ଟିଟିଲାଗଡ, ୬ା୮(ଶରତ ମିଶ୍ର)ଟିଟିଲାଗଡ ସହରର ଜନୈକ ଦମ୍ପତି ନିଜ ଚତୁର୍ଥ ପୁତ୍ର ସନ୍ତାନକୁ ବିକି କରି ଦେଇଥିବା ଜଣାପଡିବା ନେଇ ଆଲୋଚନାର ବିଷୟ ହୋଇଛି। ଖବର ପାଇବା ପରେ ଟିଟିଲାଗଡ଼ ଥାନା ପୋଲିସ ଏକ ମାମଲା(୨୨୪/୨୩) ରୁଜୁ କରି ତନାଘନା ଚଳାଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଶିଶୁର ପିତା ସନ୍ତୋଷ ପୁଟେଲ(୩୨) ଓ ମଧ୍ୟସ୍ଥ ଶେଖ ରମଜାନ ଖାନ(୩୧) ଓ ଶିଶୁକ୍ରୟ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ରାଜା ଦୁର୍ଗା(୩୫)। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ ସବ୍ଜେଲ ହାଜତକୁ ପଠାଇ ଦିଆଯାଇଥିବା ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପଧାନ କହିଛନ୍ତି। ସୂଚନା ଅନୁଯାୟୀ ଟିଟିଲାଗଡ ଝାଙ୍କରପଡ଼ା ନିବାସୀ ସନ୍ତୋଷ ପୁଟେଲ ଓ ପୁଷ୍ପା ପୁଟେଲ ଏକ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ପୁଷ୍ପାଙ୍କ ପୂର୍ବରୁ ୩ଟି ସନ୍ତାନ ଥିବାବେଳେ ମାସକ ତଳେ ତାଙ୍କର ସ୍ଥାନୀୟ ଡାକ୍ତରଖାନାରେ ପୁଣି ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଚାରିପିଲାଙ୍କ ଲାଳନ ପାଳନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ପୁଟେଲ ଦମ୍ପତି ଲୋଭନୀୟ ପ୍ରସ୍ତାବ ପାଇ ନବଜାତ ଶିଶୁକୁ ମଧ୍ୟସ୍ଥଙ୍କ ସହାୟତାରେ ଭବାନୀପାଟଣାର ବିକ୍ରମ ମହାନନ୍ଦଙ୍କୁ ୨ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିଲେ ସନ୍ତୋଷଙ୍କ ପଡୋଶୀ ଶେଖ ରମଜାନ। ତାଙ୍କୁ ୨୦ହଜାର ଟଙ୍କା ଦେଇଥିଲେ ସନ୍ତୋଷ। ଘଟଣା ନେଇ ପୋଲିସ ଅବଗତ ହେବା ପରେ ଏକ ମାମଲା ରୁଜୁ କରି ସନ୍ତୋଷ ଏବଂ ରମଜାନଙ୍କୁ ପଚରାଉଚୁରା କରି ଭବାନୀପାଟଣା, ରାୟପୁର ଆଦି ଅଞ୍ଚଳ ଯାଇ ଶିଶୁକୁ ଖୋଜାଖୋଜି କରିଥିଲେ। ତେବେ ଶିଶୁକୁ କିଣିଥିବା ବିକ୍ରମ ମୋବାଇଲ ସୁଇଚ ଅଫ କରି ଫେରାର ହୋଇ ଯାଇଥିବାରୁ ଅଦ୍ୟାବଧି ଶିଶୁ ଉଦ୍ଧାର ହୋଇନାହିଁ। ତେବେ ଅର୍ଥଲୋଭରେ କିଭଳି ଜଣେ ମା’ ସ୍ନେହ ମମତା ଭୁଲି ନିଜ ଜନ୍ମିତ ଶିଶୁକୁ ବିକ୍ରି କରି ଦେଇପାରେ ତାହାକୁ ନେଇ ଆଲୋଡନ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଜଣେ ମହିଳା ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
୧୬ରେ ଶ୍ରୀଗୁଣ୍ଡିଚା ରଥଯାତ୍ରା: ଗଞ୍ଜାମରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ଗଞ୍ଜାମ,୮।୭(ବିଦ୍ୟାଧର ସାହୁ ): ଆସନ୍ତା ସପ୍ତାହ ତଥା ଜୁଲାଇ ୧୬ରେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ପ୍ରତିବର୍ଷ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏହି ଘୋଷଯାତ୍ରା…
ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨ ଗିରଫ, ଏକାଧିକ ଚମ୍ପଟ
ଦାରିଙ୍ଗବାଡି, ୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ…
କେସିଙ୍ଗା ଏନଏସିରୁ ବାଦ ପଡିଲେ ୧୪୩୨ ଭୋଟର: ସୂଚନା ଦେଲେ ଅଧିକାରୀ
କେସିଙ୍ଗା,୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ସ୍ବତନ୍ତ୍ର ସଘନ ସଂଶୋଧନ-୨୦୨୬ର ଭୋଟର୍ସଙ୍କ ତାଲିକା ଲିଷ୍ଟ ଇତି ମଧ୍ୟରେ ପ୍ରକାଶ ପାଇଛି। କେସିଙ୍ଗା ଏନଏସିର ସର୍ବମୋଟ ୧୪ହଜାର୮୬୮ ଜଣ ଭୋଟର…
ଯବାନଙ୍କ ସର୍ଚ୍ଚ ଅପରେଶନ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ
ନୂଆପଡ଼ା,୮।୭ (ମକାରୁ ବେମାଲ): ୨୦୨୬ ମାର୍ଚ୍ଚ ୩୧ରେ ସାରା ଦେଶକୁ ମାଓବାଦୀ ମୁକ୍ତ ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମାଓବାଦୀ ଗତିବିଧି ଜଣାପଡି ନ ଥିଲା। ହେଲେ…
ନେହା ଡାଗା ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ
ନୂଆପଡ଼ା,୮।୭ (ମକାରୁ ବେମାଲ) : ନୂଆପଡା ଜିଲା ଖରିଆର ରୋଡ ପାର୍ଶ୍ୱନାଥ (ଜୈନ) ଭବନଠାରେ ଭାରତୀୟ ଜନତା ମଜଦୁର ସେଲ୍ (ବିଜେଏମ୍ସି) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ…
ଲୋକଙ୍କ ଘରେ ପଶିଲା ମଇଳା ପାଣି, ଡ୍ରେନେଜ ସମସ୍ୟା ନେଇ ଜିଲାପାଳଙ୍କୁ …
ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌର ପରିଷଦ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସଙ୍ଗୀନ ହୋଇପଡ଼ିଛି। ଗତ କିଛିଦିନ ବର୍ଷା ଲାଗି ରହିବାରୁ ବିଭିନ୍ନ ୱାର୍ଡ଼ ଜଳମଗ୍ନ ହେବା ସହିତ…
ସରକାରୀ ଜମିରେ ବନବିଭାଗର ବୃକ୍ଷରୋପଣ ଉଦ୍ୟମ: ଗ୍ରାମବାସୀଙ୍କ ତୀବ୍ର ବିରୋଧ, ଗାଁ ମୁଣ୍ଡ ରାସ୍ତାରେ ଦେଲେ ଧାରଣା
ମହାକାଳପଡ଼ା,୮।୭( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ସ୍ଥାନୀୟ କଣ୍ଡରା ପାଟିଆ ଗ୍ରାମ ଜୋରୀ…
ଜୀରାନଦୀରେ ରିଂ ରୋଡ୍ ନିର୍ମାଣ: ସମୟ ଗଡ଼ୁଛି, ବର୍ଷାରେ ଧୋଇ ଯାଉଛି
ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପାର୍ଶ୍ୱରେ ରିଂ ରୋଡ୍ ନିର୍ମାଣ ଚାଲିଛି। ବର୍ଷା ଓ ବନ୍ୟା ସମୟରେ ସହରକୁ ଜଳ ପ୍ଳାବନରୁ ରକ୍ଷା,…
Archives

