ସେନା ପ୍ରତ୍ୟାହାର କରୁ ରୁଷିଆ

କ୍ୱିଭ୍‌, ୧।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର ପ୍ରତିନିଧି ଉପସ୍ଥିତ ଥିଲେ। ରୁଷିଆ ତୁରନ୍ତ ଅସ୍ତ୍ରବିରତି କରିବା ସହ ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ରୁ ପ୍ରତ୍ୟାହାର ନିମନ୍ତେ ଶାନ୍ତି ଆଲୋଚନାରେ କ୍ୱିଭ୍‌ ପକ୍ଷରୁ ଦାବି ହୋଇଛି। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଉପରେ ମସ୍କୋ ଏବଂ କ୍ୱିଭ୍‌ରେ ବିଚାରବିମର୍ଷ ହେବ। ପରେ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ବୈଠକ ବସିବ ବୋଲି ଜଣାଯାଇଛି। ବୈଠକରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜ୍‌ନିକୋଭ୍‌, ଡେପୁଟି ବହିର୍ବ୍ୟାପାର ମନ୍ତ୍ରୀ ମିକୋଲା ତୋଚ୍ୟତ୍‌ସ୍କି, ରୁଷିଆ ଡେପୁଟି ପ୍ରତିରକ୍ଷା ମନ୍ତ୍ରୀ ଆଲେକ୍‌ଜାଣ୍ଡର ଫୋମିନ୍‌ ଏବଂ ବେଲାରୁଷରେ ଥିବା ରୁଷିଆ ରାଷ୍ଟ୍ରଦୂତ ବୋରିସ୍‌ ଗ୍ରିଜ୍‌ଲୋଭ୍‌ ଯୋଗ ଦେଇଥିଲେ। ବେଲାରୁଷ ବହିର୍ବ୍ୟାପାର ମନ୍ତ୍ରୀ ଭ୍ଲାଡିମିର ମକେଇ ସମସ୍ତ ପ୍ରତିନିଧିଙ୍କୁ ସ୍ବାଗତ କରିଥିଲେ।

ବୈଠକ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ରୁଷିଆ ଆଗରେ ଆତ୍ମସମର୍ପଣ କରିବେ ନାହିଁ ରାଷ୍ଟ୍ର ଉଦ୍ଦେଶ୍ୟରେ କହିଥିଲେ। ଏଥିସହ ସକାଳେ କ୍ୱିଭ୍‌ରେ ଲାଗୁ କରାଯାଇଥିବା କର୍ଫ୍ୟୁ ଉଠାଯାଇ ସେଠାରେ ଥିବା ଲୋକଙ୍କୁ ତୁରନ୍ତ ରାଜଧାନୀ ଛାଡ଼ିବାକୁ କୁହାଯାଇଥିଲା। ଭାରତୀୟ ଛାତ୍ରୀଛାତ୍ରମାନେ ମଧ୍ୟ ରେଳ ଷ୍ଟେଶନରେ ପହଞ୍ଚିବା ନିମନ୍ତେ ଆଡ୍‌ଭାଇଜରି ଜାରି କରାଯାଇଥିଲା। ଆସନ୍ତା ୨୪ ଘଣ୍ଟା ୟୁକ୍ରେନ୍‌ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଜେଲେନ୍‌ସ୍କି କହିଥିଲେ। ଏସବୁ ଭିତରେ ୟୁକ୍ରେନ୍‌କୁ ତତ୍କାଳଭିତ୍ତିରେ ୟୁରୋପୀୟ ସଂଘ (ଇୟୁ)ର ସଦସ୍ୟତା ପ୍ରଦାନ କରାଯିବାକୁ ଜେଲେନ୍‌ସ୍କି ଦାବି କରିବା ସହ ଏ ସମ୍ପର୍କିତ ଆବେଦନରେ ହସ୍ତାକ୍ଷର କରିଛନ୍ତି।

ଯୁଦ୍ଧର ପଞ୍ଚମ ଦିନରେ ମଧ୍ୟ ରାଜଧାନୀ କ୍ୱିଭ୍‌ ଏବଂ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭର ବିଭିନ୍ନ ସ୍ଥାନରେ ରୁଷିଆ ବ୍ୟାପକ ମିଶାଇଲ ଓ ବୋମା ମାଡ଼ କରିଛି। ଚେର୍ନିହିଭ୍‌ ସହରରେ ଏକ ବାସଭବନ ବିଲ୍ଡିଂ କ୍ଷେପଣାସ୍ତ୍ର ମାଡ଼ରେ ନଷ୍ଟ ହୋଇଯାଇଛି। ଏହା ସହ ଆଉ ଏକ ତେଲ ଡିପୋରେ ନିଆଁ ଲାଗି ତାହା ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ଏଥିଯୋଗୁ ଚାରିପାଖ ଆକାଶ ଧୂଆଁମୟ ହୋଇଉଠିଥିଲା। ଆକ୍ରମଣରେ ଖର୍କିଭ ସହରର ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏ ପର୍ଯ୍ୟନ୍ତ ୩୫୨ ଲୋକଙ୍କ ଜୀବନ ଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୧୬ ଜଣ ଶିଶୁ ଥିବା ୟୁକ୍ରେନ୍‌ ପକ୍ଷରୁ କୁହାଯାଇଛି। ଆହୁରି ୧୬୮୪ ଜଣ ଆହତ ହୋଇଛନ୍ତି। କ୍ୱିଭ୍‌, ଖର୍କିଭ ସମେତ ବିଭିନ୍ନ ସହରକୁ କବ୍‌ଜାକୁ ନେବା ପାଇଁ ରୁଷିଆ ସୈନ୍ୟ ମାଡ଼ି ଆସୁଥିବାବେଳେ ୟୁକ୍ରେନ୍‌ ସେମାନଙ୍କୁ ଅଟକାଇବାକୁ ନିଜର ସମସ୍ତ ବଳ ଲଗାଇଛି। ମସ୍କୋର ପ୍ରାୟ ୫,୩୦୦ ସୈନ୍ୟ ନିହତ ହୋଇଥିବା ଏବଂ ଏହାର ୧୫୧ ଟ୍ୟାଙ୍କ, ୨୯ ବିମାନ, ୨୯ ହେଲିକପ୍ଟର ନଷ୍ଟ କରାଯାଇଥିବା ୟୁକ୍ରେନ୍‌ ଦାବି କରିଛି। କ୍ୱିଭ୍‌କୁ କବ୍‌ଜା କରାଯାଇଥିବା ରୁଷିଆ କହୁଥିବାବେଳେ ଏହାକୁ ୟୁକ୍ରେନ୍‌ ଖଣ୍ଡନ କରିଛି।

ରୁଷିଆ ସହ ଲଢ଼ିବାକୁ ୟୁକ୍ରେନ୍‌ ନିଜ ନାଗରିକଙ୍କୁ ଯୁଦ୍ଧରେ ସାମିଲ କରିଛି। ଜେଲରେ ବନ୍ଦୀଥିବା ଲୋକଙ୍କୁ ମଧ୍ୟ ଏଥିନିମନ୍ତେ ଟ୍ରେନିଂ ଦେଉଛି। ୟୁରୋପୀୟ ଦେଶ ୟୁକ୍ରେନ୍‌କୁ ସାମରିକ ଓ ବିଭିନ୍ନ ପ୍ରକାର ସହାୟତା ଯୋଗାଇବାରେ ଲାଗିଛନ୍ତି। ଲାଟିଭିଆ ନିଜ ଇଚ୍ଛୁକ ନାଗରିକଙ୍କୁ ରୁଷିଆ ସୈନ୍ୟଙ୍କ ବିରୋଧରେ ଲଢ଼େଇ ନିମନ୍ତେ ଅନୁମତି ପ୍ରଦାନ କରିଛି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନ୍‌ରୁ ୫ ଲକ୍ଷ ଲୋକ ପଡୋଶୀ ଦେଶକୁ ପଳାଇଥିବା ଜାତିସଂଘ ଉଚ୍ଚାୟୁକ୍ତ ଫିଲିପ୍ପୋ ଗ୍ରାଣ୍ଡି କହିଛନ୍ତି। ଯୁଦ୍ଧ ଯୋଗୁ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ୟୁକ୍ରେନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମସ୍ୟା ବଢ଼ିଛି। କୋଭିଡ୍‌ ସଂକ୍ରମିତଙ୍କ ନିମନ୍ତେ ଅକ୍ସିଜେନ୍‌ର ଅଭାବ ଦେଖାଦେଇଛି। ଗଚ୍ଛିତ ଅକ୍ସିଜେନ୍‌ ୨୪ ଘଣ୍ଟା ପରେ ଶେଷ ହେବାକୁ ଥିବାବେଳେ ଏଥିଯୋଗୁ ସେଠାରେ ଗମ୍ଭୀର ସ୍ଥିତି ଉପୁଜିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମହାସଚିବ ଟେଡ୍ରସ୍‌ ଅଧନୋମ୍‌ ଘେବ୍ରିୟସ୍‌ ସତର୍କ କରାଇଛନ୍ତି। ୟୁକ୍ରେନ ସଙ୍କଟ ଉପରେ ଜାତିସଂଘ ୧୯୩ ସଦସ୍ୟ ରାଷ୍ଟ୍ରକୁ ନେଇ ଏକ ସ୍ବତନ୍ତ୍ର ଜରୁରିକାଳୀନ ଅଧିବେଶନ ଡାକିବା ଉପରେ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନ୍‌ଏସ୍‌ସି)ରେ ସୋମବାର ଭୋଟିଂ ହୋଇଥିଲା। ଏଥିରେ ୧୧ ଭୋଟ ଅଧିବେଶନ ସପକ୍ଷରେ ପଡ଼ିଛି। ପୂର୍ବଥର ପରି ଭାରତ ସମେତ ଚାଇନା ଓ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ମଧ୍ୟ ଭୋଟ ଦେବାରୁ ବିରତ ରହିଛନ୍ତି। କୂଟନୈତିକ ରାସ୍ତା ଏବଂ ଆଲୋଚନାକୁ ଫେରିବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଜାତିସଂଘରେ ଭାରତ ରାଷ୍ଟ୍ରଦୂତ ଟି. ଏସ୍‌. ତିରୁମୂର୍ତ୍ତି କହିଥିଲେ। ଏଥିସହ ବେଲାରୁଷ ସୀମାରେ ଆଲୋଚନା କରିବା ପାଇଁ ରୁଷିଆ ଓ ୟୁକ୍ରେନ୍‌ର ଘୋଷଣାକୁ ସେ ସ୍ବାଗତ କରିଥିଲେ। ୧୯୫୦ ମସିହା ପରଠାରୁ ଏହା ଜାତିସଂଘରେ ବସିଥିବା ୧୧ ତମ ଜରୁରିକାଳୀନ ଅଧିବେଶନ। ବିନା ସର୍ତ୍ତରେ ରୁଷିଆ ସୈନ୍ୟ ପ୍ରତ୍ୟାହାର କରିବା ନିମନ୍ତେ ଏହି ଅଧିବେଶନରେ ୟୁକ୍ରେନ୍‌ ପ୍ରତିନିଧି ଦାବି କରିଛନ୍ତି।

ଅନ୍ୟପକ୍ଷରେ ଯୁଦ୍ଧବିରତି ଦାବିରେ ବିଶ୍ୱର ବିଭିନ୍ନ ଦେଶରେ ଆନ୍ଦୋଳନ ତେଜିବାରେ ଲାଗିଛି। ରୁଷିଆରେ ବିକ୍ଷୋଭକାରୀଙ୍କ ମଧ୍ୟରୁ ୨ ହଜାରରୁ ଊର୍ଦ୍ଧ୍ୱଙ୍କୁ ଗିରଫ କରାଯାଇଛି। ବ୍ୟାପକ କଟକଣା ଯୋଗୁ ରୁଷିଆ ମୁଦ୍ରା ରୁବଲ ମୂଲ୍ୟ ଡଲାର ତୁଳନାରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି। ଫଳରେ ରୁଷିଆ ସେଣ୍ଟ୍ରାଲ ବ୍ୟାଙ୍କ ଏହାର ସୁଧହାର ୯.୫ ପ୍ରତିଶତରୁ ୨୦ ପ୍ରତିଶତକୁ ବଢ଼ାଇଛି। ଯେତେ କଟକଣା ଲଗାଗଲେ ବି ରୁଷିଆ ଏ ସବୁକୁ ପ୍ରତିହତ କରିବାକୁ ସକ୍ଷମ ବୋଲି କ୍ରେମଲିନ୍‌ ପକ୍ଷରୁ କୁହାଯାଇଛି। ଯୁଦ୍ଧ ଓ ଆଲୋଚନା ଭିତରେ ରୁଷିଆ ଆଣବିକ ଫୋର୍ସ ୟୁନିଟ୍‌କୁ ହାଇଆଲର୍ଟରେ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri