ଏବେବି ଅମୃତାଙ୍କୁ ମନେପକାନ୍ତି ସୈଫ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲି ଖାଁ ଖୁବ୍ ନିକଟରେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଇତିମଧ୍ୟରେ ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେତେବେଳେ ମାତ୍ର ୨୦ ବର୍ଷ ବୟସରେ ସେ ଘରୁ ଚାଲିଆସି ଅମୃତାଙ୍କୁ ବିବାହ କରିଥିଲେ ସେତେବେଳେ ସମୟ ଥିଲା ତାଙ୍କ ପାଇଁ ଖୁବ୍ ଜଟିଳ । ହେଲେ ଅମୃତାଙ୍କ ସହଯୋଗ ତାଙ୍କୁ କ୍ୟାରିୟରରେ ଆଗକୁ ବଢିବାରେ ବେଶ୍ ସହାୟକ ହୋଇଛି । ଅମୃତା ସବୁବେଳେ ତାଙ୍କୁ କ୍ୟାରିୟର ଉପରେ ନଜର ଦେବାକୁ କହି ଆସୁଥିବା ବେଳେ ଆଜି ସେ ଯେଉଁଠିବି ପହଞ୍ଚିଛନ୍ତି କେବଳ ଅମୃତାଙ୍କ ଯୋଗୁ ବୋଲି ସୈଫ କହିଛନ୍ତି । କାରଣ ସେତେବେଳେ ଅମୃତା ତାଙ୍କୁ କହିଥିଲେ ନିଜର କାମ ଉପରେ ସବୁବେଳେ ଧ୍ୟାନ ଦିଅ ଆଗକୁ ନିଶ୍ଚୟ ବଢିବ । ଆଉ ଆଜି ଏହା ସମ୍ଭବ ହୋଇଛି । ଅମୃତାଙ୍କୁ ବିବାହ କରିବା ପରେ ଏମାନଙ୍କର ଦୁଇଟି ସନ୍ତାନ ସାରା ଅଲି ଖାଁ ଓ ଇବ୍ରାହିମ ଜନ୍ମ ନେଇଥିଲେ । ୧୯୯୧ରେ ଏମାନେ ବିବାହ କରିଥିବା ବେଳେ ଏହା କିନ୍ତୁ ବେଶିଦିନ ତିଷ୍ଠି ପାରି ନ ଥିଲା । ୨୦୦୪ରେ ଏମାନେ ଅଲଗା ହୋଇଯାଇଥିଲେ । ପିଲା ଦୁଇଜଣ ଏବେ ଅମୃତାଙ୍କ ପାଖରେ ଥିଲା ବେଳେ ସୈଫ ପୁଣିଥରେ ମନ ଦେଇ ବସିଥିଲେ ବଲିଉଡ୍ ବେବୋ କରିନା କପୁରଙ୍କୁ । ୨୦୧୨ରେ ସେ କରିନାଙ୍କୁ ବିବାହ କରିବା ପରେ ଏବେ ତାଙ୍କର ଏକ ପୁତ୍ର ସନ୍ତାନ(ତୈମୁର) ରହିଛି ଓ କରିନା ପୁଣିଥରେ ମା’ ହେବାକୁ ଯାଉଛନ୍ତି । ସୈଫ ସିନା ବିବାହ କଲେ ହେଲେ ଅମୃତା ଆଜିବି ଏକେଲା ରହି ଯାଇଛନ୍ତି । ପିଲା ଦୁହିଁଙ୍କ ସହ ସମୟ କାଟୁଛନ୍ତି ଅମୃତା । ତେବେ ସାରା ଓ ଇବ୍ରାହିମଙ୍କୁ ଆଜିକି ସେତିକି ଶ୍ରଦ୍ଧା କରନ୍ତି ସୈଫ । ସାରା ବିଲିଉଡରେ ପାଦ ରଖି ସାରିଥିବା ବେଳେ ପାଠପଢାରେ ବ୍ୟସ୍ତ ଅଛନ୍ତି ଇବ୍ରାହିମ୍ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହେଲେ ଅନୁଷା, କହିଲେ ‘ପ୍ରେମରେ ମିଳିଛି ପ୍ରତାରଣା’

ବମ୍ବେ: ପ୍ରେମିକ କରନ୍‌ କୁନ୍ଦ୍ରାଙ୍କଠାରୁ ଅଲଗା ହୋଇଛନ୍ତି ଅନୁଷା ଦାଣ୍ଡେକର। ଦୀର୍ଘ ପାଞ୍ଚ ବର୍ଷ ଧରି ଉଭୟ ଡେଟ୍‌ କରୁଥିଲେ। ଏଣୁ ୨୦୨୦ରେ ହଠାତ୍‌ ସେମାନଙ୍କ...

ଅମୀରଙ୍କ ଏହି ଫିଲ୍ମର ସିକ୍ୟୁଏଲ କରିବେ ଭୂଷଣ କୁମାର

ମୁମ୍ବାଇ: ୨୦୧୩ରେ ‘ଆଶିକ୍‌’ ସିକ୍ୟୁଏଲ ଆସିବା ପରଠାରୁ ‘ଆଶିକ୍‌-୩’କୁ ନେଇ ଚର୍ଚ୍ଚା ହୋଇଆସୁଛି। ଫିଲ୍ମ ନିର୍ମାଣ ନେଇ ୨୦୧୬ରୁ ଗ୍ରୀନ୍‌ ସିଗ୍‌ନାଲ ମଧ୍ୟ ମିଳିସାରିଛି। କିନ୍ତୁ...

ଏହି ଖରାପ ଅଭ୍ୟାସ ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖ୍ୟାତ ଶାହରୁଖ ଖାନ୍‌

ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନ କେବଳ ନିଜର ନିଖୁଣ ଅଭିନୟ ପାଇଁ ଜଣାଶୁଣା। ତାଙ୍କର ଏକ ଅଭ୍ୟାସ ମଧ୍ୟ ଅଛି ଯାହା ଫିଲ୍ମ ଇଣ୍ଡଷ୍ଟ୍ରିରେ...

ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା

ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ...

ସମନ ପରେ ସିବିଆଇ ନିକଟରେ ହାଜର ହେଲେ ରିୟା

ମୁମ୍ବାଇ, ୨୮।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ନିକଟରେ ଶୁକ୍ରବାର ପୁଣି ଥରେ ହାଜର ହୋଇଛନ୍ତି ରିଆ ଚକ୍ରବର୍ତ୍ତୀ। ସିବିଆଇ ସମନ...

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ...

କଥା ଦେଇଥିଲେ, ହେଲେ ଫୋନ ଉଠାଇଲେ ନାହିଁ ଅମିର

ନୂଆଦିଲ୍ଲୀ, ୧୦।୮: ଗତ ରବିବାର ବଲିଉଡର ଭେଟେରାନ ଅଭିନେତା ଅନୁପମ ଶ୍ୟାମଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଭାଇ ଅନୁରାଗ ଶ୍ୟାମ ଅଭିନେତା ଅମିର...

ଏହି ସୁପରଷ୍ଟାରଙ୍କ ଜନ୍ମଦିନରେ ଆସୁଥିଲା ଟ୍ରକ ଭର୍ତ୍ତି ଫୁଲ: ଝିଅଙ୍କର ଥିଲା ଏହି ଭୁଲ ଚିନ୍ତାଧାରା

ବଲିଉଡ୍‌ରେ କାକା ନାମରେ ପ୍ରସିଦ୍ଧ ଭେଟେରାନ ସୁପରଷ୍ଟାର ରାଜେଶ ଖନ୍ନାଙ୍କର ଆଜି ହେଉଛନ୍ତି ୭୮ତମ ଜନ୍ମଦିନ। ୨୯ ଡିସେମ୍ବର, ୧୯୪୨ରେ ପଞ୍ଜାବର ଅମୃତସରରେ ସେ ଜନ୍ମଗ୍ରହଣ...

Advertisement
Archives

Model This Week