‘ସଲାମ ଭେଙ୍କି’ ଟ୍ରେଲର: କାଜଲଙ୍କ ଅଭିନୟ କନ୍ଦାଇବ ଦର୍ଶକଙ୍କୁ

ମୁମ୍ବାଇ: କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’କୁ ଦର୍ଶକେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି । ସୋମବାର ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖି ଅନୁମାନ କରାଯାଉଛି କି ଏହା ପାରିବାରିକ ସମସ୍ୟା ସହ ଜଡିତ ଏକ କାହାଣୀ । ଏଥିରେ କାଜଲ ଜଣେ ମାଆ ଭୂମିକାରେ ଅଭିନୟ କରିଛନ୍ତି ଯିଏ ନିଜ ପୁଅ ସାମ୍ନାରେ ଆସୁଥିବା ସମସ୍ତ ସମସ୍ୟା ସହ ଏକେଲା ଲଢୁଛନ୍ତି ଏହା ସହ ପୁଅକୁ ସାହସ ବି ଦେଉଛନ୍ତି । ଫିଲ୍ମର କାହାଣୀ ଇମୋଶନ, ଫ୍ୟାମିଲି ଡ୍ରାମା ଓ ଚ୍ୟାଲେଞ୍ଜରେ ଭରପୁର । ଫିଲ୍ମରେ କାଜଲଙ୍କ ପୁଅ ଭୂମିକାରେ ଅଭିନୟ କରଛନ୍ତି ବିଶାଲ ଜେଠୱା । ଏଥିରେ ତାଙ୍କ ନାମ ଭେଙ୍କଟେଶ ଓରଫ ଭେଙ୍କି ଭୂମିକାରେ ସେ ଅଭିନୟ କରିଛନ୍ତି । ଟ୍ରେଲରର ଆରମ୍ଭ ମା’ ଓ ପୁଅର ମଜାକ ସହ ଆରମ୍ଭ ହେଉଛି ।
ଉଭୟ ମଆ ପୁଅ ରାଜେଶ ଖାନ୍ନାଙ୍କ ଫିଲ୍ମର ଡାଏଲଗ ‘ଜିନ୍ଦେଗି ଲମ୍ବି ନେହିଁ ବଡି ହୋନି ଚାହିଏ ବାବୁ ମୋଶାୟ’ରୁ ଆରମ୍ଭ ହୋଇଛି । ଭେଙ୍କି କୌଣସି ଏକ ରୋଗରେ ପୀଡ଼ିତ, ସେ ହସ୍ପିଟାଲ ବେଡରେ ପଡି ରହିଥିବା ଦେଖାଯାଇଛି । ଫିଲ୍ମର ଟ୍ରେଲର ଦେଖି ଲାଗୁଛି ଫିଲ୍ମର କାହାଣୀ ଦର୍ଶକଙ୍କୁ ନିଶ୍ଚିତ ଛୁଇଁପାରିବ । ଏହାସହ ସବୁ ପ୍ରକାର ସମସ୍ୟା ଥାଇ ବି କେମିତି ହସିହସି ଜୀବନକୁ ବିତାଇବାକୁ ପଡିଥାଏ ତାହା ଥିରେ ଦର୍ଶାଯାଇଛି । ଭେଙ୍କି ରୋଗ ଗ୍ରସ୍ତ ହେଲେ ବି ସେ ତାଙ୍କ ସ୍ୱପ୍ନକୁ ପୂରଣ କରିବାକୁ ବେଶ ଆଶାବାଦୀ । ଏପଟେ ପୁଅ ସାମ୍ନାରେ କେବେବି ନିଜକୁ କମ ଜୋର କରି ନାହାନ୍ତି କାଜଲ । ଶେଷ ପର୍ଯ୍ୟନ୍ତ ସେ ତାଙ୍କ ପୁଅର ମନୋବଳକୁ ଦୃଢ କରି ରଖିଛନ୍ତି ।
ସୋସିଆଲ ମିଡିଆରେ ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକେ । ଏହା ହିଟ ହେବା ସହ ଦର୍ଶକଙ୍କ ଆଖିରେ ଲୁହ ଭରିଦେବ ବୋଲି ଅନେକ କମେଣ୍ଟ କରିଛନ୍ତି । ଫିଲ୍ମରେ କାଜଲଙ୍କ ବ୍ୟତୀତ ଆମିର ଖାଁ, ରାହୁଲ ବୋଷ, ବର୍ଷା କୁକରେଜା, ପ୍ରକାଶ ରାଜ ଓ ଅହାନି କୁମାରୀ ମୁଖ୍ୟ ଭୂମିକାରେ ନଜର ଆସିବେ । ୧୯ ଡିସେମ୍ବରରେ ଏହା ରିଲିଜ୍ ହେବାର ଯୋଜନା ରହିଛି । ଭେଙ୍କି ରେବତିଙ୍କ ଦ୍ୱାରା ନିର୍ଦ୍ଦେଶିତ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri