Posted inଖେଳ

୨୦୦ମିଟର ଫ୍ରିଷ୍ଟାଇଲ୍‌ରେ ସଜନଙ୍କ ଜାତୀୟ ରେକର୍ଡ

ନୂଆଦିଲ୍ଲୀ, ୨୮ା୬ (ପି.ଟି.)- ଇଟାଲୀର ରୋମ୍‌ଠାରେ ଚାଲିଥିବା ସିଟେ କୋଲି ଟ୍ରଫି ସନ୍ତରଣ ପ୍ରତିଯୋଗିତାରେ ଭାରତର ସଜନ ପ୍ରକାଶ ୨୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫିନା ସ୍ବୀକୃତିପ୍ରାପ୍ତ ଏହି ଅଲିମ୍ପିକ କ୍ୱାଲିଫାୟରରେ ପ୍ରକାଶ ୧:୪୯.୭୩ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ବିର୍ଦ୍ଧଓ୍ବାଲ ଖାଡେଙ୍କ ନାମରେ ରହିଥିଲା ଖାଡେ ୨୦୧୦ ଏସିଆନ ଗେମ୍ସରେ ୧:୪୯.୮୬ ସେକେଣ୍ଡ ଟାଇମିଂରେ ବ୍ରୋଞ୍ଜ ଜିତିବା ସହ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏଥକୁ ମିଶାଇ ସଜନ ଚଳିତ ମାସରେ ୩ଥର ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି। ଶନିବାର ପୁରୁଷ ୨୦୦ ମିଟର ବଟର ଫ୍ଲ୍‌ାଏ ଇଭେଣ୍ଟରେ ସେ ରେକର୍ଡ ଭଙ୍ଗକରୀ ୧:୫୬.୩୮ ସେକେଣ୍ଡ ଟାଇମିଂ ସହ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ କ୍ୱାଲିଫାଇଂ ଟାଇମ୍‌ ହାସଲ କରିଥିଲେ। ସଜନ ଗତ ସପ୍ତାହରେ ବେଲଗ୍ରେଡ୍‌ ଟ୍ରଫି ସନ୍ତରଣ ପ୍ରତିଯୋଗିତାରେ ୧:୫୬.୯୬ ସେକେଣ୍ଡ ଟାଇମିଂ ସହ ନିଜ ଦ୍ୱାରା ପ୍ରତିଷ୍ଠିତ ଜାତୀୟ ରେକର୍ଡକୁ ଭଙ୍ଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପୋଟର୍‌ସ କ୍ଲାଇମ୍ବିଂ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ବଢ଼ୁଛି

ଭୁବନେଶ୍ୱର, ୧୯ା୮(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ସ୍ପୋଟର୍‌ସ କ୍ଲାଇମ୍ବିଂ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ରେ ଗତ ଜୁଲାଇ ୨୬ରୁ ଚାଲିଥିବା ଟ୍ରେନିଂ ପ୍ରତି ଯୁବପିଢ଼ି...

ରିଙ୍କୁଙ୍କୁ ଧୋନୀଙ୍କ ଉପହାର

ଚେନ୍ନାଇ, ,୧୬ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୩ ସିଜନରେ କୋଲକାତା ନାଇଟ ରାଇଡର୍ସ (କେକେଆର) ବ୍ୟାଟର ରିଙ୍କୁ ସିଂ ଦଳ ପାଇଁ ଜଣେ ଫିନିଶର...

ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ଲାଗି ଷ୍ଟୋକ୍ସ ମନୋନୀତ

ଅକ୍‌ଲାଣ୍ଡ,୧୯ା୭- ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟଭୂମିକ ଗ୍ରହଣ କରିଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ସମ୍ମାନ ଲାଗି...

ସ୍ତ୍ରୀଙ୍କ ଗୋଡ ଧରିଲେ ବିରାଟ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ସେ ଗର୍ଭାବସ୍ଥା ଖୁବ୍‌ ଉପଭୋଗ କରୁଛନ୍ତି। ନିକଟରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ନେଭିଲେଙ୍କ ହୋଟେଲ ଫ୍ରି

ଲଣ୍ଡନ, ୧୯।୩- ମାରାତ୍ମକ କରୋନା ଭାଇରସ୍‌ ବିଶ୍ୱରେ ଏହାର କାୟା ବିସ୍ତାର କରି ଚାଲିଛି। ଏଭଳି ଏକ ଦୁର୍ଦ୍ଦିନ ସମୟରେ ଇଂଲଣ୍ଡ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର...

ହିନ୍ଦୁ ମାନଙ୍କୁ ଦେଶଦ୍ରୋହୀ କହି ଅଡ଼ୁଆରେ ଯୁବରାଜଙ୍କ ବାପା: ଲୋକେ କହିଲେ ‘ଗିରଫ କରାଯାଉ’

ନୂଆଦିଲ୍ଲୀ,୫।୧୨: ଭାରତୀୟ କ୍ରିକେଟ ଟିମ୍‌ର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ ନିଜର ଆପତ୍ତିଜନକ ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛି। ବିଗତ...

ଧୋନୀ ଆଉ ପ୍ରଥମ ଉଇକେଟକିପର ବିକଳ୍ପ ନୁହନ୍ତି

ନୂଆଦିଲ୍ଲୀ,୧୭।୭- ଆଇସିସି ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଶେଷ ହେବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ଲାଗି ରହିଛି।...

୩ ଦିନର ଶିଶୁକୁ ହସ୍ପିଟାଲରେ ଛାଡି କରୋନା ସଂକ୍ରମିତ ମା’ ଛୁ, ଆଉ ତା’ପରେ

ନୂଆଦିଲ୍ଲୀ, ୧୬।୮: ଉତ୍ତର ଦିଲ୍ଲୀର ହିନ୍ଦୁରାଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କରୋନା ସଂକ୍ରମିତ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ଛାଡି ପଳାଇଛନ୍ତି।...

Advertisement
Archives

Model This Week