Posted inଖେଳ

ସାକ୍ରୋ ବେସ୍ରା, ପଙ୍କଜ ସୋରେନ ବିଜେତା

ଭୁବନେଶ୍ୱର, ୧୨।୨ (ତପନ ସ୍ବାଇଁ): କଳିଙ୍ଗ ରନର୍ସ ପକ୍ଷରୁ ରବିବାର ସେଣ୍ଟ୍ରୋକ୍ସି ସିଟି ମାରାଥନ ଅନୁଷ୍ଠିତ ହୋଇଯାଇଛି। ମାରାଥନର ୬ଷ୍ଠ ସଂସ୍କରଣ ଶିଖରଚଣ୍ଡୀ ମନ୍ଦିରଠାରୁ ଆରମ୍ଭ ହୋଇ ପଥରଗଡ଼ିଆରେ ଶେଷ ହୋଇଥିଲା । ଅର୍ଥୋପେଡିକ୍‌ ସର୍ଜନ ସାର୍ଥକ ପଟ୍ଟନାୟକ ଓ କଳିଙ୍ଗ ରନର୍ସର ଅଧ୍ୟକ୍ଷ ଦୁଃଖୀଶ୍ୟାମ ପାଢ଼ୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଳିଙ୍ଗ ରନର୍ସର ଉପସଭାପତି ସ୍ବାତୀ ମହାନ୍ତି, ସମ୍ପାଦକ ସଂଗ୍ରାମ କେଶରୀ ଜେନା, ସେଣ୍ଟ୍ରୋକ୍ସିର ପ୍ରତିଷ୍ଠାତା ତଥା ସିଇଓ ଯଯାତି ବଡୁ, କଳିଙ୍ଗ ରନର୍ସ ରେସ ନିର୍ଦ୍ଦେଶକ ଦୀପକ କୁମାର ମିଶ୍ର, କନ୍‌ଭେନର ଅନିଲ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭାରତର ବିଭିନ୍ନ ସ୍ଥାନରୁ ୬୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୩ଟି ବର୍ଗ ୨୧ କିଲୋମିଟର, ୧୦ କିଲୋମିଟର ଏବଂ ୫ କିଲୋମିଟରରେ ମାରାଥନ ହୋଇଥିଲା। ୨୧ କିମି ଦୌଡ଼ର ପୁରୁଷ ବର୍ଗରେ ପଙ୍କଜ ସୋରେନ ଏବଂ ମହିଳା ବର୍ଗରେ ସାକ୍ରୋ ବେସ୍ରା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୧୦ କିମି ପୁରୁଷ ବର୍ଗରେ ସୂର୍ଯ୍ୟକାନ୍ତ ରାୟ ଏବଂ ମହିଳା ବର୍ଗରେ ଶୁଭଶ୍ରୀ ସାହୁ ପ୍ରଥମ ହୋଇଥିଲେ। ସେହିପରି ମାରାଥନ ଶିଖରଚଣ୍ଡୀଠାରୁ ଆରମ୍ଭ କରି ପଥରଗଡ଼ିଆ ପର୍ଯ୍ୟନ୍ତ କରାଯାଇଥିଲା। ୫୦ ବର୍ଷରୁ ଊର୍ଦ୍ଧ୍ୱରେ ୪୩ ଜଣ ଅଂଶଗ୍ରହଣ କରିଥିଲେ।

 

ମୃତ୍ତିକା ସଂରକ୍ଷଣ ସଚେତନତା ପାଇଁ ମାରାଥନରେ ସୁବ୍ରମଣ୍ୟ

ମୃତ୍ତିକା ସଂରକ୍ଷଣ ପାଇଁ ଜନ ସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ମାରାଥନରେ ଭାଗ ନେଉଛନ୍ତି ବିଶାଖାପାଟଣାର ସୁବ୍ରମଣ୍ୟ ଶର୍ମା ଛଲ୍ଲା ନାମକ ଜଣେ ଚାର୍ଟଡ ସିଭିଲ ଇଞ୍ଜିନିୟର। ରବିବାର ଭୁବନେଶ୍ୱର ମାରାଥନରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ କହିଛନ୍ତି ଯେପରି ଭାବେ ମୃତ୍ତିକା କ୍ଷୟ ହେବାରେ ଲାଗିଛି, ତାହାକୁ ଯଦି ରୋକା ନ ଯାଏ ତେବେ ଦିନ ଆସିବ ମାଟି ବାଲିରେ ପରିଣତ ହୋଇଯିବ। ଇଶା ଫାଉଣ୍ଡେଶନର ପ୍ରତିଷ୍ଠାତା ସଦ୍‌ଗୁରୁଙ୍କ ଦ୍ୱାରା ୨୦୨୨ ମାର୍ଚ୍ଚ ୨୧ରୁ ମୃତ୍ତିକା ସଞ୍ଚୟ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସୁବ୍ରମଣ୍ୟଙ୍କର ବିଶାଖାପାଟଣାରେ ଏକ କନ୍‌ସଲ୍‌ଟେନ୍‌ସି ଅଫିସ ରହିଛି। ସେ ମୃତ୍ତିକା ସଂରକ୍ଷଣ ଆନ୍ଦୋଳନରେ ସାମିଲ ହେବା ପରଠାରୁ ଇତିମଧ୍ୟରେ ୩, ୭୦୩ କିଲୋମିଟର ଦୌଡ଼ି ସାରିଲେଣି ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର: ବାଇକ୍‌ରେ ଗଲା ମୃତଦେହ

ଲଇକେରା, ୫।୭ (ରଞ୍ଜନ କୁମାର ମେହେର): ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡା ପଞ୍ଚାୟତର ଉଡ଼ିଆପାଲି ଗ୍ରାମରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ହୃଦୟବିଦାରକ ଓ ଲଜ୍ଜାଜନକ…

ବିଶିଷ୍ଟ ଲୋକ ଗାୟିକା ତୀଜନ ବାଈଙ୍କ ପରଲୋକ: ୭୦ ବର୍ଷ ବୟସରେ ଏମ୍ସ ରାୟପୁରରେ ଛାଡିଲେ ଶେଷ ନିଶ୍ୱାସ…

ନୂଆଦିଲ୍ଲୀ,୫/୭: ଖ୍ୟାତନାମା ଲୋକ ଗାୟିକା ତୀଜନ ବାଈଙ୍କର ପରଲୋକ ହୋଇଯାଇଛି। ୭୦ ବର୍ଷ ବୟସରେ ସେ ରାୟପୁର ଏମ୍ସ (AIIMS)ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ସିମନବାଡି–ତିଲୋରୀ ଯାତାୟାତ ଠପ୍

ଦାରିଙ୍ଗବାଡି, ୫।୭ (ଅରୁଣ ସାହୁ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଥିବାରୁ ଜନଜୀବନ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା…

ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ଖବର! ବଦଳିଲା ସପ୍ଲାଇ ନିୟମ, ସରକାର ହଟାଇଲେ ଜରୁରୀକାଳୀନ ନିୟନ୍ତ୍ରଣ

ନୂଆଦିଲ୍ଲୀ,୫/୭: ମିଡିଲ୍ ଇଷ୍ଟ (ମଧ୍ୟ ପ୍ରାଚ୍ୟ)ରେ ଯୁଦ୍ଧବିରତି ଏବଂ ହୋର୍ମୁଜ୍ ଷ୍ଟ୍ରେଟ୍‌ (Strait of Hormuz) ଦେଇ ସାମୁଦ୍ରିକ ଜାହାଜ ଚଳାଚଳ ପୁଣି ଥରେ ଆରମ୍ଭ ହେବା…

ବର୍ଷା ପାଇଁ ଭଞ୍ଜନଗର ୱାଟର ପାର୍କବନ୍ଦ: ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ମୌସୁମୀ ବର୍ଷା ଆରମ୍ଭ ହେବା ସହ ଭଞ୍ଜନଗର ୱାଟର ପାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ଯଥେଷ୍ଟ କମିଯାଇଛି। ଅନ୍ୟପକ୍ଷରେ ପରିଚାଳନା ଖର୍ଚ୍ଚ ବଢ଼ିବା…

୪ ରାଶିଙ୍କ ଶୁଭ ସମୟ ଆରମ୍ଭ! ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ!

ନୂଆଦିଲ୍ଲୀ, ୫ା୭: ୧୯ ଜୁଲାଇରୁ ୪ ରାଶିଙ୍କ ଶୁଭ ସମୟ ଆରମ୍ଭ!ଚାକିରିରେ ଡବଲ ପ୍ରମୋସନ, ଅଜଣା ଲୋକ ଦେବେ ବଡ଼ ସରପ୍ରାଇଜ! ଦେବଗୁରୁ ବୃହସ୍ପତି ଜୁନ୍ ୧୮…

ଗାଲେରୀ କାଳୀ ମନ୍ଦିରରୁ ବଡ଼ ଧରଣର ଚୋରି; କୋଟି କୋଟି ଟଙ୍କାର ଅଳଙ୍କାର ଲୁଟ୍‌

ଭଞ୍ଜନଗର, ୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚୋରି ଓ ଡକାୟତି ଘଟଣା ଦିନକୁ ଦିନ ବଢ଼ୁଥିବା ବେଳେ ରବିବାର ସକାଳେ ଆଉ ଏକ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା କରି ଦିଆଯାଉଛି ଦୁର୍ଘଟଣାର ରୂପ

ନୂଆପଡ଼ା,୫।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ କୋଟେନଚୁଆ ପଞ୍ଚାୟତ ତିଲେଇଝର ଗାଁରେ ଶୁକ୍ରବାର ରାତିରେ ଜଣେ ଯୁବକଙ୍କ ଟ୍ରାକ୍ଟରରୁ ପଡି ମୃତ୍ୟୁ ଘଟିଥିବା ଖରିଆର ରୋଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri