Posted inଖେଳ

ଅଲିମ୍ପିକ ଯୋଗ୍ୟତା ଟାଇମିଂ ହାସଲରେ ସଜନ ପ୍ରଥମ

ନୂଆଦିଲ୍ଲୀ, ୨୭ା୬ (ପି.ଟି.)-ସଜନ ପ୍ରକାଶ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଅଲିମ୍ପିକ ଯୋଗ୍ୟତା ଟାଇମ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଇଟାଲୀର ରୋମ୍‌ଠାରେ ଚାଲିଥିବା ସିଟେ କୋଲି ଟ୍ରଫି ପୁରୁଷ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟରେ ସେ ୧: ୫୬: ୩୮ ସେକେଣ୍ଡ ଟାଇମିଂରେ ତାଙ୍କ ରେସ୍‌ ଶେଷ କରିଥିଲେ। ୨୭ ବର୍ଷୀୟ ସଜନ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଟୋକିଓ ଗେମ୍ସ ‘ଏ’ ଷ୍ଟାଣ୍ଡାର୍ଡ ଟାଇମିଂ ୧:୫୬.୪୮ ସେକେଣ୍ଡକୁ ୦.୧ ସେକେଣ୍ଡରେ ଅତିକ୍ରମ କରିଯାଇଥିଲେ। କେରଳର ଏହି ସନ୍ତରଣକାରୀ ୨୦୦ମିଟର ବଟରଫ୍ଲାଏ ଇଭେଣ୍ଟରେ କ୍ରମାଗତ ଭାବେ ଉନ୍ନତି କରିବାରେ ଲାଗିଛନ୍ତି। ଗତ ସପ୍ତାହରେ ବେଲ୍‌ଗ୍ରେଡ୍‌ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ସେ ୧:୫୬.୯୬ ସେକେଣ୍ଡ ଟାଇମିଂରେ ରେସ୍‌ ଶେଷ କରିବା ଦ୍ୱାରା ଅଳ୍ପକେ ଅଲିମ୍ପିକ କ୍ୱାଲିଫିକେଶନ ଅଙ୍କ ହାସଲ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ଲିଗ୍‌ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟା ଉପରେ ପ୍ରତିବନ୍ଧକ ଲଗାଇଲା ଆଇସିସି, ଏଣିକି…

ନୂଆଦିଲ୍ଲୀ,୧୪।୭: ସାରା ବିଶ୍ୱରେ ଲଗାତାର ଭାବେ ଟି୨୦ ଲିଗ୍‌ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଫର୍ମାଟର ଲୋକପ୍ରିୟତାକୁ ଦେଖି ଏହାର ଆୟୋଜନ କରାଯାଉଛି। ଖେଳାଳିମାନେ...

ଷ୍ଟାଡିୟମରେ ଦର୍ଶକ ନ ଥିବାରୁ ହଇରାଣ ହେଲେ ଫିଲ୍ଡର

ସିଡ୍‌ନୀ,୧୩।୩- ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୌଣସି ପ୍ରଶଂସକଙ୍କୁ ଷ୍ଟାଡିୟମରେ...

ଭର୍ଷ୍ଟାପେନ୍‌ଙ୍କୁ ପୋଲ୍‌ ପୋଜିଶନ

ସ୍ପିଲବର୍ଗ, ୨୭ା୬ (ଏପି)-ସିରିଆନ ଗ୍ରାଁ ପ୍ରି ପାଇଁ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ମାକ୍ସ ଭର୍ଷ୍ଟାପେନ୍‌ ପୋଲ ପୋଜିଶନ ହାସଲ କରିଛନ୍ତି। ରେଡ୍‌ବୁଲ୍‌ର ଏହି ଡ୍ରାଇଭର...

ପହଞ୍ଚିଲେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବେନଶ୍ୱର,୧୯।୧୨- ଘରୋଇ ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍‌ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ।...

ଧୋନୀଙ୍କ ଅବସର ପରେ କ’ଣ କଲେ ଏହି ପାକିସ୍ତାନୀ ପ୍ରଶଂସକ

ନୂଆଦିଲ୍ଲୀ, ୧୭।୮: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୭୪ତମ ସ୍ବାଧିନତା ଦିବସ ଅବସରରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରି...

ଇତିହାସ ରଚିଲା ପାକିସ୍ତାନ

ଜୋହାନ୍ସବର୍ଗ,୧୧।୪: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପାକିସ୍ତାନୀ କ୍ରିକେଟ ଦଳ ଇତିହାସ ସୃଷ୍ଟି କରିଛି। ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନୀ ଦଳ ବିଶ୍ୱର ପ୍ରଥମ ଦଳ...

ରାୟୁଡୁଙ୍କ ଅବସର: ଚୟନକର୍ତ୍ତାଙ୍କୁ ଗମ୍ଭୀରଙ୍କ ସମାଲୋଚନା

ବର୍ମିଂହାମ,୩।୭(ପିଟି)- ଅମ୍ବାତି ରାୟୁଡୁଙ୍କ ଅବସର ପରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ବୁଧବାର ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ୱାଧୀନ ଚୟନ କମିଟିକୁ ସମାଲୋଚନା କରିଛନ୍ତି। କମିଟିର...

କୋଭିଡ୍‌ ଦ୍ୱାରା ଫ୍ରେଞ୍ଚ୍‌ ଓପନ୍‌ ରାଜସ୍ବ ହାନି

ପ୍ୟାରିସ୍‌,୧୨।୧୦(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ କ୍ଷତିଗ୍ରସ୍ତ ହୋଇଛି। ଟୁର୍ନାମେଣ୍ଟର ରାଜସ୍ବରେ ଯଥେଷ୍ଟ ହ୍ରାସ ହୋଇଛି ଓ ଏଥର ଆଦୌ ଲାଭ...

Advertisement
Archives

Model This Week