ବିଶ୍ୱ ରେକର୍ଡଧାରୀ ୟୁକ୍ରେନର ସ୍ୱପ୍ନକୁ ନଷ୍ଟ କରିଦେଲା ରୁଷିଆ

କ୍ୱିଭ,୨୮ ।୨: ରୁଷିଆ ବିଶ୍ୱର ସବୁଠାରୁ ବଡ ମାଲବାହୀ ବିମାନ ୟୁକ୍ରେନର ଧ୍ୱଜାବାହକ ବା ଫ୍ଲଗ କ୍ୟାରିୟର ବିମାନ ଏଏନ-୨୨୫ ମରିୟାକୁ ନଷ୍ଟ କରି ଦେଇଛି । ଏହି ସୂଚନା ୟୁକ୍ରେନର ରାଜ୍ୟ ପ୍ରତିରକ୍ଷା ଗୋଷ୍ଠୀ ଉକ୍ରୋକେରେନପ୍ରୋମ ଦ୍ୱାରା ଦିଆଯାଇଛି । ଉକ୍ରୋକେରେନପ୍ରୋମ କହିଛି କ୍ୱିଭ ବାହାରେ ହୋଷ୍ଟୋମେଲ ବିମାନ ବନ୍ଦରରେ ରୁଷିଆର ସେନା ଏହି ବିମାନକୁ ନଷ୍ଟ କରି ଦେଇଛନ୍ତି । ସୂଚନା ମୁତାବକ ଯଦି ବିମାନଟିକୁ ମରାମତି କରାଯାଏ ତେବେ ସେଥିରେ ୩ ଅରବ ଡଲାରରୁ ଅଧିକ ଅର୍ଥ ଖର୍ଚ୍ଚ ହେବା ସହ ଏହା ବହୁ ସମୟ ଲାଗିବ । ସମାଚାର ଏଜେନ୍ସି ସିହ୍ନୁଆର ସୂଚନା ଅନୁଯାୟୀ ୧୯୮୦ ଦଶକରେ ଡିଜାଇନ କରାଯାଇଥିବା ଏଏନ୍ -୨୨୫ ମରିୟା ଏବେ ପର୍ଯ୍ୟନ୍ତ ଥିବା ସବୁଠାରୁ ଲମ୍ବା ଓ ସବୁଠାରୁ ଓଜନିଆ ବିମାନ । ଏହା ୬୪୦ ଟନ କାର୍ଗୋ ନେଇଯିବାର କ୍ଷମତା ରଖେ ।

ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟା ନଷ୍ଟ ଘଟଣାକୁ ନେଇ ନିଜର ଭାବନା ସୋସିଆଲ ମିଡିଆରେ ବ୍ୟକ୍ତ କରିଛନ୍ତି । ସେ ଟୁଇଟ କରି କହିଛନ୍ତି, ଏହା ବିଶ୍ୱର ସବୁଠାରୁ ବଡ ବିମାନ ଥିଲା ଏଏନ୍‌-୨୨୫ ‘ମରିୟା’ । ୟୁକ୍ରେନ୍ ଭାଷାରେ ଏହାର ଅର୍ଥ ହେଉଛି ସ୍ୱପ୍ନ । ରୁଷିଆ ଯଦିଓ ଆମ ‘ମରିୟା’କୁ ନଷ୍ଟ କରି ଦେଇଛି ହେଲେ ସେ କେବେବି ଏକ ମଜଭୁତ, ସ୍ୱତନ୍ତ୍ର ଓ ଲୋକତାନ୍ତ୍ରିକ ୟୁରୋପୀୟ ରାଜ୍ୟର ସ୍ୱପ୍ନକୁ ନଷ୍ଟ କରିପାରିବ ନାହିଁ । ଆମେ ଆହୁରି ଦୃଢ ହେବୁ । ବିମାନ ନଷ୍ଟ ହୋଇଥିବାରୁ ୟୁକ୍ରେନ୍ ଦୁଃଖ ପ୍ରକାଶ କରି ଏହାର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ୍ କରିଛି, ‘ବିଶ୍ୱର ସବୁଠାରୁ ବଡ ବିମାନ ମରିୟା(ଦ ଡ୍ରିମ୍‌)କ୍ୱିଭ ନିକଟରେ ଏକ ବିମାନ ବନ୍ଦରରେ ରୁଷିଆ ସେନା ଦ୍ୱାରା ନଷ୍ଟ କରାଯାଇଛି । ଆମେ ବିମାନର ମରାମତି କରିବୁ, ଆମେ ଏକ ମଜଭୁତ, ସ୍ୱତନ୍ତ୍ର ଓ ଲୋକତାନ୍ତ୍ରିକ ୟୁକ୍ରେନ୍‌ର ସ୍ୱପ୍ନକୁ ପୁରଣ କରିବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

ଭୂକମ୍ପ ଝଟ୍‌କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ

ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri