ପୁଟିନଙ୍କଠାରୁ ଗାଳି ଶୁଣି ରୁଷିଆ ରକ୍ଷା ମନ୍ତ୍ରୀଙ୍କ ହୃଦ୍‌ଘାତରେ ମୃତ୍ୟୁ

କ୍ୱିଭ,୨୬।୩: ଯୁଦ୍ଧକୁ ଅନେକ ଦିନ ବିତି ଥିଲେ ହେଁ ୟୁକ୍ରେନକୁ ଦଖଲ କରିବାରେ ସଫଳ ହୋଇପାରିନି ରୁଷିଆ। ଏସବୁ ମଧ୍ୟରେ ରୁଷିଆ ରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କଠାରୁ ଗାଳି ଶୁଣିବା ପରେ ତାଙ୍କର ହୃଦ୍‌ଘାତ ହୋଇଥିବା ନେଇ ୟୁକ୍ରେନ ଦାବି କରିଛି।

ୟୁକ୍ରେନ ମନ୍ତ୍ରୀ ଆଣ୍ଟୋନ ଗେରାଶେଙ୍କୋ ଫେସ୍‌ବୁକ୍‌ରେ ଲେଖିଛନ୍ତି, ପୁଟିନ୍‌ଙ୍କ ସହିତ ଯୁକ୍ତିତର୍କ ହେବା ଘରେ ହୃଦ୍‌ଘାତ ଯୋଗୁ ମାର୍ଚ୍ଚ ୧୧ଠାରୁ ଶୋଇଗୁ ଆଉ ଲୋକଲୋଚନକୁ ଆସିନାହାନ୍ତି। ୟୁକ୍ରେନ ଆକ୍ରମଣ ସମ୍ପୂର୍ଣ୍ଣ ବିଫଳ ହେବା ଯୋଗୁ ପୁଟିନ ତାଙ୍କୁ ଅପବାଦ ଦେବାରୁ ଶୋଇଗୁଙ୍କ ହୃଦ୍‌ଘାତ ହୋଇଛି।

ମାର୍ଚ୍ଚ ୨୪ ତାରିଖ ଦିନ ଆଣ୍ଟୋନଙ୍କୁ ଟେଲିଭିଜନରେ ଦେଖିବାକୁ ମିଳିଥିଲା। ତେବେ ତାଙ୍କର ଏହି ଭିଡିଓ ଫୁଟେଜ ପୁରୁଣା ଥିଲା ନା ସେହିଦିନର, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ମାର୍ଚ୍ଚ ୨୪ ତାରିଖରେ ପୁଟିନ ଓ ଶୋଇଗୁଙ୍କ ମଧ୍ୟରେ ହୋଇଥିବା ଏହି ଭିଡିଓଟି ନକଲି ବୋଲି ୟୁକ୍ରେନ କହିଛି।

ଅପରପକ୍ଷେ ରକ୍ଷା ମନ୍ତ୍ରୀଙ୍କ ହଠାତ ଗାଏବ ହୋଇଯିବା ଖବରକୁ ନେଇ କ୍ରେମ୍ଲିନ ମୁଖପାତ୍ର କହିଛନ୍ତି, ସ୍ବତନ୍ତ୍ର ସାମରିକ ଅଭିଯାନ ଚାଲିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ବ୍ୟସ୍ତ ରହିବା ସ୍ବାଭାବିକ କଥା। ଖବରଦାତାମାନଙ୍କ ସହ କଥାବର୍ତ୍ତା କରିବା ଲାଗି ଏହା ତାଙ୍କ ପାଇଁ ପ୍ରକୃଷ୍ଟ ସମୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ବିମାନ ଦୁର୍ଘଟଣା: ୯୭ ମୃତ

କରାଚୀ,୨୩ା୫(ପି.ଟି.): ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସର ଏକ ବିମାନ ଶୁକ୍ରବାର ଅପରାହ୍ଣରେ କରାଚୀସ୍ଥିତ ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଘନ ଜନବସତି ଅଞ୍ଚଳରେ ଖସିପଡ଼ିଛି।...

ସ୍କୁଲ ନ ଯିବା ପାଇଁ ଆଶ୍ଚର୍ଯ୍ୟଜନକ ବାହାନା କଲେ ଛାତ୍ର

ଜୁରିକ୍‌, ୮।୪ : ସ୍କୁଲରେ ବଙ୍କ୍‌ ମାରିବା ପାଇଁ କୋଭିଡ୍‌-୧୯ ରିପୋର୍ଟ ପଜିଟିଭ ଆସିଥିବା ମେସେଜ କରିଥିଲେ ୩ ଛାତ୍ର। ଫଳରେ ଶ୍ରେଣୀର ସମସ୍ତ ଛାତ୍ରୀଛାତ୍ରଙ୍କୁ...

ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ

ଜେନେଭା,୨୫।୨: ଆତଙ୍କବାଦୀ ସଂଗଠନଗୁଡ଼ିକର ସହାୟତାରେ ପାକିସ୍ତାନ ଭାରତ ବିରୋଧରେ ଛାୟାଯୁଦ୍ଧ ଆରମ୍ଭ କରିଛି। ଜାତିସଂଘ ମାନବାଧିକାର ବଠକରେ ଏଭଳି ଅଭିଯୋଗ କରି ପାକିସ୍ତାନକୁ ଘେରିଛି। ଜାତିସଂଘରେ...

ପାର୍କରେ ଗୁଳି: ୨ ମୃତ, ୫ ଆହତ

ଲସ୍‌ ଆଞ୍ଜେଲ୍‌ସ,୨୫ା୭: ଯୁକ୍ତରାଷ୍ଟ୍ରରେ ରବିବାର ସନ୍ଧ୍ୟାରେ ଏକ ପାର୍କରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ବେଜିଂ-ସାଂଘାଇରେ ହାହାକାର, ଘରେ ସାମଗ୍ରୀ ଡେଲିଭରୀ ମନା…

ବେଜିଂ, ୧୦।୫ : କରୋନା ସଂକ୍ରମଣ ଯୋଗୁଁ ଚାଇନାରେ ସଙ୍କଟ ଦେଖାଦେଇଛି। ରାଜଧାନୀ ବେଜିଂ ଏବଂ ବାଣିଜି୍ୟକ ସହର ସାଂଘାଇରେ କଟକଣା କଡାକଡି କରାଯାଇଛି। ଫଳରେ...

ଟିକ୍‌ଟକ୍‌ ଉପରୁ ପ୍ରତିବନ୍ଧକ ହଟିଲା

ଇସଲାମାବାଦ,୨୦ା୧୧: ଲୋକପ୍ରିୟ ଚାଇନିଜ୍‌ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପାକିସ୍ତାନର ଟେଲିକମ୍‌ ରେଗୁଲେଟର ହଟାଇ ଦେଇଛି। ଟିକ୍‌ଟକ୍‌ର ଆଶ୍ୱାସନା ପରେ ପାକିସ୍ତାନ...

ସୀମା ସାମି ଜାତିସଂଘ ମହିଳା ମୁଖ୍ୟ

ଜାତିସଂଘ, ୧୫ା୯: ଜୋର୍ଡାନର ସୀମା ସାମି ବାହୋସ୍‌ ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ପଦ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌...

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ...

Advertisement
Archives

Model This Week