ଫେରୁଛନ୍ତି କରିନା

ମୁମ୍ବାଇ: ବଲିଉଡ କୁଇନ୍ କରିନା କପୁର ଖାଁ ପୁଣିଥରେ ବଡ ପରଦାକୁ ଫେରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦ୍ୱିତୀୟ ସନ୍ତାନର ଜନନୀ ହେବା ପରେ ସେ କିଛିଦିନ ପାଇଁ ବଡ ପରଦାଠାରୁ ଦୂରରେ ଥିଲେ । ଏବେ କିନ୍ତୁ ସେ ପୁଣିଥରେ ଫେରିବାକୁ ପ୍ରସ୍ତୁତ ହୋଇ ସାରିଲେଣି । ଏବେ କରିନାଙ୍କୁ ନିର୍ଦ୍ଦେଶକ ସୁଜୟ ଘୋଷଙ୍କ ଆଗାମୀ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଏହା ଏକ କ୍ରାଇମ ମିଷ୍ଟ୍ରି ମୁଭି ବୋଲି କୁହାଯାଉଛି । ଏହି ଫିଲ୍ମ ଜରିଆରେ କରିନା ବେଶ୍ ଲମ୍ବା ସମୟର ବିରତି ପରେ ବଡ ପରଦାକୁ ଫେରୁଛନ୍ତି । କୁହାଯାଉଛି କି ଏହି ମୁଭିକୁ ନେଇ ବହୁ ବର୍ଷ ହେଲାଣି ଯୋଜନା ଚାଲିଛି । ହେଲେ ଏବେ ସୁଜୟ ଏହାକୁ ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଏଥିରେ କରିନା ମୁଖ୍ୟ ଭୂମିକାରେ ନଜର ଆସିବେ । ସୁଜୟ ଘୋଷ ନଭେଲ ‘ ଡିଭୋଶନ ଅଫ୍ ସସପେକ୍ଟ ଏକ୍ସ’କୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରିବାକୁ ଯୋଜନା କରିଛନ୍ତି ।
ଫିଲ୍ମର କାହାଣୀ ଏକ ଏକେଲା ମହିଳାଙ୍କ ଜୀବନ ଉପରେ ଆଧାରିତ । ସେ ଜଣେ ମା’ ବି । ତାଙ୍କ ପତିଙ୍କୁ ହତ୍ୟା କରିଥିବାର ଅଭିଯୋଗ ତାଙ୍କ ନାଁରେ ରହିଛି । ଏଥିରେ କରିନାଙ୍କ ଲୁକ୍ ସବୁଠାରୁ ଅଲଗା ହେବ, ଯେଉଁଥିପାଇଁ ସେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।
ସୂଚନାଯୋଗ୍ୟ, କରିନା କପୁର ଆମିର ଖାଁଙ୍କ ମୁଭି ‘ଲାଲ ସିଂ ଚଢା’ରେ ନଜର ଆସିବେ । ବହୁ ପୂର୍ବରୁ ସେ ଏହାର ଶୁଟିଂ ସାରିଛନ୍ତି । ଫେବୃୟାରୀ ୧୪ରେ ଏହା ରିଲିଜ ହେବାକୁ ଥିବା ବେଳେ ଏବେ କିନ୍ତୁ ଏହାର ତାରିଖ ବଦଳି ଯାଇ ଏପ୍ରିଲ ୧୪ ହୋଇ ଯାଇଛି । ପ୍ରାୟ ୨ ବର୍ଷ ହେବ ଦର୍ଶକେ ଆମିର ଖାଁଙ୍କ ଏହି ମୋଷ୍ଟ ଆୱେଟେଡ ଫିଲ୍ମ ଅପେକ୍ଷାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରଣବୀରଙ୍କୁ ଇଗନୋର କଲେ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପତି ରଣବୀର ସିଂ ସବୁବେଳେ ପରସ୍ପରକୁ ଖୁବ୍ ଭଲପାଇବା ଦେଉଥିବା ଦେଖାଯାଇଥାଏ । ନିକଟରେ ଦୀପିକା ତାଙ୍କ...

୨୪ ବର୍ଷ ପରେ ‘ରାଜା ହିନ୍ଦୁସ୍ତାନୀ’ ନିର୍ଦ୍ଦେଶକଙ୍କ ଖୁଲାସା: ଛୋଟ କରାଯାଇଥିଲା ଆମିର-କରିସ୍ମାଙ୍କ ଚୁମ୍ବନ ଦୃଶ୍ୟ

ବମ୍ବେ: ନିକଟରେ ଆମିର ଖାନ୍‌ଙ୍କ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୁରିଛି ଚବିଶ ବର୍ଷ। ୧୯୯୬ ମସିହା ନଭେମ୍ବର ୬ ତାରିଖରେ ରିଲିଜ ହୋଇଥିଲା ଏହି ଫିଲ୍ମ।...

କିଆରାଙ୍କ ପରେ ଚର୍ଚ୍ଚାରେ ବିକ୍କି-ଟାଇଗରଙ୍କ ଶର୍ଟଲେସ ଫଟୋଶୁଟ୍‌

ବମ୍ବେ: ଆରମ୍ଭରୁ ଚର୍ଚ୍ଚାରେ ଲୋକପ୍ରିୟ ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ଶୁଟ୍‌। ଅଭିନେତ୍ରୀଙ୍କ ମଧ୍ୟରୁ କିଆରା ଆଡ୍‌ଭାନୀଙ୍କ ଟପ୍‌ଲେସ୍‌ ଫଟୋଶୁଟ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ...

ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର୍‌ କିଡ୍ସ

ବଲିଉଡ ସେଲିବ୍ରିଟିଙ୍କ ପିଲାମାନେ ଅଧ୍ୟୟନ ସହ ଅଭିନୟରେ ମଧ୍ୟ ବେଶ୍‌ ପାରଙ୍ଗମ। ଅଭିନେତା ଶାହରୁଖ ଖାନ୍‌ଙ୍କ ଝିଅ ସୁହାନା ଏବଂ ପୁଅ ଆର୍ୟନ, ସୈଫ୍‌ ଅଲି...

ଏହି କଥାକୁ ନେଇ ପଶ୍ଚାତାପ କରୁଛନ୍ତି ଅମିର ଖାନ୍‌

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ନିକଟରେ ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।...

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର...

ହିନ୍ଦି ମୁଭି ‘ଦିଲ୍‌’କୁ ପୁରିଲା ୩୦ ବର୍ଷ ଫଟୋ ଶେୟାର କଲେ ଧକ୍‌ଧକ୍‌ ଗର୍ଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କର ରହିଛି ଏକ ଭିନ୍ନ ପରିଚୟ। ତାଙ୍କ ଅଭିନୟ, ନୃତ୍ୟ ସବୁକିଛି ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ବଡ...

ସୋନାକ୍ଷୀଙ୍କ ଭିନ୍ନ ଲୁକ୍‌

ମୁମ୍ବାଇ: କାନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ଝୁମ୍‌କା, ଧଳା ରଙ୍ଗର ପଲାଜୋ ଶୁଟ୍‌, ଗୋଲାପି ମ୍ୟାଟ ଲିପଷ୍ଟିକ, ହାତରେ ମୋଟା ସୁନା ମୁଦି ଏମିତି ଲୁକ୍‌ରେ ଦେଖାଦେଇଛନ୍ତି...

Advertisement
Archives

Model This Week