Posted inଖେଳ

ସାଇରୂପୀ, ସୁୟଶ ଚାମ୍ପିୟନ

ଭୁବନେଶ୍ୱର, ୧୧ା୧୨ (ବିଜୟ ରଣା): ମିଶନ ଅଲିମ୍ପିକ ସ୍ପୋଟର୍‌ସ ଫାଉଣ୍ଡେଶନ (ଏମ୍‌ଓଏସ୍‌ଏଫ୍‌)ଆନୁକୂଲ୍ୟରେ କେଟି ଗ୍ଲୋବାଲ ସ୍କୁଲ-ଆଇଆଇଜି ସ୍ପୋଟର୍‌ସ ଏକାଡେମୀଠାରେ ଅଲଇଣ୍ଡିଆ ଟେନିସ ଆସୋସିଏଶନ (ଆଇଟା), ଓଡ଼ିଶା ଟେନିସ ଆସୋସିଏଶନ (ଓଟା) ଓ କେଟି ଗ୍ରାସ୍‌ରୁଟ୍‌ ଚାମ୍ପୟନଶିପ୍‌ ସିରିଜ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଳିକା ସିଙ୍ଗଲ୍ସବିଭାଗରେ ଦ୍ୱିତୀୟ ସିଡ୍‌ ତଥା ଓଡ଼ିଶାର ସାଇରୂପୀ ସୌର୍ଯ୍ୟା ମହାନ୍ତି ଏବଂ ବାଳକ ସିଙ୍ଗଲ୍ସ ଟପ୍‌ ସିଡ୍‌ ଓଡ଼ିଶାର ସୁୟଶ ପଟ୍ଟନାୟକ ଚାମ୍ପିୟନ ହୋଇଛନ୍ତି। ସାଇରୂପୀ ଟପ୍‌ ସିଡ୍‌ ଓଡ଼ିଶାର ଶ୍ରେୟା ମହାପାତ୍ରଙ୍କୁ ୬-୪, ୩-୬, ୬-୪ରେ ହରାଇ ଦେଇଛନ୍ତି। ସେହିପରି ବାଳକ ସିଙ୍ଗଲ୍ସ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ସୁୟଶ ଦ୍ୱିତୀୟ ସିଡ୍‌ ଓଡ଼ିଶାର ଗୁରୁବଂଶ ସିଂଙ୍କୁ ୬-୨, ୬-୧ ସେଟ୍‌ରେ ହରାଇ ଟାଇଟଲ ବିଜୟୀ ହୋଇଛନ୍ତି। ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ ଏବଂ କେଟି ଗ୍ଲୋବାଲ ସ୍କୁଲ ମିଳିତ ଭାବେ ନିୟମିତ ଆଇଟା ଟୁର୍ନାମେଣ୍ଟମାନ ଆୟୋଜନ କରି ଆସୁଛନ୍ତି। ଜାତୀୟ ସ୍ତରରେ ସେମାନଙ୍କ ଦକ୍ଷତା ପ୍ରତିପାଦନ କରିବା ଲାଗି ରାଜ୍ୟର ଉଦୀୟମାନ ସ୍ବଳ୍ପ ବୟସ୍କ ଖେଳାଳିମାନଙ୍କ ଲାଗି ଏକ ଉପଯୁକ୍ତ ପ୍ଲାଟଫର୍ମ।

 


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri