Advertisement

ଭାରତରେ ପୁଣିଥରେ ଡାଉନଲୋଡ୍‌ କରିହେବ ଭିଏଲ୍‌ସି ମିଡିଆ ପ୍ଲେୟାର

ନୂଆଦିଲ୍ଲୀ,୧୪।୧୧: ନିକଟରେ ମଲ୍ଟିମିଡିଆ ପ୍ଲେୟାର ଭିଏଲ୍‌ସି ଉପରେ ଭାରତ ସରକାର ପ୍ରତିବନ୍ଧ ଲଗାଇଥିଲେ। ଏବେ ଏହି ଆଦେଶ ହଟିଛି। ଫଳରେ ବ୍ୟବହାରକାରୀମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। ସୋମବାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ କମ୍ପାନୀ ଉପରୁ ପ୍ରତିବନ୍ଧକୁ ହଟାଇ ଦେଇଛି।

ଲୋକମାନେ ଭିଡିଓଲାନର ୱେବସାଇଟକୁ ଯାଇ ଭିଏଲସି ମିଡିଆ ପ୍ଲେୟାରକୁ ଡାଉନଲୋଡ କରିପାରିବେ। ଏଯାଏ ୭୩ ମିଲିୟନ ଲୋକ ଏହାକୁ ଡାଉନଲୋଡ କରି ସାରିଛନ୍ତି। ଏବେ ବି ଅନେକ ଲୋକ ଏହାକୁ ଡାଉନଲୋଡ୍‌ କରୁଛନ୍ତି।

ପ୍ରକାଶ ଯେ, ଭିଏଲସିର ମୂଳ କମ୍ପାନୀ ବ୍ୟବହାରକାରୀଙ୍କ ଡାଟା ଚାଇନାକୁ ପଠାଉଥିବା କୁହାଯାଉଥିଲା। ଚଳିତ ବର୍ଷ ଅକ୍ଟୋବରରେ କମ୍ପାନୀ ଭାରତ ସରକାରଙ୍କୁ ବ୍ୟାନ୍‌ ବିରୋଧରେ ଲିଗାଲ ନୋଟିସ ପଠାଇଥିଲା। ଭାରତରେ କାହିଁକି କମ୍ପାନୀର ସେବା ବନ୍ଦ କରାଗଲା ଓ କମ୍ପାନୀକୁ ନିଜର ପକ୍ଷ ରଖିବା ପାଇଁ ଭିଡିଓ କନଫରେନ୍ସର ସୁବିଧା ଯୋଗାଇ ଦେବାକୁ ନୋଟିସରେ କୁହାଯାଇଥିଲା। ଏହା ଉପରେ ଭାରତ ସରକାର ସମୀକ୍ଷା କରିଥିଲେ। କମ୍ପାନୀ ଠିକ ଭାବେ ନିଜର ପକ୍ଷ ରଖିବାକୁ ସକ୍ଷମ ହୋଇଥିବାରୁ ସମ୍ଭବତଃ ଭାରତ ସରକାର ଲାଗିଥିବା ବ୍ୟାନକୁ ହଟାଇ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳ ରାଜନୀତି, ଭାଜପା ଶାସିତ ରାଜ୍ୟରେ କମିଲା ପେଟ୍ରୋଲ-ଡିଜେଲ ଦାମ…

ନୂଆଦିଲ୍ଲୀ,୪।୧୧: ଦେଶରେ ଏବେ ଆରମ୍ଭ ହୋଇଛି ତୈଳ ରାଜନୀତି। ଦେଶର ଭାଜପା ଶାସିତ ୧୦ ରାଜ୍ୟରେ ପେଟ୍ରୋଲ-ଡିଜେଲ ଦାମ୍‌ କମିଛି। ଆସାମ, ତ୍ରିପୁରା, ମଣିପୁର, କର୍ନାଟକ,...

‘ଆକ୍ସିସ ନାସଦାକ୍‌ ୧୦୦ଫଣ୍ଡ୍‌ ଅଫ୍‌ ଫଣ୍ଡ୍‌’ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୦।୧୦: ଭାରତର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନୀ ଆକ୍ସିସ ମ୍ୟୁଚୁଆଲ୍‌ ଫଣ୍ଡ୍‌ ପକ୍ଷରୁ ‘ଆକ୍ସିସ୍‌ ନାସଦାକ୍‌ ୧୦୦ ଫଣ୍ଡ୍‌ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ କରାଯାଇଛି ା...

କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ଦେବ ଟାଟା ଗ୍ରୁପ

ନୂଆଦିଲ୍ଲୀ,୨୪-୩: କରୋନା ଭୂତାଣୁ ସଙ୍କଟ ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ପ୍ରଦାନ କରାଯିବ ବୋଲି ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି। ଏ ନେଇ ସତର୍କତା ଅବଲବ୍ଧନ...

ରିଫଣ୍ଡ ନିୟମ କୋହଳ କଲା ରେଲଓ୍ବେ

ନୂଆଦିଲ୍ଲୀ,୨୨-୩: କରୋନାର ପ୍ରଭାବ ଦେଶ ମଧ୍ୟରେ ବୃଦ୍ଧି ହେଉଥିବାରୁ ଟ୍ରେନରେ ଭିଡ କମାଇବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକୁ ପ୍ରୋତ୍ସାହିତ କରିବା ଲାଗି ରେଲଓ୍ବେ ପକ୍ଷରୁ...

ଆପଣଙ୍କ ପାଖରେ ଅଛି କି ଏହି ୧୦ ଟଙ୍କିଆ ପୁରୁଣା ନୋଟ୍‌: ହେବେ ମାଲାମାଲ, କରିବାକୁ ପଡ଼ିବ ଏଭଳି

ନୂଆଦିଲ୍ଲୀ,୨।୧୨: ଆଜିକାଲି ସବୁ ସ୍ଥାନରେ ନୂଆ ନୋଟ ମିଳୁଛି, କିନ୍ତୁ ପୁରୁଣା ନୋଟ ବଜାରରୁ ଅଦୃଶ୍ୟ ହୋଇଯାଉଛି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପୁରୁଣା ସହିତ...

ପେଟ୍ରୋଲ ୧୯, ଡିଜେଲ ୨୭ ପଇସା ବଢ଼ିଲା

ଭୁବନେଶ୍ୱର,୨୮।୧୧: କରୋନା ମହାମାରୀ ସମୟରେ ଲଗାତର ତେଳ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ଗତ ସପ୍ତାହ ଶୁକ୍ରବାରଠାରୁ ତେଲ ଦର ବଢି ଚାଲିଛି। କେବଳ...

ଏଲନ୍‌ ମସ୍କଙ୍କୁ ୫୦ ବିଲିୟନ ଡଲାର କ୍ଷତି

ଲଗାତର ଦ୍ୱିତୀୟ ଦିନ ଧରି ଟେସ୍‌ଲାର ଶେୟାର କାରବାର ଖସିଛି। ଫଳରେ ଏଲନ୍‌ ମସ୍କଙ୍କର ସମ୍ପତ୍ତିରେ ୫୦ ବିଲିୟନ ଡଲାର ହ୍ରାସ ହୋଇଛି। ବ୍ଲୂମ୍‌ବର୍ଗ ବିଲିୟନେୟାର...

ପୂଜା ଅଫର ‘ବାଏ ୧ ଗେଟ୍‌ ୨’ର ଶୁଭାରମ୍ଭ

ଭୁବନେଶ୍ୱର,୨୮।୯: ରାଜ୍ୟର ପ୍ରମୁଖ ତଥା ସର୍ବ ପୁରାତନ ବାଣିଜି୍ୟକ ସଂସ୍ଥା ରାଜ୍‌ ଇଲେକଟ୍ରୋନିକ୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

Advertisement
Archives

Model This Week