କ୍ରୁରତାର ସୀମା ପାର କରିଛନ୍ତି ରୁଷିଆ ସୈନ୍ୟ, ଛୋଟ ପିଲାଙ୍କୁ ଯୌନ ନିର୍ଯାତନା…

କ୍ୱିଭ୍‌/ମସ୍କୋ, ୨୫।୯ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ଅନ୍ୟ ଦେଶରେ ଶରଣାର୍ଥୀ ହୋଇଛନ୍ତି। କିନ୍ତୁ ଏସବୁ ମଧ୍ୟରେ ରୁଷିଆର ସୈନିକମାନଙ୍କ ଅତ୍ୟାଚାର ବିଷୟରେ ମିଳିତ ଜାତିସଂଘ ଦଳ ଦ୍ୱାରା ଉପସ୍ଥାପିତ ହୋଇଥିବା ରିପୋର୍ଟ ହୃଦୟ ବିଦାରକ ସ୍ଥିତି ସୃଷ୍ଟି କରୁଛି। କୁହାଯାଉଛି ଯେ ଯୁଦ୍ଧ ସମୟରେ ରୁଷିଆର ସୈନ୍ୟମାନେ ଅତ୍ୟାଚାରର ସମସ୍ତ ସୀମାକୁ ଅତିକ୍ରମ କରିଛନ୍ତି। ମିଳିତ ଜାତିସଂଘ ରୁଷିଆକୁ ଯୁଦ୍ଧ ଅପରାଧୀ ଘୋଷଣା କରିଛି। କେବଳ ଏତିକି ନୁହେଁ ଅନେକ ପାଶ୍ଚାତ୍ୟ ଦେଶ ମଧ୍ୟ ଅର୍ଥନୈତିକ ପ୍ରତିବନ୍ଧକ ଲଗାଇଛନ୍ତି।

ଚଳିତ ବର୍ଷ ମାର୍ଚ୍ଚରେ ୟୁକ୍ରେନରେ ରୁଷିଆର ସୈନ୍ୟଙ୍କ ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ଘଟଣାର ଅନୁସନ୍ଧାନ କରିଥିବା ମିଳିତ ଜାତିସଂଘ ଦ୍ୱାରା ଗଠିତ ଏକ ଟିମ ବର୍ତ୍ତମାନ ଏହାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ରୁଷିଆର ସୈନ୍ୟମାନେ ଚାରି ବର୍ଷ ବୟସ ଛୋଟ ବାଳିକାଙ୍କଠାରୁ ଆରମ୍ଭ କରି ୮୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଛନ୍ତି। କେବଳ ଏତିକି ନୁହେଁ, ସୈନିକମାନେ ସାଧାରଣ ନାଗରିକଙ୍କୁ ବନ୍ଦୀ କରି ଥାର୍ଡ ଡିଗ୍ରୀ ଅତ୍ୟାଚାର କରିଥିବାର ଅଭିଯୋଗ ହୋଇଛି। କେତେକ ବନ୍ଦୀଙ୍କୁ ମାଡ ଦିଆଯାଉଥିଲା, ବିଦ୍ୟୁତ ଶକ ଦିଆଯାଇଥିଲା ଏବଂ ପୋଷାକ କାଢ଼ି ଚାବୁକ୍‌ରେ ପିଟା ଯାଇଥିଲା।

ରୁଷିଆ ସୈନ୍ୟ ଛୋଟ ପିଲାମାନଙ୍କୁ ମଧ୍ୟ ଦୟା ଦେଖାଇ ନାହାଁନ୍ତି। ରିପୋର୍ଟରେ କୁହାଯାଇଛି ଯେ ସେମାନେ ମଧ୍ୟ ଚାରି ବର୍ଷର ବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଦେଇଥିଲେ। ସମସ୍ତ ଝିଅଙ୍କୁ ବେଆଇନ ଭାବେ କାରାଗାରରେ ରଖାଯାଇଥିଲା। ଖାର୍କିଭ ଆଞ୍ଚଳିକ ରାଜ୍ୟପାଳ କହିଛନ୍ତି ଯେ ଇଜିୟମ ସାମୁହିକ କବରସ୍ତାନରେ ୪୩୬ ମୃତଦେହ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୩୦ରୁ ଅଧିକ ମୃତଦେହରେ ନିର୍ଯାତନାର ଚିହ୍ନ ରହିଛି। ସମସ୍ତଙ୍କ ଉପରେ ଅତ୍ୟାଚାରର ସୀମା ଟପିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ: ପଛରେ ରହିଛି ଏମିତି କାରଣ

ଭୁବନେଶ୍ୱର, ୧୨ା୮(ବନ୍ଦନା ସେଠୀ):ଭୁବନେଶ୍ୱରରୁ ଧୀରେ ଧୀରେ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ…

କିଏ ହେବେ ରାଜ୍ୟର ନୂଆ ଡିଜିପି: ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା

ଭୁବନେଶ୍ୱର,୧୨ା୮(ସୁନିତ୍‌ ମିଶ୍ର): ରାଜ୍ୟର ନୂଆ ଡିଜିପି କିଏ ହେବେ ତାହାକୁ ନେଇ ଏଯାଏଁ କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ। ଇତିମଧ୍ୟରେ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୨।୮ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri