Posted inଖେଳ

ତେନ୍ଦୁଲକରଙ୍କୁ କରୋନା

ନୂଆଦିଲ୍ଲୀ, ୨୮ା୩(ପି.ଟି.)-କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର କରୋନା ପଜିଟିଭ ଜଣାପଡ଼ିବା ପରେ ସେ ନିଜ ଘରେ ଆଇସୋଲେଶନରେ ଅଛନ୍ତି। ଏଇ କିଛିଦିନ ମଧ୍ୟରେ ଯେଉଁ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତି କୋଭିଡ୍‌ ଟେଷ୍ଟରେ ପିଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ସହ ସାମିଲ ହୋଇଛନ୍ତି ପୂର୍ବତନ ଭାରତ ଅଧିନାୟକ। ଏହି ୪୭ ବର୍ଷୀୟ ପୂର୍ବତନ କ୍ରିକେଟର କହିଛନ୍ତି, ତାଙ୍କୁ ଛାଡ଼ିଦେଲେ ତାଙ୍କ ଘରର ଅନ୍ୟ ସମସ୍ତ ସଦସ୍ୟଙ୍କ ଫଳାଫଳ ନେଗେଟିଭ୍‌ ଆସିଛି। ସୂଚନାଯୋଗ୍ୟ, କିଛିଦିନ ହେଲା ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ହାରରେ ବଢ଼ିଚାଲିଛି। ଶୁକ୍ରବାର ୩୬,୦୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେନ୍ଦୁଲକର ନିକଟରେ ରାୟପୁରରେ ଭେଟେରାନଙ୍କ ଟୁର୍ନାମେଣ୍ଟ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଟୁର୍ନାମେଣ୍ଟ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମନେପଡନ୍ତି ୧୯୮୩ ବିଶ୍ୱକପର ହିରୋ ଯଶପାଲ

ଐତିହାସିକ ୧୯୮୩ ବିଶ୍ୱକପ ବିଜୟ ପାଇଁ ଭାରତର ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କୁ ସ୍ମରଣ କରାଯିବ। ଯଶପାଲ ଏହି ଦିନ ଅର୍ଥାତ୍‌ ୧୧ ଅଗଷ୍ଟ ୧୯୫୪ରେ...

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୫କୁ ଫେରିଲେ କୋହଲି

ଦୁବାଇ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ର...

ସ୍ତ୍ରୀଙ୍କଠାରୁ ରହୁଥିଲେ ଅଲଗା, ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ହୋଇଗଲା ମୃତ୍ୟୁ !

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ୍‌ଙ୍କ ମେ’ ୧୫ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୪୬ ବର୍ଷୀୟ ଏହି କ୍ରିକେଟର ବିଳମ୍ବିତ ରାତ୍ରିରେ କାର୍‌ ଚଳାଇ...

୪୦୦ ଛକା କ୍ଲବ ନିକଟରେ ରୋହିତ

ନାଗପୁର,୯।୧୧- ଭାରତୀୟ ଟି୨୦ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ତୃତୀୟ ଟି୨୦ ମ୍ୟାଚ୍‌ରେ ଏକ ନୂଆ ମାଇଲଷ୍ଟୋନର ଅଧିକାରୀ...

ଦିନେ ଥିଲେ ଚେସ୍‌ ଚାମ୍ପିଅନ୍‌, ଏବେ କ୍ରିକେଟ୍‌ରେ କରୁଛନ୍ତି ରାଜ୍‌

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁଲାଇ ୨୩, ୧୯୯୦ରେ ଜନ୍ମଗ୍ରହଣ କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର...

ହଠାତ୍‌ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ଢାକା,୨୫।୧୧: ନଭେମ୍ବର ୨୬ରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବାଂଲାଦେଶର ତାରକା ଖେଳାଳି ତଥା ଟି-୨୦ ଅଧିନାୟକ ମହମୁଦୁଲ୍ଲା...

ପାକିସ୍ତାନକୁ ବଡ ଝଟକା: ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ପାକିସ୍ତାନ ଯିବାକୁ ମନା କଲେ

କଲମ୍ବୋ,୧୦।୯: ଶ୍ରୀଲଙ୍କା କ୍ରିକେଟ ଦଳର ପାକିସ୍ତାନ ଗସ୍ତ ଫିକା ପଡିଯାଇଛି। ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି।...

ଇଂଲିଶ ପ୍ରିମିୟର ଲିଗ୍‌: ପଡ଼ିଆକୁ ଆଂଶିକ ଦର୍ଶକ ଫେରିବେ

ଲଣ୍ଡନ, ୨୫ା୧୧ (ଏପି)-ମାର୍ଚ୍ଚ ମାସ ପରେ ଆସନ୍ତା ସପ୍ତାହରେ ଇଂଲିଶ ପ୍ରିମିୟର ଲିଗ୍‌ ମ୍ୟାଚ୍‌ରେ ପ୍ରଥମ ଥର ଆଂଶିକ ଦର୍ଶକଙ୍କୁ ଦେଖିବାଲାଗି ମିଳିବ। ଡିସେମ୍ବର ୨ରେ...

Advertisement
Archives

Model This Week