କ୍ୱିଭ୍‌ କବ୍‌ଜା କରିବାକୁ ରୁଷିଆର ଶେଷ ପ୍ରସ୍ତୁତି

କ୍ୱିଭ୍‌,୧୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୬ତମ ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ଅନ୍ୟପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଆଖି ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଉପରେ ରହିଛି। ଏହାକୁ କବ୍‌ଜା କରିବା ଲାଗି ରୁଷିଆର ସୈନ୍ୟମାନେ ବର୍ତ୍ତମାନ କ୍ୱିଭ୍‌କୁ ୨ପାର୍ଶ୍ୱରୁ ଘେରି ରହିଛନ୍ତି। ଏଥିସହ ରାଜଧାନୀ କ୍ୱିଭରେ ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରର ଆକ୍ରମଣକୁ ତୀବ୍ର କରିଛି ରୁଷିଆ। ଉତ୍ତରରେ ଇରପିନ ଏବଂ ପୂର୍ବରେ ବ୍ରୋଭାରୀ ଉପରେ ରୁଷିଆର ସୈନ୍ୟ କ୍ରମାଗତ ଭାବରେ ଆକ୍ରମଣ କରୁଛନ୍ତି। ଦୁଇପକ୍ଷରୁ ହେଉଥିବା ଆକ୍ରମଣରେ ୟୁକ୍ରେନ ଥରି ଉଠିଛି। କ୍ୱିଭ୍‌କୁ ଦଖଲ କରିବା ପାଇଁ ରୁଷିଆର ସୈନ୍ୟମାନେ ବର୍ତ୍ତମାନ ଦ୍ରୁତ ଗତିରେ ଆଗେଇ ଚାଲିଛନ୍ତି। ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ କ୍ରିମିଆ ମାର୍ଗକୁ ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏଜେନ୍ସି ରିପୋର୍ଟ ଅନୁଯାୟୀ, ରୁଷିଆ ୟୁକ୍ରେନ ଉପରେ ଟ୍ୟାଙ୍କ, ପାରାଟ୍ରୁପର, ଆଣ୍ଟି-ଟ୍ୟାଙ୍କ ଗାଇଡେଡ୍‌ କ୍ଷେପଣାସ୍ତ୍ରରେ ଆକ୍ରମଣ କରୁଛି। ନିକଟରେ ଆମେରିକାର ଏକ ଘରୋଇ କମ୍ପାନୀ  ସାଟେଲାଇଟ୍‌ ଚିତ୍ର ଜାରି କରିଛି। ଯେଉଁଥିରେ ମହାଯୁଦ୍ଧର ଆରମ୍ଭରୁ ରାଜଧାନୀ କ୍ୱିଭ୍‌ର ପ୍ରାୟ ୬୦ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ରୁଷିଆ ସୈନ୍ୟମାନେ ଚାରିପଟୁ ଘେରି ରହିଛନ୍ତି। କିନ୍ତୁ ବର୍ତ୍ତମାନ ରୁଷିଆ ପୁଣି ଥରେ ସେଠାରେ ସୈନ୍ୟଙ୍କୁ ନିୟୋଜିତ କରିଥିବା ଜଣାପଡ଼ିଛି। ସାଟେଲାଇଟ୍‌ ଚିତ୍ରରେ ଏକ ବଡ଼ ସାମରିକ କନ୍‌ଭେନ୍‌ ନଜର ଆସିଛି। ଏହାକୁ ଶେଷ ଥର ପାଇଁ କ୍ୱିଭ୍‌ର ଉତ୍ତର-ପଶ୍ଚିମ ଆଣ୍ଟୋନୋଭ ବିମାନବନ୍ଦର ନିକଟରେ ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀରବ ମୋଦିଙ୍କୁ ପୁଣି ଲାଗିଲା ଝଟ୍‌କା

ନ୍ୟୁୟର୍କ,୧୯।୧୦: ଭାରତୀୟ ବ୍ୟାଙ୍କରୁ ରୁଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ନୀରବ ମୋଦି ଆମେରିକାର ନ୍ୟୁୟର୍କର ଏକ କୋର୍ଟରୁ ବଡ଼ ଝଟ୍‌କା ଲାଗିଛି। କୋର୍ଟ...

ଇଟାଲି ଚର୍ଚ୍ଚରେ କଫିନ୍‌ର ଲମ୍ବା ଲାଇନ

ରୋମ୍‌,୨୯।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଚାଇନାରେ ମୃତ୍ୟୁର ତାଣ୍ଡବ ରଚିବା ପରେ କରୋନା ଇଟାଲିରେ ମଧ୍ୟ ଘରେ ଘରେ ଆତଙ୍କ ସୃଷ୍ଟି କରିଛି।...

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଆପତ୍ତିଜନକ ଚିତ୍ର, ସ୍ପ୍ରେ ପେଣ୍ଟିଂରେ କରାଗଲା ବେରୂପ

ଆମଷ୍ଟରଡାମ,୧୮।୬: ଓ୍ବାଶିଂଟନ ଡିସି ପରେ ଏବେ ନେଦରଲାଣ୍ଡସ୍‌ର ରାଜଧାନୀ ଆମଷ୍ଟରଡାମରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୁତ୍ତ ନଷ୍ଟ କରିଦେଇଛନ୍ତି। ନେଦରଲାଣ୍ଡସ୍‌ ପୋଲିସର...

ମଣିଷଠାରେ ପ୍ରତିରୋପଣ ହେଲା ଘୁଷୁରି ହାର୍ଟ, ଚିକିତ୍ସା ବିଜ୍ଞାନରେ ପ୍ରଥମ ଘଟଣା…

ଓ୍ବାଶିଂଟନ, ୧୧।୧ : ଆମେରିକୀୟ ସର୍ଜନମାନେ ବଡ଼ ସଫଳତା ହାସଲ କରିଛନ୍ତି। ୫୭ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଶରୀରରେ ଏକ ଜେନେଟିକ ରୂପାନ୍ତରିତ ଘୁଷୁରୀର...

ମାନିବୁନି କରୋନା କଟକଣା, ଲୋକଙ୍କୁ ଗିରଫ କଲା ପୋଲିସ…

ଅଟଓ୍ବା, ୩୦।୪ : କାନାଡାରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣାକୁ ବିରୋଧ କରି ଲୋକେ ଏକଜୁଟ ହୋଇଛନ୍ତି। ଲୋକେ କରୋନା କଟକଣାରେ ବ୍ୟତିବ୍ୟସ୍ତ...

ପ୍ରବଳ ତୁଷାରପାତ: ଶୋଇଥିବା କୁମ୍ଭୀର ବି ପାଲଟିଲା ବରଫ

ନ୍ୟୁୟର୍କ,୩୦ା୧: ପୂର୍ବ ଯୁକ୍ତରାଷ୍ଟ୍ରରେ ପ୍ରବଳ ତୁଷାରପାତ ହେତୁ ଜନଜୀବନ ବ୍ୟାହତ ହୋଇପଡ଼ିଛି। ଏହି ଅଞ୍ଚଳର ପ୍ରାୟ ୭ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ତୁଷାରପାତ ଯୋଗୁ...

ଫସିଛନ୍ତି ୫ ହଜାର ଲୋକ

କୁଆଲାଲମ୍ପୁର/ମାନିଲା, ୨୧ା୧୨: ମାଲେସିଆରେ ଶୁକ୍ରବାରଠାରୁ ବର୍ଷା ଲାଗି ରହିଥିବାରୁ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ବନ୍ୟା କାରଣରୁ ୭ ଜଣଙ୍କ...

ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ଆଦେଶ ଦେଲା ସୌଦି

ରିୟାଦ୍‌,୮।୮: ପାକିସ୍ତାନୀ ଡାକ୍ତରଙ୍କୁ ଦେଶ ଛାଡ଼ିବାକୁ ସୌଦି ସରକାର ଆଦେଶ ଦେଇଛନ୍ତି। ପାକିସ୍ତାନୀ ଡାକ୍ତର ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରୁ ନ ଥିବା ସୌଦି ଅଭିଯୋଗ...

Advertisement
Archives

Model This Week