବିକ୍ରି କରାଯାଉଛି। ରାସ୍ତା ଉପରେ ବି ଘର କରି ଭଡ଼ା ଲଗାଯାଉଛି। ଯିଏ ବି ପ୍ରତିବାଦ କରୁଛି ବିଭିନ୍ନ ପ୍ରକାର ଧମକ ଦିଆଯାଉଛି। ପ୍ରଶାସନ ପାଖରେ ସବୁ ଖବର ରହିଥିଲେ ମଧ୍ୟ ‘ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି, ଅନାଧିକାର ପ୍ରବେଶ ଦଣ୍ଡନୀୟ’ ଫଳକ ଲେଖି ସରକାରୀ ବାବୁମାନେ ଚୁପ୍‌ ହୋଇ ବସି ପଡୁଛନ୍ତି। ପରିଣାମ ସ୍ବରୂପ ସରକାରୀ ଜମି ଶାଗମାଛ ଦରରେ ବିକ୍ରି ଚାଲିଛି। ଏ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ, ବୃଦ୍ଧିଜୀବୀ, ରାଜନେତା, ସାମାଜିକ କର୍ମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଥିବା ବେଲତଳ, ପୋଖରିଆପଡା ଓ ଦକ୍ଷିଣୀଦିଆ ମୌଜାରେ ଏଭଳି ସମସ୍ୟା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଲାଣି। ପଟ୍ଟାମୁଣ୍ଡାଇ ତହସିଲ ଓ ପୌରାଞ୍ଚଳର ଏହି ସରକାରୀ ଜମି ଜବରଦଖଲ ମୁଣ୍ଡବିନ୍ଧାର କାରଣ ପାଲଟିଛି। କେତେଜଣ ବ୍ୟକ୍ତି ସରକାରୀ ଜାଗା ମାଡ଼ି ବସି ଘର କରି ତାହାକୁ ଭଡ଼ାରେ ଲଗାଉଛନ୍ତି। ଆଉ କିଏ ବିନା କାଗଜପତ୍ରରେ ମେଡିସିନ ଦୋକାନ କରିଛନ୍ତି। ଆଉ କିଛି ଲୋକ ଘର, ଜାଗା ବିକ୍ରି ବି କରି ଦେଇଛନ୍ତି। କେହି କେହି ସାମାଜିକ ଅନୁଷ୍ଠାନ ନାମରେ ସରକାରୀ ଜମି ଦଖଲ କରି ନେଉଛନ୍ତି। ଏଠାରେ କେତେଜଣ ବ୍ୟକ୍ତି ଇତିମଧ୍ୟରେ ରାସ୍ତାକୁ ବି କବ୍‌ଜା କରି ନେଲେଣି। ସେମାନଙ୍କ ଘରଗୁଡ଼ିକ ରାସ୍ତା ଉପରେ ନିର୍ମାଣ ହୋଇଛି, ଯେଉଁଥିପାଇଁ ଯିବା ଆସବା ସମୟରେ ରାସ୍ତା ଜାମ୍‌ ହେଉଛି। ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଯେଉଁଥିପାଇଁ ୨ ହଜାରରୁ ଅଧିକ ଲୋକ ଏବେ ଜବରଦଖଲ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏହି ସରକାରୀ ଜମି ଜବରଦଖଲରେ କେତେଜଣ ରାଜନେତା, ସ୍ଥାନୀୟ ପ୍ରଶାସନ ପ୍ରୋତ୍ସାହନ ରହିଛି ବୋଲି ଅଭିଯୋଗ ହେଉଛି।
ସରକାରୀ ଜମି ଚଞ୍ଚକତା କରି ହାତେଇ ନେଇଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କଠରୁ ଉଦ୍ଧାର କରିବା ଓ ପୋତା ଗୋବରୀ ନଦୀକୁ ପୁନରୁଦ୍ଧାର ପାଇଁ କେତେଜଣ ଜନସାଧାରଣଙ୍କ ସମସ୍ୟାକୁ ନେଇ ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପିଏଲ୍‌ଭି ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ବାର୍ଥ ସମ୍ବଳିତ ଅଭିଯୋଗ ୨୦୨୧ ଫେବୃୟାରୀ ୧୪ରେ ମାମଲା ଦାଏର କରିଥିଲେ। ନାଲସା କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲ୍‌ଏସ୍‌ଏ)କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ସଚିବ, ସମ୍ପାଦକ ତଥା ବିଚାରପତି କେସ ନଂ. ୧୦/୨୦୨୧ରେ ଏକ ମାମଲା ଦାଏର କରି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଜଳସମ୍ପଦ ବିଭାଗ ବଡବଡିଆଙ୍କ ଚାପରେ ଚେପା ହୋଇ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହିଁ। ସୂଚନାଯୋଗ୍ୟ, ବେଲତଳ ମୌଜାର ଖାତା ନଂ.୭୧୮, ଦକ୍ଷିଣଦିଆ ମଉଜାର ଖାତା ନଂ. ୨୫୩, ପଟ୍ଟାମୁଣ୍ଡାଇ ମୌଜାର ଖାତା ନଂ. ୧୧୦ ଓ ୨୫୫କୁ ୧୯୩୦ ମସିହାରେ ହୋଇଥିବା ବନ୍ଦୋବସ୍ତରେ ବ୍ୟାପକ ଚଞ୍ଚକତା କରାଯାଇ ବହୁ ମୂଲ୍ୟବାନ ସରକାରୀ ଜମି ହଡପ କରାଯାଇଛି। ଫଳରେ ବଜାର ରାସ୍ତା ସଂକୀର୍ଣ୍ଣ ହେବା ସହ ଯାତାୟାତରେ ଅସୁବିଧା ହେଉଛି। ପୋତି ହୋଇ ପଡିଥିବା ଗୋବରୀ ନଦୀ ଜାତୀୟ ସମ୍ପତ୍ତି ହୋଇଥିଲେ ମଧ୍ୟ ଜମିଦାରଙ୍କ ଗୁମାସ୍ତା ମାଖନ ଲାଲ ଓ ଜମିଦାରଙ୍କ ପୁଅମାନଙ୍କଠାରୁ ହାତ ଲେଖା ଆଣି କେତେଜଣ ଚତୁର ଲୋକ ତହସିଲ କାର୍ଯ୍ୟାଳୟରୁ ଲିଜ୍‌ ନେଇ ଭୋଗ ଦଖଲ କରିବା ସହ ବିକ୍ରି ପଟ୍ଟା କରି ନେଇଛନ୍ତି। ବିଶେଷକରି ପୋତା ନଈ ଗୋବରୀ ନଦୀ କିସମ ଥିବା ବେଳେ ଏହାକୁ ପୋତି ପକ୍କା ଘର ନିର୍ମାଣ କରାଯାଇଛି। ଏ ସମ୍ପର୍କରେ ତହସିଲଦାର ଦିଲୀପ ସେଠୀଙ୍କୁ ପଚାରିବାରେ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନାହଁି। ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡୋକରୀଦର ଝରଣା ନିକଟରେ ଅଜଣା ମୃତଦେହ: ଖବର ପାଇ ବି ପହଞ୍ଚିଲାନି ପୋଲିସ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ

କୋକସରା, ୨ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖଲିଗଡ ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ‘ଡୋକରୀଦର’ ଝରଣା ନିକଟରେ…

ବରଗଡ଼ ମଣ୍ଡିରୁ ଆସିଲା ଚିନ୍ତାଜନକ ଚିତ୍ର: ବିକ୍ରି ଧାନରୁ ବାହାରିଲାଣି ଗଜା, ଚାଷୀଙ୍କୁ ମିଳିନି ପ୍ରାପ୍ୟ; କଟନୀ-ଛଟନୀ…

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତମାସ ୩୦ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। କିନ୍ତୁ ବିଭାଗୀୟ ଅବ୍ୟବସ୍ଥା ଯୋଗୁ ଏପର୍ଯ୍ୟନ୍ତ ଧାନ କିଣାବିକାରେ ଚାଷୀଙ୍କ ଦୁଃଖ…

ଗଜପତି ଜିଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ନୂଆ ଟିମ ଘୋଷିତ

ମୋହନା,୨।୭,( ମନ୍ମଥ ମିଶ୍ର ): ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସୁପାରିଶ ଓ ଗଜପତି ଜିଲା ସଭାପତି ନବ କିଶୋର…

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri