ଗତ ଆର୍ଥିକ ବର୍ଷରେ ଉନ୍ନତ ଉତ୍ପାଦନ ପ୍ରଦର୍ଶନ କରିଛି ସେଲ

ନୂଆଦିଲ୍ଲୀ,୩।୧୦: ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର ୫୦ତମ ବାର୍ଷିକ ସାଧାରଣ ସଭା (ଏଜିଏମ) ନିକଟରେ ଆୟୋଜିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଅବସ୍ଥିତ ସେଲ୍‌ ମୁଖ୍ୟାଳୟ ପରିସରରେ ଭର୍ଚୁଆଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ବୈଠକରେ ସେଲ୍‌ର ଚେୟାରମ୍ୟାନ୍‌ ସୋମା ମଣ୍ଡଳ ଅଧ୍ୟକ୍ଷତା କରିଥିଲେ। ବିଶେଷକରି ସେଲ୍‌ର ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମଣ୍ଡଳ କହିଥିଲେ ଯେ ଗତ ଆର୍ଥିକ ବର୍ଷ (୨୦୨୧-୨୨) ମଧ୍ୟରେ କମ୍ପାନୀର ସଫଳତା ସମ୍ପର୍କରେ ସେ ବିସ୍ତୃତ ବର୍ଣ୍ଣନା କରିଥିବା ବେଳେ କମ୍ପାନୀର ଭବିଷ୍ୟତ ଯୋଜନା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି।

୨୦୨୧-୨୨ଆର୍ଥିକ ବର୍ଷରେ କମ୍ପାନୀ ହଟ୍‌ ମେଟାଲର ୧୮.୭୩୩ ମିଲିୟନ୍‌ ଟନ୍‌ ଏବଂ ୧୭.୩୬୬ ଅଶୋଧିତ ଇସ୍ପାତ ଉତ୍ପାଦନ କରି ଏହାର ସର୍ବୋତ୍ତମ ଉତ୍ପାଦନ ପ୍ରଦର୍ଶନ କରିଛି। ସେହିପରି କମ୍ପାନୀ ପ୍ରଥମ ଥର ପାଇଁ ଭାରତୀୟ କମ୍ପାନୀଗୁଡିକର ଅଭିଜିତ କ୍ଲବରେ ପ୍ରବେଶ କରି ୧ଲକ୍ଷ କୋଟିରୁ ଅଧିକ ଟଙ୍କା କାରବାର କରିଛି। ଅପରପକ୍ଷରେ ସର୍ବୋତ୍ତମ ବ୍ୟବସାୟ ତୁଳନାରେ ୫୦%ରୁ ଅଧିକ ଅଭିବୃଦ୍ଧି ହାସଲ କରିଛି। ଉନ୍ନତ ଅପରେଟିଂ କାର୍ଯ୍ୟଦକ୍ଷତା କମ୍ପାନୀକୁ ଲାଭାନ୍ବିତ ଦୃଷ୍ଟିରୁ ସର୍ବାଧିକ ଲାଭ ହାସଲ କରିବାରେ ସାହାଯ୍ୟ କରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

୨୦୨୨ ବର୍ଷ ଦେଶ ପାଇଁ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଛି ଏବଂ ଭାରତ ସ୍ବାଧୀନତାର ୭୫ତମ ଗୌରବମୟ ବର୍ଷ ପୂରଣ କରିଛି। ଆଧୁନିକ ଭାରତ ଯାତ୍ରାରେ ଏହା ଏକ ଅସାଧାରଣ ମାଇଲଖୁଣ୍ଟ ଅଟେ, ଯାହାକି ଭାରତ ୨.୦ରେ ଆଗକୁ ବଢିବାକୁ ଭାରତର ପ୍ରସ୍ତୁତତାକୁ ଦୃଷ୍ଟିରେ ରଖି ଅଧିକ ଗୁରୁତ୍ୱ ବହନ କରୁଛି। ଏହି ଅବସରରେ ସେଲ୍‌ର ବରିଷ୍ଠ ଅଧିକାରୀ ଓ ଅଂଶୀଦାରଙ୍କ ସମେତ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri