ମହିମା ଆଶ୍ରମରେ ସାଧୁସନ୍ଥଙ୍କ ନବାନ୍ନ ଭକ୍ଷଣ

ଝାରସୁଗୁଡ଼ା ଅଫିସ,୧୩ା୮: ଲଖନପୁର ବ୍ଲକ୍‌ ପଞ୍ଚଗାଁ ପଞ୍ଚାୟତ ମହିମାପରୁରମ୍‌ ବିଜାପାଲି ମହିମା ଆଶ୍ରମରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଶ୍ରମର ଚିତ୍ରସେନ ଦାସ, ନିରଞ୍ଜନ ଦାସ, ସ୍ବରୂପା ଦାସ, ନେପାଳ ଦାସ, ନିର୍ମାୟାନନ୍ଦ ଦାସ, ଅଭୟ ଦାସ, ନରହରି ତ୍ୟାଗୀ ପ୍ରମୁଖ ସାଧୁସନ୍ଥମାନେ ଯୋଗଦେଇଥିଲେ। ପ୍ରାରମ୍ଭରେ ମହାପ୍ରଭୁଙ୍କ ନିକଟରେ ଅଖଣ୍ଡବତୀ ପ୍ରଜ୍ଜ୍ୱଳନ କରିବା ସହ ବ୍ରହ୍ମଧ୍ୱନି କୁଣ୍ଡରେ ଘୃତାହୁତି ଅର୍ପଣ କରାଯାଇ ଜଗତର ମଙ୍ଗଳ କାମନା କରାଯାଇଥିଲା। ଏହି ଅବସରରେ ଆଶ୍ରମ ସଭାମଣ୍ଡପରେ ଏକ ଆଧ୍ୟାତ୍ମିକ ସଭା ଆୟୋଜନ ହୋଇଥିଲା। ଏଥିରେ ବହୁ ସାଧୁସନ୍ଥ ଯୋଗଦେଇ ସତ୍‌ପଥ ପ୍ରଦର୍ଶନ ପୂର୍ବକ ଧର୍ମମାର୍ଗରେ ପାରିଚାଳିତ ହେବାପାଇଁ ମାର୍ଗଦର୍ଶନ ଦେଇଥିଲେ। ଏହି ସଭାକୁ ବଡଭାଇ ଭକ୍ତ ବିରଞ୍ଚତ୍ ସାହୁ ପରିଚାଳନା କରିଥିଲେ। ମହାପ୍ରଭୁଙ୍କୁ ନବାନ୍ନ ସମର୍ପଣ ପରେ ସାଧୁସନ୍ଥ ଓ ପରେ ଭକ୍ତମାନେ ନବାନ୍ନ ଭକ୍ଷଣ କରିଥିଲେ। ଏଥିରେ ଭକ୍ତ ବାସୁଦେବ ପ୍ରଧାନ, ନଟବର ଭୋଇ, ନେହୁର ବାଗ୍‌, ପଞ୍ଚାନନ ପ୍ରଧାନ, କୃଷ୍ଣଚନ୍ଦ୍ର ଭୋଇ, ବାବାଜୀ ପ୍ରଧାନ, ରାଜେନ୍ଦ୍ର ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୫-ଟି ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି

ନାଉଗାଁ,୧୬ା୩ (ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗଳଦାରୀ ପଞ୍ଚାୟତରେ ରହିଛି ପଞ୍ଚାୟତିରାଜ ସରକାରୀ ଉଚ୍ଚ ବିଦ୍ୟାଳୟ ଏରେଡ଼ା। ଏହି ବିଦ୍ୟାଳୟଟିକୁ ସରସ, ସୁନ୍ଦର କରିବା ସହ ଅତ୍ୟାଧୁନିକ...

ହବାକ୍‌ ହାଇସ୍କୁଲରେ ବନ୍ଧୁମିଳନ

ଜି.ଉଦୟଗିରି,୪।୧୧(ଡି.ଏନ.ଏ.)-ଜି.ଉଦୟଗିରି ହବାକ ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚ ଛାତ୍ର ଏବଂ ସେତେବେଳର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଏକ ବନ୍ଧୁମିଳିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ...

୨୮ ହଜାର ଲାଞ୍ଚ ନେଇ ଗିରଫ ହେଲେ ତହସିଲ କିରାଣି

ବଲାଙ୍ଗୀର ଅଫିସ,୧୧ା୧: ଜଣେ ବ୍ୟକ୍ତିଙ୍କ ଜମି ରେକର୍ଡ ଅଫ୍‌ ରାଇଟ୍‌ (ଆର୍‌ଓଆର୍‌) କରାଇ ଦେବାକୁ କହି ୨୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର...

ରବି ଧାନ ବିକ୍ରି, ୧୯ରୁ ଖୋଲିବ ମଣ୍ଡି

ବୌଦ୍ଧ,୭ା୫(ସ୍ବ.ପ୍ର.)-ରବି ଧାନ କ୍ରୟ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୯ରୁ ମଣ୍ଡି ଖୋଲିବ ବୋଲି ବୁଧବାର ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ...

ବୃତ୍ତିହରା ହୋଇ ଦାଦନ ଖଟିବାକୁ ଯୁବକ ଯାଉଛନ୍ତି

ପଟ୍ଟାମୁଣ୍ଡାଇ,୬ା୪(ସ୍ବ.ପ୍ର.): ଯୁଗ ସହ ତାଳ ଦେଇ ନ ପାରିବାରୁ ଆଜି ଅନେକ କୌଳିକ ବୃତ୍ତି ହଜିଯିବାକୁ ବସିଲାଣି। ଅନ୍ୟସବୁ କୌଳିକ ବୃତ୍ତି ପରି ଚାଷୀମାନଙ୍କ ହାତ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ରାଇକିଆ,୨୯।୩(ଡି ଏନ ଏ)- କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବରବା ପଞ୍ଚାୟତର ଖଜୁରିଖମନ ଗ୍ରାମରେ ଶନିବାର ରାତି ପ୍ରାୟ ୧୧ଟାରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର...

ଗଞ୍ଜାମରେ ଧିମେଇଛି ଚାଷୀ ପଞ୍ଜିକରଣ : ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଅବଧି ବୃଦ୍ଧି ଦାବି

ଛତ୍ରପୁର,୨୬।୮(ଡି.ଏନ୍‌.ଏ.): ଧାନ ବିକିବା ନେଇ ଚାଷୀଙ୍କ ନାମ ଅନଲାଇନ୍‌ ପଞ୍ଜିକରଣ ଅବଧି ଚଳିତ ମାସ ୩୧ ତାରିଖରେ ସରିବ । ଅପରପକ୍ଷରେ କରୋନା କଟକଣା ନେଇ...

ଶ୍ରୀଜଗନ୍ନାଥଙ୍କ ବାହୁଟ ସେବାଲାଗି ବଉଳ ବୃକ୍ଷ ଚିହ୍ନଟ

ସାକ୍ଷୀଗୋପାଳ,୨୯ା୫(ଡି.ଏନ୍‌.ଏ): ଚଳିତବର୍ଷ ସ୍ନାନ ଓ ରଥଯାତ୍ରା ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡଠାକୁରଙ୍କ ପହଣ୍ଡି ବିଜେ ନିମନ୍ତେ ଆବଶ୍ୟକ ବାହୁଟ ସେବା ଲାଗି ଶୁକ୍ରବାର ବଉଳବୃକ୍ଷ...

Advertisement
Archives

Model This Week