ଟିଟିଲାଗଡ, ୬ା୮(ଶରତ ମିଶ୍ର)ଟିଟିଲାଗଡ ସହରର ଜନୈକ ଦମ୍ପତି ନିଜ ଚତୁର୍ଥ ପୁତ୍ର ସନ୍ତାନକୁ ବିକି କରି ଦେଇଥିବା ଜଣାପଡିବା ନେଇ ଆଲୋଚନାର ବିଷୟ ହୋଇଛି। ଖବର ପାଇବା ପରେ ଟିଟିଲାଗଡ଼ ଥାନା ପୋଲିସ ଏକ ମାମଲା(୨୨୪/୨୩) ରୁଜୁ କରି ତନାଘନା ଚଳାଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଶିଶୁର ପିତା ସନ୍ତୋଷ ପୁଟେଲ(୩୨) ଓ ମଧ୍ୟସ୍ଥ ଶେଖ ରମଜାନ ଖାନ(୩୧) ଓ ଶିଶୁକ୍ରୟ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ରାଜା ଦୁର୍ଗା(୩୫)। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଟିଟିଲାଗଡ ସବ୍ଜେଲ ହାଜତକୁ ପଠାଇ ଦିଆଯାଇଥିବା ଟିଟିଲାଗଡ଼ ଥାନା ଆଇଆଇସି ମନୋଜ ପଧାନ କହିଛନ୍ତି। ସୂଚନା ଅନୁଯାୟୀ ଟିଟିଲାଗଡ ଝାଙ୍କରପଡ଼ା ନିବାସୀ ସନ୍ତୋଷ ପୁଟେଲ ଓ ପୁଷ୍ପା ପୁଟେଲ ଏକ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାନ୍ତି। ପୁଷ୍ପାଙ୍କ ପୂର୍ବରୁ ୩ଟି ସନ୍ତାନ ଥିବାବେଳେ ମାସକ ତଳେ ତାଙ୍କର ସ୍ଥାନୀୟ ଡାକ୍ତରଖାନାରେ ପୁଣି ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଚାରିପିଲାଙ୍କ ଲାଳନ ପାଳନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ପୁଟେଲ ଦମ୍ପତି ଲୋଭନୀୟ ପ୍ରସ୍ତାବ ପାଇ ନବଜାତ ଶିଶୁକୁ ମଧ୍ୟସ୍ଥଙ୍କ ସହାୟତାରେ ଭବାନୀପାଟଣାର ବିକ୍ରମ ମହାନନ୍ଦଙ୍କୁ ୨ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏଥିରେ ମଧ୍ୟସ୍ଥି ସାଜିଥିଲେ ସନ୍ତୋଷଙ୍କ ପଡୋଶୀ ଶେଖ ରମଜାନ। ତାଙ୍କୁ ୨୦ହଜାର ଟଙ୍କା ଦେଇଥିଲେ ସନ୍ତୋଷ। ଘଟଣା ନେଇ ପୋଲିସ ଅବଗତ ହେବା ପରେ ଏକ ମାମଲା ରୁଜୁ କରି ସନ୍ତୋଷ ଏବଂ ରମଜାନଙ୍କୁ ପଚରାଉଚୁରା କରି ଭବାନୀପାଟଣା, ରାୟପୁର ଆଦି ଅଞ୍ଚଳ ଯାଇ ଶିଶୁକୁ ଖୋଜାଖୋଜି କରିଥିଲେ। ତେବେ ଶିଶୁକୁ କିଣିଥିବା ବିକ୍ରମ ମୋବାଇଲ ସୁଇଚ ଅଫ କରି ଫେରାର ହୋଇ ଯାଇଥିବାରୁ ଅଦ୍ୟାବଧି ଶିଶୁ ଉଦ୍ଧାର ହୋଇନାହିଁ। ତେବେ ଅର୍ଥଲୋଭରେ କିଭଳି ଜଣେ ମା’ ସ୍ନେହ ମମତା ଭୁଲି ନିଜ ଜନ୍ମିତ ଶିଶୁକୁ ବିକ୍ରି କରି ଦେଇପାରେ ତାହାକୁ ନେଇ ଆଲୋଡନ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ସହର ପଦ୍ମନାଭପୁରର ଜଣେ ମହିଳା ନିଜ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା।
Posted inHome, Home Left, ଆମ ଜିଲା ଖବର, ବଲାଙ୍ଗୀର View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

