ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କଲେ ରୁଷିଆ ସେନା

କ୍ୱିଭ,୨୭ ।୩: ୟୁକ୍ରେନରେ ରୁଷିଆ ସେନାଙ୍କ ଦ୍ୱାରା ବନ୍ଦିଥିବା ଆମେରିକା ନାଗରିକଙ୍କୁ ମୁକ୍ତ କରାଯାଇଛି । ଆମେରିକା ସାଂସଦ ଏମି କ୍ଲୋବୁଚର ଏହି ସୂଚନା ଦେଇଛନ୍ତି । ଆମେରିକାର ମିନିସୋଟା ରାଜ୍ୟ ନିବାସୀ ଟେଲର ଜ୍ୟାକବଙ୍କୁ ଚଳିତ ମାସ ଆରମ୍ଭରେ ୟୁକ୍ରେନରୁ ତୁର୍କି ଯାଉଥିବା ସମୟରେ ରୁଷିଆ ସେନା ବନ୍ଦି କରି ଦେଇଥିଲେ । କ୍ଲୋବୁଚର କହିଛନ୍ତି ସେ ଆମେରିକାର ବୈଦେଶିକ ବିଭାଗ ଓ ରୁଷିଆରେ ଥିବା ଆମେରିକାର ରାଷ୍ଟ୍ରଦୂତ ଜନ ସୁଲିବନଙ୍କ କଥା ହୋଇଥିଲେ । ସୁଲିବନ ଏ ସମ୍ପର୍କରେ ରୁଷିଆ ସରକାରଙ୍କ ସହ ଚର୍ଚ୍ଚା କରିଥିଲେ ।
ସୂଚନାଯୋଗ୍ୟ, ଜ୍ୟାକବ ଗତ ନଭେମ୍ବରରେ ୟୁକ୍ରେନ୍ ଯାଇଥିଲେ । ସେଠାରେ ସେ ଇଂରାଜୀ ଶିକ୍ଷାଦାନ କାମ ଆରମ୍ଭ କରିଥିଲେ । ଏହାପରେ ସେ ୟୁକ୍ରେନର ଜଣେ ଯୁବତିଙ୍କୁ ବିବାହ କରିନେଇଥିଲେ । ଉଭୟ ଖେରସନରେ ରହୁଥିଲେ । ରୁଷିଆ ଆକ୍ରମଣ ପରେ ଜ୍ୟାକବ ୟୁକ୍ରେନ୍ ଛାଡିବା କଥା ଚିନ୍ତା କରିଥିଲେ । ହେଲେ ତୁର୍କି ସୀମା ଆଡକୁ ଆସିବା ସମୟରେ ତାଙ୍କୁ ଆର୍ମିସ୍କରେ ସୁରକ୍ଷା ଯାଞ୍ଚ ସମୟରେ ବନ୍ଦି କରି ଦିଆଯାଇଥିଲା । ଏବେ ଜ୍ୟାକବ ତାଙ୍କ ପତ୍ନୀ ଓ ଝିଅ ସହ ସୁରକ୍ଷିତ ଥିବା ବେଳେ ମିନିସୋଟା ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ

ଭୁବନେଶ୍ୱର,୨୫।୫: ରାଜ୍ୟ ମୁଖ୍ୟ ନିର୍ବାଚନ ମୁଖ୍ୟ ଅଧିକାରୀ(CEO) ସୋମବାର SIR ପାଇଁ ସମୟସୂଚୀରେ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟରେ ବଢୁଥିବା ହିଟ ୱେଭ୍‌କୁ ଦୃଷ୍ଟିରେଖ CEO ମଧ୍ୟାହ୍ନ…

ସାବଧାନ ବଲାଙ୍ଗୀରବାସୀ! ପାଣିପାଗ କେନ୍ଦ୍ର ଜାରି କଲା ଚେତାବନୀ, ୪ ଦିନ ଯାଏ…

ବଲାଙ୍ଗୀର,୨୫।୫(ସୁନୀଲ କୁମାର ମହାନ୍ତି): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ହିଟଓ୍ବେଭ୍‌ ପାଇଁ…

ଖରାରେ ବୁଲୁଥିବାରୁ ତାଗିଦ କଲେ ମା’, ରାଗିଯାଇ ଝୁଲିପଡିଲେ ପୁଅ

କେନ୍ଦୁଝର,୨୫।୫ ( ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ଦେଉଳଡିହା ପଞ୍ଚାୟତ ଜେନାଦାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ତାଗିଦ୍ କରିବାରୁ ପୁଅର ଆତ୍ମହତ୍ୟା…

ଗର୍ଲଫ୍ରେଣ୍ଡ ରୁମରେ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ, ବିବାହର ୩ ମାସ ପରେ…

ଚଣ୍ଡିଗଡ, ୨୫।୫: ହରିୟାଣାର ଗୁରୁଗ୍ରାମର ମାନେସରରୁ ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନବବିବାହିତା ମହିଳାଙ୍କୁ ତାଙ୍କ ବିବାହର ମାତ୍ର ତିନି…

ଗୁଲମାର୍ଗରେ ଅଟକିଲା ରୋପଓ୍ବେ; ଫସିଲେ ୩୦୦ ପର୍ଯ୍ୟଟକ, ଆଉ ତାପରେ…

ଶ୍ରୀନଗର,୨୫।୫: ଜମ୍ମୁ କଶ୍ମୀରର ପ୍ରସିଦ୍ଧ ଗୁଲମାର୍ଗ ଗୋଣ୍ଡୋଲାରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଶହ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଖବର ଲେଖାଯିବା ସୁଦ୍ଧା…

ଆଉ ପାଦେ ଆଗକୁ ବଢିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର: ଏଣିକି ପର୍ଯ୍ୟଟଙ୍କୁ ମିଳିବ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):ଓଡିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡି। ରାଜ୍ୟ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ରହିଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରକୁ ରାଜ୍ୟ ସରକାର…

ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ: ଏସଆଇଆର୍‌ ଉପରେ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଭଞ୍ଜନଗର ଉପଖଣ୍ଡର ବୁଥସ୍ତରୀୟ ଅଫିସର୍‌ ଏବଂ ସୁପରଭାଇଜରମାନଙ୍କୁ ନେଇ ସ୍ବତନ୍ତ୍ର ସଘନ ସଂଶୋଧନ ତାଲିମ କାର୍ଯ୍ୟକ୍ରମ…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri