ନିରାପଦ ମାତୃତ୍ୱ: ଆଜିର ଆହ୍ବାନ

ଡା. କାନ୍ତୀ ନାୟକ

ନିରାପଦ ମାତୃତ୍ୱ କହିଲେ ଉଭୟ ମାଆ ଓ ଶିଶୁର ସୁରକ୍ଷାକୁ ବୁଝାଏ। ଗର୍ଭଧାରଣ ଓ ପ୍ରସବ ବାବଦରେ ଉପଯୁକ୍ତ ଜ୍ଞାନ ହାସଲ ଏବଂ ଠିକ୍‌ ପଦକ୍ଷେପ ଦ୍ୱାରା ନିରାପଦ ମାତୃତ୍ୱ ଲାଭ ସମ୍ଭବ। ଏହାଦ୍ୱାରା ମାଆ ଓ ଶିଶୁ ମୃତ୍ୟୁହାର କମିବ। ସୁଷମ ଓ ପୁଷ୍ଟିକର ଆହାର ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ରୋଗ ପ୍ରତିଷେଧକ ଟିକା ଗ୍ରହଣ, ପ୍ରସବ ସମୟରେ ତାଲିମପ୍ରାପ୍ତ ଧାତ୍ରୀଙ୍କ ସାହାଯ୍ୟ ନେବା ଉଚିତ। ଏହାଯୋଗୁ ମାଆ-ଶିଶୁଙ୍କ ଜୀବନ ସୁରକ୍ଷିତ ରହିବ। ଏବେ ମହିଳାମାନେ ନିଜ କର୍ମ ସଂସ୍ଥାନର ଦାୟିତ୍ୱ କୁହନ୍ତୁ ବା ଘର ସଂସାରର ବୋଝ, ସବୁଠି ନିଜକୁ ନିଜେ ହିଁ ଅବହେଳିତ କରୁଛନ୍ତି। ଯାହାପାଇଁ ଦିନକୁ ଦିନ ଉଦ୍‌ବେଗଜନକ ଭାବେ ମହିଳାଙ୍କର ଶାରୀରିକ ଅସୁସ୍ଥତା ଦେଖାଯାଉଛି। ନିରାପଦ ମାତୃତ୍ୱ କ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହେଉଛି ଅସଚେତନତା, ଦାରିଦ୍ର୍ୟ, କୁପୋଷଣ ଓ ଅଶିକ୍ଷା। ଅଳ୍ପ ବୟସରୁ ବିବାହ କରି ସଂସାରକୁ ନ ବୁଝିଥିବା ଝିଅଟି ଖୁବ୍‌ଶୀଘ୍ର ଗର୍ଭଧାରଣ କରିବା ଦ୍ୱାରା ଏହା ଉଭୟ ମାଆ ଓ ଶିଶୁ ଉପରେ ଭୟଙ୍କର ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ମାତୃ ମୃତ୍ୟୁହାରର ଏହା ବଡ଼ କାରଣ ପାଲଟିଥାଏ। କେବଳ ମାତୃ ମୃତ୍ୟୁହାର ନୁହେଁ, କେତେକ କ୍ଷେତ୍ରରେ ପିଲାଟି ଜନ୍ମ ହେବା ପୂର୍ବରୁ ବା ଜନ୍ମ ହେବାର କିଛି ଦିନ ପରେ ମୃତ୍ୟୁବରଣ କରିଥାଏ। ଅନେକ କ୍ଷେତ୍ରରେ ଦୁର୍ବଳିଆ ଶିଶୁ ଜନ୍ମ ନେଇ ସାରା ଜୀବନ ବିଭିନ୍ନ ରୁଗ୍‌ଣ ସମସ୍ୟାକୁ ସାମ୍ନା କରିଥାଏ। ସେହିପରି ନିରାପଦ ମାତୃତ୍ୱ କ୍ଷେତ୍ରରେ କୁପୋଷଣ ଅନ୍ୟ ଏକ ସମସ୍ୟା। ସନ୍ତାନଟି ଗର୍ଭସ୍ଥ ହେବାପରେ ଠିକ୍‌ ଭାବେ ଖାଦ୍ୟ, ବିଶ୍ରାମ, ଡାକ୍ତରୀ ପରାମର୍ଶ ଓ ନିର୍ଦ୍ଦିଷ୍ଟ ଔଷଧ ଓ ଟିକା ଗ୍ରହଣ ଜରୁରୀ। ଗର୍ଭବତୀ ମାଆଟି ପାଇଁ ତା’ ଶରୀର ଏବଂ କାର୍ଯ୍ୟ ତୁଳନାରେ ପୌଷ୍ଟିକ ଓ ସୁଷମ ଖାଦ୍ୟ ତା’ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ ମହିଳା ଶିଶୁ କଲ୍ୟାଣ ବିଭାଗ ଏ ଦିଗଟିକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରି ସରକାରୀ ଭାବେ ଗର୍ଭବତୀ ମାଆଙ୍କୁ ପ୍ରାଥମିକ ଅବସ୍ଥାରୁ ଡାକ୍ତରୀ ପରାମର୍ଶ, ଉତ୍ତମ ସୁଷମ ଖାଦ୍ୟ ଓ ଆନୁଷଙ୍ଗିକ ସହାୟତା ଯୋଗାଇ ଦିଆଯାଉଛି। ସରକାରୀ ବ୍ୟବସ୍ଥାରେ ରାଜ୍ୟରେ ଅଗମ୍ୟ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନ କରାଯାଉଛି। ତେବେ ଏତେ ସବୁ ଭିତରେ ମଧ୍ୟ କେତେକ ସ୍ଥାନରେ ନିରାପଦ ମାତୃତ୍ୱ ଅପହଞ୍ଚ ହୋଇଯାଉଛି ତ କେଉଁଠି ଗର୍ଭବତୀଙ୍କ ନିକଟ ସମ୍ପର୍କୀୟମାନଙ୍କ ଠିକ୍‌ ତଥ୍ୟ ଅଭାବରୁ ପରିସ୍ଥିତି ଜଟିଳ ହୋଇଯାଉଛି। କେନ୍ଦ୍ର ସରକାର ମଧ୍ୟ କେତେକ କ୍ଷେତ୍ରରେ ନିରାପଦ ମାତୃତ୍ୱକୁ ସୁନିଶ୍ଚିତ ସୁରକ୍ଷିତ କ୍ଷେତ୍ର ଭାବେ ଅଗ୍ରାଧିକାର ଦେଇ ବିଭିନ୍ନ ବେସରକାରୀ ସ୍ବେଚ୍ଛସେବୀ ସଙ୍ଗଠନ ମାଧ୍ୟମରେ ଅନେକ ସହାୟତା ପ୍ରଦାନ କରୁଛନ୍ତି। ଜଣେ ନିଜର କେହି ନ ହେଲେ ବି ପଡ଼ୋଶୀଟିଏ ହେଉ ବା ଅପରିଚିତ, ସେମାନଙ୍କୁ ସରକାରୀ ବ୍ୟବସ୍ଥାର ସମସ୍ତ ସୁବିଧା ସୁଯୋଗ ଓ ସ୍ବାସ୍ଥ୍ୟଜନିତ ସଚେତନତା ସେମାନଙ୍କ ପାଖରେ ପହଞ୍ଚତ୍ବାର ଗୁରୁଦାୟିତ୍ୱ ନିର୍ବାହ କଲେ ନିଜକୁ ଜଣେ ସମାଜର ଯଥାର୍ଥ ଜାଗ୍ରତ ପ୍ରହାରୀ ଓ ଉପଯୁକ୍ତ ନାଗରିକ ଭାବେ ଦାୟିତ୍ୱ ନିର୍ବାହ କରିପାରିବା।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri