Posted inଖେଳ

ପୁଣି ପଡିଆରେ ଓପନିଂ କରିବେ ସଚିନ-ସେହ୍ବାଗ!

ନୂଆଦିଲ୍ଲୀ,୧।୩: ବିଶ୍ୱର କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ମିଳନ ହେବାକୁ ଯାଉଛି। କିଛି ବଛା ବଛା କ୍ରିକେଟ୍‌ରଙ୍କୁ ନେଇ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟ ଛତିଶଗଡରେ ରାୟପୁରରେ ମାର୍ଚ୍ଚ ୨ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ପୁଣିଥରେ କ୍ରିକେଟର୍‌ ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ବିସ୍ଫେରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗଙ୍କୁ ଓପନିଂ କରୁଥିବା ଦେଖିବାକୁ ମିଳିବ। ସେହିପରି ଜଣ୍ଟି ରୋଡ୍ସ, ବ୍ରେଟ୍‌ ଲି, ମୁଥିୟା ମୁରଲିଧରନ, ବ୍ରାଏନ ଲାରାଙ୍କ ଭଳି ବିଶ୍ୱବିଖ୍ୟାତ କ୍ରିକେଟ ଖେଳାଳି ଏହି ଟୁର୍ନାମେଣ୍ଟରେ ଭାଗ ନେବେ। ଏହି ଟୁର୍ନାମେଣ୍ଟରେ ଭାରତ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ ଭାଗ ନେବ। ପୂର୍ବରୁ ବିସିସିଆଇ ଏହି ଟୁର୍ନାମେଣ୍ଟ ଆୟୋଜନକୁ ସବୁଜ ସଙ୍କେତ ଦେଇସାରିଛି। କ୍ରିକେଟ ଜରିଆରେ ଲୋକଙ୍କୁ ସଡକ ସୁରକ୍ଷାର ବାର୍ତ୍ତା ଦେବା ଏହି ଟୁର୍ନାମେଣ୍ଟର ମୂଳ ଲକ୍ଷ୍ୟ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁବାଇରେ ପହଞ୍ଚିଲେ ବିରାଟ କୋହଲି

ଦୁବାଇ, ୨୨।୮: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଏଥିରେ...

ନାଗାଲଙ୍କ ବଡ଼ ବିଜୟ

ବୁଏନ୍ସଏୟାର୍ସ, ୫ା୩ (ପି.ଟି.)- ଭାରତର ସୁମିତ ନାଗାଲ ତାଙ୍କ ଏଟିପି କ୍ୟାରିୟରରେ ସବୁଠାରୁ ବଡ଼ ବିଜୟ ହାସଲ କରିଛନ୍ତି। ଦ୍ୱିତୀୟ ସିଡ୍‌ ତଥା ଚିଲିର କ୍ରିଷ୍ଟିଆନ...

ରେସ୍‌ ବେଳେ ଦୁର୍ଘଟଣା ଯୋଗୁ କୋମାରେ ସାଇକ୍ଲିଷ୍ଟ

ଓ୍ବାର୍‌ସ (ପୋଲାଣ୍ଡ), ୭ା୮ (ଏପି)-ଡଚ୍‌ ସାଇକ୍ଲିଷ୍ଟ ଫାବିଓ ଜାକବସେନ୍‌ ଏବେ କୋମା ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲାଣ୍ଡରେ ଚାଲିଥିବା ଟୁର୍‌ ଡି’ ପୋଲୋନେ ରେସ୍‌ର ଫାଇନାଲ...

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି।...

ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି: ଭାରତୀୟ ଦଳରେ ଓଡ଼ିଶା ମାରିଆନା, ଆଜମିନା

ନୂଆଦିଲ୍ଲୀ, ୧୬।୧୧(ପି.ଟି.)- ଅଷ୍ଟ୍ରେଲିଆର କାନ୍‌ବେରାଠାରେ ତ୍ରିରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ଡିସେମ୍ବର ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଘୋଷିତ ୧୮...

ପ୍ରଥମ ମ୍ୟାଚ୍‌ ଖେଳୁଥିବାବେଳେ ଏହି କ୍ରିକେଟରଙ୍କ ଭାଙ୍ଗିଯାଇଥିଲା ୪ ଦାନ୍ତ

ଭାରତୀୟ ମହିଳା କ୍ରିକେଟରେ ଡାଏନା ଏଡୁଲଜୀ ଏକ ବଡ ନାମ। ଜଣେ ଖେଳାଳି ଭାବରେ,ଡାଏନା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଡାଏନା ୨୬ ଜାନୁଆରୀ ୧୯୫୬ରେ ଜନ୍ମଗ୍ରହଣ...

ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ...

ଅଜୟ ଜାଡେଜାଙ୍କୁ ପୂରିଲା ୪୯: ମାଧୁରୀଙ୍କ ସହ ଥିଲା ପ୍ରେମ ସମ୍ପର୍କ

ମୁମ୍ବାଇ, ୧।୨: ଭାରତୀୟ କ୍ରିକେଟର ଅଜୟ ଜାଡେଜା ଖେଳ ପଡ଼ିଆରୁ ବିଦାୟ ନେଇଥିଲେ ମଧ୍ୟ ଏବେ ବି କ୍ରିକେଟ୍‌ ନିଶା ଛାଡି ନାହାଁନ୍ତି। କେତେକ ସମୟରେ...

Advertisement
Archives

Model This Week