ଦଣ୍ଡବତ ଯାତ୍ରାରେ ସନ୍ଥ: ବିଶ୍ୱର ମଙ୍ଗଳ ପାଇଁ ରାଜସ୍ଥାନରୁ ପୁରୀ

ନୟାଗଡ଼ ଅଫିସ,୧୧।୮: ବିଶ୍ୱର ମଙ୍ଗଳ କାମନା ସହ ଭାରତରେ ଶାନ୍ତି ପ୍ରତିଷ୍ଠା ପାଇଁ ରାମସିଂ ଭଗତ ନାମକ ଜଣେ ସନ୍ଥ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଦଣ୍ଡବତ ଯାତ୍ରାରେ ବାହାରିଛନ୍ତି। ୧୫ରୁ ୨୦ ଦିନ ଭିତରେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବେ ବୋଲି ଅଭିଳାଷ ରଖିଛନ୍ତି। ବର୍ତ୍ତମାନ ସମୟରେ କରୋନା କାୟା ବିସ୍ତାର କରିଚାଲିଥିବାରୁ ଏଥିରୁ ମୁକ୍ତି ପାଇଁ ସେ ଠାକୁରଙ୍କୁ ନିବେଦନ କରିଛନ୍ତି। ଦଣ୍ଡବତ ଯାତ୍ରାରେ ସନ୍ଥ ରାସ୍ତାରେ ଏକ ଟେକା ପକାଉଛନ୍ତି। ତା’ପରେ ଟେକାକୁ ଗୋଟାଇ ରାସ୍ତାରେ ଜରି ଶେଯ ପକାଇ ତା’ଉପରେ ଶୋଇପଡୁଛନ୍ତି। ପୁଣି ଉଠି ପୂର୍ବବତ୍‌ କରୁଛନ୍ତି। ସନ୍ଥଙ୍କ ଘର ରାଜସ୍ଥାନର କରୋଲି ଜିଲା ତେହେରା କରକାପୁରରେ। ସେ ୨୦୧୯ ନଭେମ୍ବର ୩ରୁ ଦଣ୍ଡବତ ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କ ସହ ଯାତ୍ରାରେ ଜୟସିଂ, ବତୁ ରାମ, ହରିମନ ଜୟସିଂ ସାମିଲ ହୋଇଛନ୍ତି। ସନ୍ଥ ରାମସିଂ ଭଗତଙ୍କ ସୂଚନା ଅନୁସାରେ ସେ ୨୦୧୬ରେ ଉତ୍ତରାଖଣ୍ଡର ବଦ୍ରିନାଥକୁ ବିଶ୍ୱର ମଙ୍ଗଳ ପାଇଁ ଦଣ୍ଡବତ ଯାତ୍ରା କରିଥିଲେ। ୬ମାସର ଯାତ୍ରା ପରେ ତାଙ୍କୁ ସଫଳତା ମିଳିଥିଲା ଓ ସେ ବଦ୍ରିନାଥଙ୍କୁ ଦର୍ଶନ କରିଥିଲେ। ଏହି ଯାତ୍ରା ତାଙ୍କୁ ଶ୍ରୀକ୍ଷେତ୍ର ଯାତ୍ରା ପାଇଁ ପ୍ରେରଣା ଦେଇଥିଲା। ସେ ବର୍ତ୍ତମାନ ପ୍ରାୟ ଅଢ଼େଇ ହଜାର କି.ମି. ଯାତ୍ରା କରିସାରିଲେଣି। କରୋନା ସମୟରେ ଶ୍ରୀକ୍ଷେତ୍ର ଧାମ ବନ୍ଦ ରହିଥିଲେ ବି ଠାକୁରଙ୍କୁ ସେ ଦର୍ଶନ କରିବେ ବୋଲି ଆଶା ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗଞ୍ଜେଇ କାରବାର, ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରି…

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛି। ଗଡ଼ଖୋର୍ଦ୍ଧାସ୍ଥିତ ଗଡ଼ ଚଣ୍ଡିମନ୍ଦିର ନିକଟରେ ଚଢ଼ାଉ କରି…

ସାମାଜିକ ଦାୟିତ୍ୱବୋଧ, ସ୍ବଚ୍ଛତା ଆପଣାଇବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ସେବାନନ୍ଦ ସରସତୀ ଡିଗ୍ରୀ କଲେଜ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ପକ୍ଷରୁ ଶୁକ୍ରବାର…

ଘର ଦେବେ ସଲମାନ: ଚାରିଆଡ଼ୁ ଛୁଟୁଛି ପ୍ରଶଂସା

ଆସାମରେ ହୋଇଥିବା ଭୟଙ୍କର ବନ୍ୟାରେ ପ୍ରଭାବିତ ପରିବାରକୁ ସହାୟତା କରିବା ପାଇଁ ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଗେଇ ଆସିଛନ୍ତି। ସେ ଏହି ମହାନ କାର୍ଯ୍ୟ ପାଇଁ…

ଆକ୍ସନ ମୋଡରେ ବିଜୟ ଥଲାପଥି: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୮: କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ବିଲ ପୁନଃଆଗତ କରିପାରନ୍ତି ବୋଲି ଆଲୋଚନା ହୋଇଛି। ତାମିଲନାଡୁରେ ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କେନ୍ଦ୍ର…

ଦେଶୀ ମଦରେ ଅପମିଶ୍ରଣ ଅଭିଯୋଗ:ନିରପେକ୍ଷ ତଦନ୍ତ ଦାବି କଲା କଂଗ୍ରେସ

ଭଞ୍ଜନଗର, ୭।୮ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲାର ବିଭିନ୍ନ ଦେଶୀ ମଦ ଭାଟିରେ ଅପମିଶ୍ରିତ ଓ ନକଲି ମଦ ପ୍ରସ୍ତୁତ ହେଉଥିବା ନେଇ ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ)…

ରାସ୍ତାକଡ଼ରେ ଗର୍ଜନ କରୁଥିଲା ୧୨ ଫୁଟ ଲମ୍ବର ଅହିରାଜ, ଯୁବକ ଦେଖିବା ପରେ…

ଦିଗପହଣ୍ଡି,୭ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୩ ନଂ ଓ୍ବାର୍ଡ ପିଏଚ୍‌ଡି ରୋଡ୍‌ କେନାଲ କଡ଼ ମୋବାଇଲ ଟାଓ୍ବାର ନିକଟରୁ୍‌ ପ୍ରାୟ ୧୨ ଫୁଟ…

ପାଣି ଘେରରେ ତେରେସିଂହା ବସ୍ତି ସ୍କୁଲ-ଅଙ୍ଗନବାଡି କେନ୍ଦ୍ର: ଅସ୍ବାସ୍ଥ୍ୟକର ପରିବେଶରେ ଚାଲିଛି ପାଠପଢା

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ତେରେସିଂହା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳୁଛି I ବିଦ୍ୟାଳୟ…

ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିଲା ଫାଇବର ବୋଝେଇ ପିକ୍‌ଅପ୍‌

ମୋହନା,୭ା୮(ମନ୍ମଥ ମିଶ୍ର): ପୁଣି ଭୀମଦଲି ଘାଟିରେ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଛି ପିକ୍‌ଅପ୍‌। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri