ମନ୍ଦିର ବାହାରେ ସନ୍ଥ

ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମିକ ଭକ୍ତି ଈଶ୍ବରଙ୍କ ନିୟମ ପାଳନ ଉପରେ ପର୍ଯ୍ୟବସିତ। ଈଶ୍ୱରଙ୍କ ନିକଟରେ ଆମତ୍ସମର୍ପଣ ହିଁ ଏହି ଧର୍ମଗୁଡ଼ିକର ମୁଖ୍ୟ ସିଦ୍ଧାନ୍ତ। ସେହିଭଳି ଭାବ ଓ ଭକ୍ତି ହିନ୍ଦୁଧର୍ମର ମୂଳମନ୍ତ୍ର। ଏହି ଭକ୍ତି ମନ୍ଦିରର ଅନେକ ରୀତିନୀତି ଏବଂ ପର୍ବପର୍ବାଣି ସହିତ ଜଡ଼ିତ। ହିନ୍ଦୁମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି। ଏହା ଆମକୁ ଏକ ଦିବ୍ୟଜଗତ ସହ ସମ୍ପର୍କିତ କରିଥାଏ ବୋଲି ବିଶ୍ୱାସ ରହିଛି। ସାମଗ୍ରିକ ଭାବେ ଦେଖିବାକୁ ଗଲେ ସବୁଧର୍ମ ଈଶ୍ୱରଙ୍କ ଉପସ୍ଥିତିକୁ ସ୍ବୀକାର କରେ। ଖ୍ରୀଷ୍ଟିଆନ ଏବଂ ଇସ୍‌ଲାମ ଧର୍ମ ଅନୁଯାୟୀ ଈଶ୍ବରଙ୍କ ଉପସ୍ଥିତି କିମ୍ବା ଦୃଷ୍ଟିରେ ସମସ୍ତେ ସମାନ ଥିବାବେଳେ ହିନ୍ଦୁ ମନ୍ଦିର ରୀତିନୀତିରେ ଶୁଦ୍ଧ (ସ୍ବଚ୍ଛ)ଏବଂ ଅଶୁଦ୍ଧ (ଅସ୍ବଚ୍ଛ)ବିଚାର ରହିଛି। ଏମାନଙ୍କ ମଧ୍ୟରେ ଉଚ୍ଚନୀଚ ଜାତିଭିତ୍ତିକ ସ୍ତର ମଧ୍ୟ ଅଛି। ହିନ୍ଦୁ ଧର୍ମରେ ଶୁଦ୍ଧମାନେ ମନ୍ଦିର ଭିତର ଭାଗରେ ପ୍ରବେଶ କରିବାକୁ ଅନୁମତି ପାଇଲେ, ଅର୍ଦ୍ଧଶୁଦ୍ଧଙ୍କୁ ମନ୍ଦିରର ଏକ ସୀମା ଯାଏ ପ୍ରବେଶ କରିବାକୁ ଅନୁମତି ମିଳିଲା। କିନ୍ତୁ ଅଶୁଦ୍ଧମାନେ ସମ୍ପୂର୍ଣ୍ଣ ମନ୍ଦିର ବାହାରେ ରହିଗଲେ। ତେଣୁ ଶୁଦ୍ଧ ଏବଂ ଅଶୁଦ୍ଧ ଶ୍ରେଣୀର ସାମାଜିକ ବିଚାରଧାରାରେ ପ୍ରଭେଦ ଓ ତିକ୍ତତା ରହିଛି। ଏହା ଯୋଗୁ ଦେବତା ଓ ଭକ୍ତଙ୍କ ମଧ୍ୟରେ ପାଚେରି ଠିଆ ହୋଇଛି। ଦିଅଁ ଓ ଭକ୍ତ ମଧ୍ୟରେ ଆଧ୍ୟାତ୍ମିକ ଧାରଣାରେ ତିକ୍ତତା ରହିଛି। ଏଭଳି ପାଞ୍ଚଟି କାହାଣୀ ସମ୍ପର୍କରେ ଏଠାରେ ଦୃଷ୍ଟି ଆକର୍ଷଣ କରାଯାଉଛି।
ପ୍ରଥମରେ, ତାମିଲ ବୈଷ୍ଣବଙ୍କ କାହାଣୀ ବିଚାରକୁ ନିଆଯାଉ। ସେହି ସବୁ କାହାଣୀ ମଧ୍ୟରେ ଶ୍ରୀରଙ୍ଗମ୍‌ ମନ୍ଦିରରେ ଥିରୁପନ ଅଲଓ୍ବାରଙ୍କ କଥା ଆମେ ଶୁଣିଛୁ। ଶ୍ରୀରଙ୍ଗମ୍‌ ମନ୍ଦିରର ସେ ମହାନ୍‌ ଗାୟକ ଓ ଜଣେ ସନ୍ଥ। ସେ ସମୟରେ ବ୍ରାହ୍ମଣମାନେ କାବେରୀ ନଦୀରେ ଗାଧୋଇବା ପବିତ୍ର ବୋଲି ବିବେଚନା କରୁଥିଲେ। ଏଣୁ କାବେରୀ ନଦୀର ଏକ ନିର୍ଦ୍ଦିଷ୍ଟ ଭାଗରେ ଥିରୁପନଙ୍କୁ ପହଞ୍ଚିବାକୁ ଅନୁମତି ଦିଆଯାଏ ନାହିଁ। ଥରେ ସେ ନଦୀକୁ ଯାଇଥିବା ସମୟରେ ଜଣେ ବ୍ରାହ୍ମଣ ଏହି ଗାୟକ ସାଧୁଙ୍କ ଉପରକୁ ପଥର ଫିଙ୍ଗିଥିଲେ। କିନ୍ତୁ ସେହି ପଥର ହଠାତ୍‌ ନଦୀର ପବିତ୍ର ଭାଗରେ ଆସି ପଡ଼ିଲା। ବ୍ରାହ୍ମଣଙ୍କ ଏଭଳି କାର୍ଯ୍ୟରେ ଦେବୀ ଅସନ୍ତୁଷ୍ଟ ହେବା ସହ ତାଙ୍କୁ ସ୍ବପ୍ନରେ ତାହା ଜଣାଇଲେ। ସ୍ବପ୍ନରେ ଦେବୀଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିବା ସେହି ବ୍ରାହ୍ମଣ ଜଣକ ଦେଖିଲେ। କେବଳ ଏତିକି ନୁହେଁ, ସେହି ସାଧୁ ଗାୟକଙ୍କୁ ମନ୍ଦିର ଭିତରକୁ ନେବା ଲାଗି ଦେବୀ ମଧ୍ୟ ତାଙ୍କୁ ସ୍ବପ୍ନାଦେଶ କରିଥିଲେ।
ଏହା ପରେ ତାମିଲ ଶୈବମାନଙ୍କ ମଧ୍ୟରେ ନନ୍ଦନାର ନାୟାମନାରଙ୍କ ସମ୍ପର୍କରେ ଏକ କାହାଣୀ ଶୁଣିବାକୁ ମିଳେ। ତାଙ୍କୁ ଚିଦାମ୍ବରମ୍‌ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଏ ନାହିଁ। ଅଗ୍ନିରେ ଚାଲିବା ପରେ ତାଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ଦିଆଯାଏ। କାରଣ ଏହି କାର୍ଯ୍ୟ ତାଙ୍କୁ ଶୁଦ୍ଧ ସାବ୍ୟସ୍ତ କରିଥାଏ। ତାଙ୍କର ଶୁଦ୍ଧ ସ୍ଥିତି ବ୍ରାହ୍ମଣଙ୍କ ଉପବୀତ ଏବଂ ଭଷ୍ମ ବୋଳାର ପବିତ୍ର ଅବସ୍ଥାକୁ ଦର୍ଶାଏ। ଏହା ଜାତିପ୍ରଥାରେ ଏକ ପରିବର୍ତ୍ତନ ସ୍ଥିତିକୁ ସୂଚାଇଥାଏ। ଏଥିରୁ ବୁଝାପଡ଼େ ଯେ, ମନ୍ଦିରକୁ ପ୍ରବେଶ କରିବା ପାଇଁ ଆବଶ୍ୟକ ହେଉଥିବା ଏକମାତ୍ର ଉପାୟ ହେଉଛି ଶୁଦ୍ଧତା। ଏଭଳି ଅଶୁଦ୍ଧତା ବିଚାର କେବେ ବି ସଦାଚାର କିମ୍ବା ନୈତିକ ସିଦ୍ଧାନ୍ତ ଆଧାରିତ ନୁହେଁ; ଏହା କେବଳ ଏକ ରୀତିନୀତି ବା ପରମ୍ପରା। ନନ୍ଦନାରଙ୍କ କାହାଣୀ ଦ୍ୱାଦଶ ଶତାବ୍ଦୀରେ ଲିଖିତ ପେରିଆ ପୁରାଣମ୍‌ରୁ ଆସିଛି। ଅନ୍ୟ ଏକ କାହାଣୀ ଆମକୁ ସୂଚିତ କରେ ଯେ ନନ୍ଦନାରଙ୍କୁ ମନ୍ଦିର ସୀମା ପାର ହେବାକୁ ଅନୁମତି ଦିଆଯାଇ ନ ଥିଲା। କେବଳ ବାହାରେ ରହି ତାଙ୍କୁ ଦେବତାଙ୍କୁ ଦେଖିବାକୁ ପଡୁଥିଲା। ପଥର ନିର୍ମିତ ନନ୍ଦୀ ତାଙ୍କ ଦିଅଁ ଦର୍ଶନରେ ବାଧା ସୃଷ୍ଟି କରୁଥିଲା। ତେଣୁ ପବିତ୍ର ଗର୍ଭଗୃହର ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ସକ୍ଷମ ହେବା ଲାଗି ଶିବ ପଥର ନନ୍ଦୀଙ୍କୁ ଘୁଞ୍ଚାଇ ଦେଇଥିଲେ।
ମହାରାଷ୍ଟ୍ରର ପ୍ରସିଦ୍ଧ ମନ୍ଦିର ପନ୍ଧାରପୁର। ସେଠାରେ ପ୍ରଭୁ ବିଠଲ ବିରାଜିତ। ସେହି ମନ୍ଦିର ସହ ଜଡ଼ିତ ସନ୍ଥ ଚୋଖାମେଲାଙ୍କ ବିଷୟରେ ଆମେ ଜାଣିଛେ। ସେ ଥିଲେ ବିଠଲଙ୍କ ଭକ୍ତ। କିନ୍ତୁ ଚାଖାମେଲାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯାଇ ନ ଥିଲା। ତାଙ୍କୁ ମନ୍ଦିର ବାହାରେ ସମାଧି ଦିଆଯାଇଛି। ପୂଜକମାନେ କହନ୍ତି ଯେ, ଦିବ୍ୟ ସ୍ପର୍ଶ ଲାଭ କରିବାକୁ ଆଶା କରୁଥିବା ବିଠଲ ଯେଭଳି ନାମ ଜପ କରନ୍ତି ଠିକ୍‌ ସେମିତି ଏବେ ବି ତାଙ୍କ ଅସ୍ଥି ଶବ୍ଦ (ନାମଜପ)କରିବା ଶୁଣିବାକୁ ମିଳେ।
ଉଦୁପି କର୍ନାଟକର କନକ ଦାସଙ୍କ ବିଷୟରେ ଆମେ ଶୁଣିବାକୁ ପାଉ। ସେ ଜଣେ ମେଷପାଳକ। ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦିଆଯାଇ ନ ଥିଲା। କିନ୍ତୁ ସେ ଭକ୍ତି ପଥରୁ ବିଚ୍ୟୁତ ହୋଇ ନ ଥିଲେ। କନକ ଦାସ ମନ୍ଦିର ପଛରେ ବସି ରହନ୍ତି ଓ ବିରାଜିତ ପ୍ରଭୁ ଶ୍ରୀକୃଷ୍ଣଙ୍କ ଭଜନ ଜଣାଣ ଗାନ କରିଥାଆନ୍ତି। ବାସ୍ତବରେ ଭକ୍ତଙ୍କ ପାଇଁ ହିଁ ଭଗବାନ। କନକ ଦାସଙ୍କ ଭଳି ଭକ୍ତଙ୍କୁ ଦେଖିବାକୁ ଆଗ୍ରହୀ ହୋଇ କୃଷ୍ଣଙ୍କ ମୂର୍ତ୍ତି ବୁଲିପଡ଼ିଲେ ଓ ମନ୍ଦିର କାନ୍ଥରେ ଫାଟ ସୃଷ୍ଟି ହେଲା। ଏହିପରି ଭାବେ ପୁରୋହିତମାନେ ଯେଉଁ କଟକଣା ରଖିଥିଲେ ତାହା ସ୍ବୟଂ ପ୍ରଭୁ ଭାଙ୍ଗିବାକୁ ସକ୍ଷମ ହେଲେ। ଶେଷରେ କନକ ଦାସ ପ୍ରଭୁଙ୍କୁ ଦର୍ଶନ କରିପାରିଲେ।
ଓଡ଼ିଶାର ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ ବିରାଜିତ। ମନ୍ଦିରର ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରିବା ସମୟରେ ଆଜି ମଧ୍ୟ ଜଣେ ପ୍ରବେଶ କରିବାବେଳେ ଦେବତାଙ୍କର ଏକ ପ୍ରତିକୃତି ଦେଖିବାକୁ ପାଇଥା’ନ୍ତି। ଏହା ପତିତପାବନ ମନ୍ଦିର ଭାବେ ଜଣାଶୁଣା। ଯେଉର୍ଁମାନଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥାଏ, ସେଠାରେ ପ୍ରଭୁଙ୍କ ଦର୍ଶନ ଲାଗି ଏହି ପ୍ରତିକୃତି ରଖାଯାଇଛି। ମନ୍ଦିର ପ୍ରବେଶ ଦ୍ୱାରରେ ପତିତପାବନଙ୍କ ଉପସ୍ଥିତି ଭାରତର ସାମାଜିକ ବାସ୍ତବତାକୁ ସ୍ମରଣ କରାଇ ଦେଇଥାଏ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri