ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍‌ପ୍ରାଇଜ

ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍‌ ଚର୍ଚ୍ଚାରେ। ୨୦୨୦ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ ଏହା ଇଣ୍ଡଷ୍ଟ୍ରିକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ତେବେ ଶୈଫ ଅଲି ଖାଁ ଚଳିତ ବର୍ଷକୁ ଖୁବ୍‌ ସେଲିବ୍ରେଟ କରିଛନ୍ତି ବୋଲି କୁହାଯାଉଛି। ପ୍ରଥମେ ଶୈଫ ଓ ତାଙ୍କ ପିତ୍ନୀ କରିନା କପୁର ଖାଁ ପ୍ରଥମେ ତାଙ୍କ ଦ୍ୱିତୀୟ ସନ୍ତାନ କଥା କହିଥିଲେ ଏହା ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସରପ୍ରାଇଜ୍‌ ଥିଲା। ଏଥର କିନ୍ତୁ ଶୈଫ ଏକ ନୂଆ ସର୍‌ପ୍ରାଇଜ୍‌ ଦେଇଛନ୍ତି। ଶୈଫ ପଢିବାକୁ ଲେଖିବାକୁ ବେଶ୍‌ ପସନ୍ଦ କରନ୍ତି ବୋଲି ଏକଥା ଅନେକେ ଜାଣନ୍ତି। ଏବେ ଶୁଣିବାକୁ ମିଳିଛି କି ଶୈଫ ତାଙ୍କ ଅଟୋବାୟୋଗ୍ରାଫି ଲେଖିବାକୁ ଯାଉଛନ୍ତି। ଏଥିରେ ସେ ତାଙ୍କ ପରିବାର, କ୍ୟାରିୟର, ତାଙ୍କର ସଫଳତା-ବିଫଳତା, କାହାଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି, କାହାଠାରୁ ତାଙ୍କୁ ପ୍ରେରଣା ମିଳିଛି ଏସବୁ କଥା ଉଲ୍ଲେଖ କରିବେ ବୋଲି ଜଣାପଡିଛି। ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ଖବର ଅନୁଯାୟୀ, ଅଟୋବାୟୋଗ୍ରାଫିକୁ ନେଇ ଶୈଫ କହିଛନ୍ତି, ସମୟ ଅନୁସାରେ ବହୁତ କିଛି ପରିବର୍ତ୍ତନ ହେବାରେ ଲାଗିଛି। ତେଣୁ ମୋତେ ଲାଗୁଛି ଏବେ ଯଦି ମୁଁ ଏହାକୁ ସଜେଇ ନ ରଖିବି ତେବେ ଏହାବି ହଜିଯାଇପାରେ। ବରଂ ଏହାକୁ ପରେ ଦେଖିଲେ ଖୁବ୍‌ ସୁନ୍ଦର ଲାଗିବ ବୋଲି ସେ କହିଛନ୍ତି। ଏବେ ପର୍ଯ୍ୟନ୍ତ ପୁସ୍ତକର ନାଁ ସ୍ଥିର ହୋଇ ନ ଥିବା ବେଳେ ଶୈଫ ତାଙ୍କ ଅନୁଯାୟୀ ଏହାକୁ ଲେଖିବେ ବୋଲି ଅନୁମାନ କରାଯାଉଛି। ଆସନ୍ତା ବର୍ଷ ପୁସ୍ତକଟି ରିଲିଜ୍‌ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri