‘ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର’ ଚିଟ୍‌ଫଣ୍ଡ ସମ୍ପତ୍ତି ବାଜ୍ୟାପ୍ତି

ବାଲେଶ୍ୱର ଅଫିସ, ୪ା୪: ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ସୋମବାର ବାଲେଶ୍ୱର ସ୍ବତନ୍ତ୍ର ଓଡ଼ିଶା ପ୍ରୋଟେକ୍ସନ୍‌ ଇଣ୍ଟରେଷ୍ଟ ଅଫ୍‌ ଇନ୍‌ଭେଷ୍ଟର୍ସ ଡିପୋଜିଟର (ଓପିଆଇଡି) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାଇଗାୟତ୍ରୀ ମାକ୍ରୋ ସ୍କାଏକ୍ରାପର ଇଣ୍ଡିଆ ଲିମିଟେଡ଼ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରିଛନ୍ତି। ଏହି କମ୍ପାନୀର ମୁଖ୍ୟ ଅଫିସ୍‌ ପଶ୍ଚିମବଙ୍ଗ ରାଜ୍ୟ ବେହେଲା ଥାନା ବ୍ରଜେନ ମୁଖାର୍ଜୀ ରୋଡ୍‌ରେ ରହିଥିଲା। ଏହାର ଶାଖା କାର୍ଯ୍ୟାଳୟ ଭଦ୍ରକ ଜିଲା ମାଧବନଗର ସ୍ଥିତ ପୁରୁଷୋତ୍ତମ ବିହାର ବନ୍ତ ଛକରେ ଖୋଲାଯାଇଥିଲା। ବାଲେଶ୍ୱର ଜିଲା ସୋର ଥାନା ପାଖର ଗ୍ରାମର ଲକ୍ଷ୍ମୀକାନ୍ତ ପାଢ଼ୀ ମ୍ୟାନେଜିଂ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଲୋଭନୀୟ ସ୍କିମ୍‌ ଦେଖାଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍‌ କରିନେଇଥିଲେ। ଅଭିଯୋଗ ହେବା ପରେ ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ଉକ୍ତ ମାମଲାକୁ ବିଚାର କରି ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ନାମରେ ଥିବା ଭଦ୍ରକ ଆଚାର୍ଯ୍ୟ ନଗରସ୍ଥିତ ଆକ୍ସିସ୍‌ ବ୍ୟାଙ୍କ୍‌ ଖାତାରେ ଥିବା ୧୩୭୯ ଟଙ୍କା ୮୮ ପଇସା, ଅଭିଲିପ୍ସା ପ୍ରିୟଦର୍ଶନୀଙ୍କ ନାମରେ ଉକ୍ତ ବ୍ୟାଙ୍କ୍‌ ଖାତାରେ ଥିବା ୧୩୦୧ ଟଙ୍କା ୨ ପଇସା, ଅବନ୍ତୀଲତା ପାଢ଼ୀଙ୍କ ନାମରେ ଥିବା ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଖାତାରେ ଥିବା ୨୦ହଜାର ୪୯୬ଟଙ୍କା ୬୫ ପଇସା ଏବଂ ସାଇ ଗାୟତ୍ରୀ ମଲ୍ଟି ଷ୍ଟେଟ୍‌ କୋ-ଅପରେଟିଭ୍‌ ସୋସାଇଟି ନାମରେ ଉକ୍ତ ବ୍ୟାଙ୍କ ଖାତାରେ ଥିବା ୧୪ହଜାର ୨୦୩ଟଙ୍କା ୬୯ ପଇସା ମୋଟ୍‌ ୩୭ ହଜାର ୩୮୧ଟଙ୍କା ୨୪ ପଇସାକୁ ଫ୍ରିଜ୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ସଂସ୍ଥା ଓ ସଂସ୍ଥାର ନିର୍ଦ୍ଦେଶକମାନଙ୍କ ନାମରେ ଥିବା ବାଲେଶ୍ୱର ଓ ଭଦ୍ରକ ଜିଲାର ୫ ଏକର ୩୬ ଡିସିମିଲ ଜମିକୁ ବାଜ୍ୟାପ୍ତି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲାର ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?