Posted inଖେଳ

ସାବାଲେଙ୍କାଙ୍କୁ ମାଡ୍ରିଡ୍‌ ଓପନ୍‌ ଟେନିସ ଟାଇଟଲ

ମାଡ୍ରିଡ,୧୦।୫(ଏପି): ବେଲାରୁଷ ମହିଳା ଟେନିସ ତାରକା ଅରିନା ସାବାଲେଙ୍କା ମାଡ୍ରିଡ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ପଞ୍ଚମ ସିଡ୍‌ ମାନ୍ୟତା ପାଇଥିବା ସାବାଲେଙ୍କା ୬-୦, ୩-୬, ୬-୪ ସେଟ୍‌ରେ ଟପ ସିଡ୍‌ ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ହରାଇ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ଏଥିସହ ସେ କ୍ୟାରିୟରର ୧୦ମ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି। ତେବେ କ୍ଲେ କୋର୍ଟରେ ତାଙ୍କ ପାଇଁ ଏହା ପ୍ରଥମ ଟାଇଟଲ ସାବ୍ୟସ୍ତ ହୋଇଛି।
ଦୁଇ ସପ୍ତାହ ପୂର୍ବରୁ ଅନୁଷ୍ଠିତ ଷ୍ଟର୍ଟଗାର୍ଟ ଫାଇନାଲରେ ସାବାଲେଙ୍କା ବାର୍ଟିଙ୍କଠାରୁ ପରାସ୍ତ ହୋଇଥିଲେ। ଏବେ ସେ ଏହି ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି। ଏହି ବିଜୟ ସହ ସାବାଲେଙ୍କା ଆସନ୍ତା ସପ୍ତାହରେ ପ୍ରକାଶିତ ହେବାକୁ ଥିବା ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ଉଠିବା ନିଶ୍ଚିତ ହୋଇଛି। ଚଳିତ ବର୍ଷ ସାବାଲେଙ୍କା ଦ୍ୱିତୀୟ ଟାଇଟଲ ହାସଲ କରିଛନ୍ତି। ଏହାପୂର୍ବରୁ ସେ ସିଜନର ପ୍ରଥମ ଟୁର୍ନାମେଣ୍ଟ ଆବୁଧାବି ଟାଇଟଲ ଜିତିଥିଲେ। ମିଆମି ଟୁର୍ନାମେଣ୍ଟରେ ମଧ୍ୟ ସାବାଲେଙ୍କା କ୍ୱାର୍ଟର ଫାଇନାଲ୍ସରେ ବାର୍ଟିଙ୍କଠାରୁ ପରାସ୍ତ ହୋଇଥିଲେ।
ଜେଭରେଭ-ବରେଟିନି ଫାଇନାଲ
ଅନ୍ୟପଟେ ପୁରୁଷ ସିଙ୍ଗଲ୍ସରେ ରବିବାର ଫାଇନାଲ ମ୍ୟାଚ୍‌ରେ ଟାଇଟଲ ପାଇଁ ୨୦୧୮ ଚାମ୍ପିୟନ ଆଲେକଜାଣ୍ଡର ଜେଭରେଭ ଓ ଅଷ୍ଟମ ସିଡ ମାଟେଓ ବରେଟିନ ମୁହଁାମୁହିଁ ହେବେ। ସେମିଫାଇନାଲରେ ଜେଭରେଭ ୬-୩,୬-୪ ସେଟ୍‌ରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ଜେଭରେଭ କ୍ୱାର୍ଟରଫାଇନାଲରେ ରାଫାଲ ନାଡାଲଙ୍କୁ ହରାଇଥିଲେ। ସେହିପରି ଅନ୍ୟ ଏକ ସେମିଫାଇନାଲରେ ବରେଟିନି ୬-୪,୬-୪ ସେଟ୍‌ରେ କାସ୍ପେର ରୁଡ୍‌ଙ୍କୁ ହରାଇ ଫାଇନାଲକୁ ଉଠିଛନ୍ତି। ୨୦୧୮ରେ ମଧ୍ୟ ଥିମ୍‌ଙ୍କୁ ହରାଇ ଜେଭରେଭ ଟାଇଟଲ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

କ୍ରିକେଟରୁ ସନ୍ନ୍ୟାସ ପରେ ବି ମାସକୁ କେତେ ଟଙ୍କା କମାନ୍ତି ଧୋନୀ? ଆୟ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୯।୮: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଥିଲେ। ତେବେ କ୍ରିକେଟରୁ ଦୂରେଇବା ପରେ ମଧ୍ୟ ତାଙ୍କ ରୋଜଗାରରେ କୌଣସି ବ୍ରେକ୍‌…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri