Posted inଖେଳ

କ୍ରିକେଟରଙ୍କୁ ବିବାହ କରିବା ପରେ କିଭଳି ହୋଇଯାଏ ଜୀବନ; ସାକ୍ଷୀ ଧୋନୀ କହିଲେ…

ନୂଆଦିଲ୍ଲୀ,୯।୩: ବିବାହ ପରେ ସାଧାରଣ ମହିଳାଙ୍କ ଭଳି କ୍ରିଡାବିତ୍‌ଙ୍କ ପତ୍ନୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ପ୍ରସଙ୍ଗ ଉପରେ ଏବେ ମନ୍ତବ୍ୟ ରଖିଛନ୍ତି ଭାରତର ପୂର୍ବ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ। ସିଏସ୍‌କେର ଅନ୍ୟ ଖେଳାଳିମାନଙ୍କ ସ୍ତ୍ରୀମାନଙ୍କ ସହ ବାର୍ତ୍ତାଳାପରେ ସାକ୍ଷୀ ନିଜ ମନକଥା କହିଛନ୍ତି। ଏହାର ଭିଡିଓକୁ ଫ୍ରାଞ୍ଚାଇଜ୍‌ର ନୂଆ ୟୁଟ୍ୟୁବ୍‌ ଚ୍ୟାନେଲରେ ଶେୟାର କରାଯାଇଛି।

୧୭ ମିନିଟର ଏହି ଭିଡିଓକୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରସ୍ତୁତ କରାଯାଇଛି। ଏଥିରେ ସାକ୍ଷୀ କହିଛନ୍ତି, ବିବାହ ପରେ ସମସ୍ତ ମହିଳାଙ୍କ ଜୀବନ ବଦଳିଯାଇଥାଏ। ସମସ୍ତଙ୍କ ସ୍ବାମୀ ଅଫିସ ଯାଆନ୍ତି, ହେଲେ ଆମମାନଙ୍କ ସ୍ବାମୀ କ୍ରିକେଟ ଖେଳିବାକୁ ଯାଇଥାନ୍ତି। ଆମକୁ ତାଙ୍କୁ ନେଇ ବଦଳିବାକୁ ପଡ଼ିଥାଏ। ଆମକୁ ନେଇ ତାଙ୍କ ଉପରେ ଯେଭଳି କୌଣସି ଚାପ ନ ପଡେ ତାହା ଦେଖିବାକୁ ପଡ଼ିଥାଏ। କହିବାକୁ ଗଲେ କ୍ରିକେଟରଙ୍କୁ ବିବାହ କରିବା ପରେ ନିଜସ୍ବ ଜୀବନ ଶେଷ ହୋଇଯାଇଥାଏ। ଜଣଙ୍କ ପାଖରେ ବ୍ୟକ୍ତିଗତ ସ୍ଥାନ କିଛି ନଥାଏ। କାରଣ ଚାରିଆଡେ ତୁମ ଉପରେ କ୍ୟାମେରା ଥାଏ। ଫଳରେ ସାଧାରଣ ଭାବେ ଜୀବନଯାପନ କରିବା ଅସମ୍ଭବ। ତୁମେ ଯାହା ବି କର, ସେଥିରେ ଲୋକମାନଙ୍କ ନଜର ରହିଥାଏ। କିଛି ଏପଟସେପଟ ହେଲେ ତୁମ ବିଷୟରେ କଥା ଆରମ୍ଭ ହୋଇଯାଏ। ଏପରିକି ଲୋକେ ଅନେକେ ପ୍ରଶ୍ନ ଉଠାନ୍ତି ବୋଲି ସାକ୍ଷୀ କହିଛନ୍ତି।

କହିରଖୁଛୁ, ଧୋନୀ-ସାକ୍ଷୀଙ୍କ ବିବାହ ୨୦୧୦ ଜୁଲାଇ ୪ରେ ହୋଇଥିଲା। ଉଭୟଙ୍କ ଜଣେ ଝିଅ ଜିଭା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?