Posted inଖେଳ

ସାହାଣୀ କପ୍‌ ଫୁଟବଲ ଆରମ୍ଭ: ୪-୦ ଗୋଲରେ କେନ୍ଦ୍ରାପଡ଼ାକୁ ହରାଇଲା ଦେବଗଡ଼

ସୁନ୍ଦରଗଡ଼,୬।୨: ସୁନ୍ଦରଗଡ଼ରେ ୬୧ତମ ଆନ୍ତଃଜିଲା ସାହାଣୀକପ୍‌ ଫୁଟବଲ ପ୍ରତିଯୋଗିତା ଶନିବାରଠାରୁ ଆରମ୍ଭ ହୋଇଛି। ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା (ଫାଓ) ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଭବାନୀପୁର ସ୍ପୋଟର୍‌ସ କମ୍ପ୍ଲେକ୍ସ ଷ୍ଟାଡିୟମଠାରେ ଏହି ଆନ୍ତଃଜିଲା ଫୁଟବଲ ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେବଗଡ଼ ଜିଲା ୪-୦ ଗୋଲରେ କେନ୍ଦ୍ରାପଡ଼ା ଜିଲାକୁ ହରାଇ ବିଜୟୀ ହୋଇଛି। ଦେବଗଡ଼ ଦଳର ଚକ୍ରକିଷାନ ଖେଳ ଆରମ୍ଭର ୫ମ, ୪୪ତମ ଓ ୯୦ତମ ମିନିଟ୍‌ ମଧ୍ୟରେ ୩ଟି ଗୋଲ ସ୍କୋର କରିଥିବା ବେଳେ ୮୮ତମ ମିନିଟରେ ସୁମନ ବାବୁ ଗୋଟିଏ ଗୋଲ ଦେଇଥିଲେ। ଦେବଗଡ଼ ଦଳର ସଂଯୋଗ କିଷାନ ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ମ୍ୟାନ୍‌ ଅଫ ଦି ମ୍ୟାଚ ବିବଚେିତ ହୋଇଥିଲେ। ସୁନ୍ଦରଗଡ଼ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ପ୍ରାରମ୍ଭରେ ସୁନ୍ଦରଗଡ଼ ପବ୍ଲିକସ୍କୁଲର ଶିକ୍ଷୟିତ୍ରୀ ରୀତା ସାହୁଙ୍କ ତତ୍ତ୍ୱାବଧାନରେ ଛାତ୍ରୀଛାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ପ୍ରାରମ୍ଭିକ ସୂଚନା ଓ ବିଶ୍ୱରଞ୍ଜନ ହୋତା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସଦର ଉପଜିଲାପାଳ ଅଭିମନ୍ୟୁ ବେହେରା, ଫାଓର ମ୍ୟାଚ୍‌ କମିଶନର ଦୁର୍ଗାମାଧବ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଫାଓର ଉପସଭାପତି ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସଦର ଉପସଭାପତି ଚିତ୍ତରଞ୍ଜନ ବହିଦାର, ରାଜେନ୍ଦ୍ର ମହାନ୍ତି, ସହସମ୍ପାଦକ ଜୟଦେବ ପାତ୍ର, ନିତ୍ୟାନନ୍ଦ ବଳ, ଅଜୟ ବହିଦାର, ଶିଶିର ପଟେଲ, ବୀରମିତ୍ର କାଲୋ, ବିମଲ ବୋଷ ପ୍ରମୁଖ କାର୍ଯ୍ୟକର୍ତ୍ତା ମଞ୍ଚାସୀନ ଥିଲେ। ରେଫରୀ ପ୍ରଶାନ୍ତ କୁମାର ବେହେରା, କୃଷ୍ଣଚନ୍ଦ୍ର ଟୁଡୁ, ପୂର୍ଣ୍ଣଚନ୍ଦ୍ର ସୋରେନ୍‌, କିରଣ ଦାଶ ମ୍ୟାଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖୁସି ଖବର: ୨୦୨୮ ଅଲମ୍ପିକ୍‌ରେ ସାମିଲ ହେବ କ୍ରିକେଟ !…

ନୂଆଦିଲ୍ଲୀ,୨୪।୫: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୮ ଅଲମ୍ପିକ୍‌ରେ କ୍ରିକେଟ ଖେଳକୁ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଲସ୍‌ ଏଞ୍ଜେଲସ୍‌ରେ...

ଅକ୍ଟୋବର ସୁଦ୍ଧା ଫେରିବ କ୍ରୀଡ଼ା ପ୍ରତିଯୋଗିତା

ନୂଆଦିଲ୍ଲୀ, ୫ା୬-ଭାରତରେ ଅକ୍ଟେବାର ସୁଦ୍ଧା କ୍ରୀଡ଼ା ପ୍ରତିଯୋଗିତା ଫେରିବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରେନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ସ୍ପୋର୍ଟିଂ ଇଭେଣ୍ଟ୍ସ...

ପ୍ରଥମଥର ପାଇଁ ପିତା ହେଲେ ଏହି କ୍ରିକେଟର

ଅଷ୍ଟ୍ରେଲିଆ କ୍ରିକେଟର ଉସ୍‌ମାନ ଖ୍ବାଜା ପ୍ରଥମଥର ପାଇଁ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରେଚେଲ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଖ୍ବାଜା ଇନ୍‌ଷ୍ଟାଗ୍ରାମରେ ଝିଅର...

ଆଇପିଏଲ୍‌ରେ ରହିଛି ଏହି ସବୁ ଦଳର ସର୍ବାଧିକ ସ୍କୋର

ମୋହାଲି, ୨୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ବୃହତ୍‌ ସ୍କୋର କରିଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ୨୦...

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ...

ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବ ଭାରତ

ଚେନ୍ନାଇ,୨୨ା୩(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବ। ଘରୋଇ ପରିବେଶରେ ଖେଳୁଥିବା ଭାରତ ଏହି ମ୍ୟାଚ୍‌ ଜିତିବା...

ଦିଲ୍ଲୀ ବାୟୁ ପ୍ରଦୂଷଣ ଯୋଗୁ ଆଶଙ୍କାରେ ପ୍ରଥମ ଟି୨୦

ନୂଆଦିଲ୍ଲୀ, ୨୭।୧୦(ପି.ଟି)- ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅବନତୀ ହେବାର ସମ୍ଭାବନା ଥିଲେ ମଧ୍ୟ ଚିନ୍ତାଜନକ ରହିବ। ତେଣୁ ନଭେମ୍ବର ୩ ତାରିଖରେ...

ସାବାଲେଙ୍କାଙ୍କୁ ମାଡ୍ରିଡ୍‌ ଓପନ୍‌ ଟେନିସ ଟାଇଟଲ

ମାଡ୍ରିଡ,୧୦।୫(ଏପି): ବେଲାରୁଷ ମହିଳା ଟେନିସ ତାରକା ଅରିନା ସାବାଲେଙ୍କା ମାଡ୍ରିଡ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ପଞ୍ଚମ...

Advertisement
Archives

Model This Week