Posted inଖେଳ

ସାଇନା, ଶ୍ରୀକାନ୍ତଙ୍କ ଅଲିମ୍ପିକ୍ସ ଖେଳିବା ଆଶା ଶେଷ

ନୂଆଦିଲ୍ଲୀ,୧୩।୫(ପି.ଟି.): ଭାରତୀୟ ତାରକା ବ୍ୟାଡ୍‌ମିଣ୍ଟନ ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ମହିଳା ଖେଳାଳି ସାଇନା ନେହ୍ବାଲଙ୍କ ଟୋକିଓ ଅଲିମ୍ପିକ୍ସ ଖେଳିବା ଆଶା ଶେଷ ହୋଇଛି। ସିଙ୍ଗାପୁର ଓପନ୍‌ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବା ପରେ ଏହି ଦୁଇ ଖେଳାଳିଙ୍କ ଅଲିମ୍ପିକ୍‌ ଯୋଗ୍ୟତା ହାସଲ ଆଶା ଧୂଳିସାତ ହୋଇଛି। ଏହି ଟୁର୍ନାମେଣ୍ଟ ଅଲିମ୍ପିକ୍ସର କ୍ୱାଲିଫାଇଂ ଇଭେଣ୍ଟ ବିବେଚିତ ହେଉଥିଲା। କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ଭ୍ରମଣଜନିତ କଟକଣା ପାଇଁ ଏହି କ୍ୱାଲିଫାଇଂ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି।
ସିଙ୍ଗାପୁର ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ଏସ୍‌ବିଏ) ଓ ବିଡବ୍ଲ୍ୟୁଏଫ୍‌ ମିଳିତ ଭାବେ ଏହି ଟୁର୍ନାମେଣ୍ଟ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସିଙ୍ଗାପୁର ଓପନ ଜୁନ୍‌ ୧ରୁ ୬ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ଏହା ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ର ଏକ ସୁପର ୫୦୦ ଇଭେଣ୍ଟ ବିବେଚିତ ହେଉଥିଲା। ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଏହି ଟୁର୍ନାମେଣ୍ଟ ଶେଷ ସୁଯୋଗ ସୃଷ୍ଟି କରିଥିଲା। ଖେଳାଳି, ଅଫିସିଆଲ, ଆୟୋଜକ ଓ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ଟୁର୍ନାମେଣ୍ଟକୁ ବାତିଲ କରିବାକୁ ହେଲା ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ଟୁର୍ନାମେଣ୍ଟର ସଫଳ ଆୟୋଜନ ପାଇଁ ବିଡବ୍ଲ୍ୟୁଏଫ୍‌ ଓ ଆୟୋଜକ ସବୁମତେ ପ୍ରୟାସ କରିଥିଲେ। ତେବେ ସାରା ବିଶ୍ୱରେ କୋଭିଡ୍‌-୧୯ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ଭ୍ରମଣଜନିତ କଟକଣା ଜାରି କରାଯାଇଛି।
ତେବେ ଟୋକିଓ ଅଲିମ୍ପିକ୍ସର କ୍ୱାଲିଫାଇଂ ନେଇ ପରେ ସ୍ପଷ୍ଟ କରାଯିବ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ପ୍ରଥମେ ମାଲେସିଆ ଓପନ (ମେ’ ୨୫ରୁ ୩୦) ଓ ପରେ ସିଙ୍ଗାପୁର ଓପନ ବାତିଲ ହେବା ପରେ ସାଇନା ଓ ଶ୍ରୀକାନ୍ତଙ୍କ କ୍ୱାଲିଫାଇଂ ଆଶା ଏକପ୍ରକାର ଶେଷ ହୋଇଛି। ମାଲେସିଆ ଓପନ ବାତିଲ ହେବା ପରେ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ବିଡବ୍ଲ୍ୟଏଫ୍‌କୁ ଅଲିମ୍ପିକ କ୍ୱାଲିଫିକେଶନ ନେଇ ସ୍ପଷ୍ଟ କରିବାକୁ କହିଥିଲା। ପୁଣି କରୋନା ପାଇଁ ସିଙ୍ଗାପୁର ଭାରତରୁ ସବୁପ୍ରକାର ଭ୍ରମଣକୁ ବାତିଲ କରିଛି। ତେଣୁ ଏଭଳି ସ୍ଥିତିରେ ସାଇନା ଓ ଶ୍ରୀକାନ୍ତଙ୍କ ପାଇଁ ଆଉ କୌଣସି ସୁଯୋଗ ନାହିଁ ବୋଲି ଧରିନେବାକୁ ହେବ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳିମାନ ହେଲେ ପି.ଭି. ସିନ୍ଧୁ, ବି. ସାଇ ପ୍ରଣୀତ ଓ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri