Posted inଜାତୀୟ

ଭାରତ ଯାହା କିଣିବ ରୁଷିଆ ଦେବ

ନୂଆଦିଲ୍ଲୀ,୨ା୪: ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ମସ୍କୋ ବିରୋଧୀ ଆଭିମୁଖ୍ୟ ଗ୍ରହଣ ପାଇଁ ନୂଆଦିଲ୍ଲୀ ଉପେରେ ଚାପ ବଢ଼ିବାରେ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ ଭେଟିଛନ୍ତି। ରୁଷିଆଠାରୁ ଭାରତ ଯାହା କିଣିବାକୁ ଚାହିଁବ ଆମେ ତାହା ଯୋଗାଇଦେବୁ ବୋଲି ସେ କହିଛନ୍ତି। ସେହିପରି ୟୁକ୍ରେନ୍‌ ସଙ୍କଟ ପ୍ରସଙ୍ଗରେ ମୋଦି ମଧ୍ୟସ୍ଥ ଭୂମିକା ନେବା ଉପରେ ଲାଭ୍ରୋଭ କହିଛନ୍ତି, ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦେଶ। ଭାରତ ଯଦି ସମାଧାନ ଦିଗରେ ସେହି ଭୂମିକା ନିଏ ତେବେ ରୁଷିଆ ୟୁକ୍ରେନ୍‌କୁ ସୁରକ୍ଷା ଗ୍ୟାରେଣ୍ଟି ଦେଇପାରେ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ନିଜ ନିଜ ଉତ୍ତରଦାୟିତ୍ୱ ଭୁଲିଗଲେଣି। ଏଭଳି ପ୍ରକ୍ରିୟାକୁ ଭାରତ ସମର୍ଥନ କରିପାରେ ବୋଲି ଲାଭ୍ରୋଭ କହିଛନ୍ତି।
ଯୁଦ୍ଧ ପରେ ବ୍ରେଣ୍ଟ ମୂଲ୍ୟ ବ୍ୟାରେଲ ପିଛା ୧୦ ଡଲାର ବଢ଼ିଥିବାବେଳେ ରୁଷିଆ ପୂର୍ବ ତୁଳନାରେ ଭାରତକୁ ୩୫ ଡଲାର ରିହାତିରେ ତେଲ ଦେଉଛି। ଏହାସହ ବର୍ଷକୁ ୧୫ ନିୟୁତ ବ୍ୟାରେଲ ଅଶୋଧିତ ତେଲ ରପ୍ତାନି କରିବାକୁ ପ୍ରସ୍ତାବ ଦେଇଛି। ଦ୍ୱିପାକ୍ଷିକ ବାଣିଜ୍ୟ ପାଇଁ ନୂଆଦିଲ୍ଲୀ ଓ ମସ୍କୋ ଟଙ୍କା-ରୁବଲ ବିନିମୟରେ କାରବାର କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ତେବେ ରୁଷିଆଠାରୁ ତୈଳ ଆମଦାନୀକୁ ନେଇ ଭାରତ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଚାପ ବଢ଼ିବାରେ ଲାଗିଛି। ଓ୍ବାଶିଂଟନ ଜାରି କରିଥିବା ମସ୍କୋ ବିରୋଧୀ କଟକଣାକୁ ନୂ୍ୟନ ଉଦ୍ୟମ କରୁଥିବା ଦେଶଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲ ଗୁରୁବାର ନୂଆଦିଲ୍ଲୀରେ ଆମେରିକାର ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ଚେତାବନୀ ଦେଇଥିଲେ। ବ୍ରିଟେନ୍‌ ବହିର୍ବ୍ୟାପାର ସଚିବ ଲିଜ୍‌ ଟ୍ରୁସ୍‌ ମଧ୍ୟ ରୁଷିଆ ବିରୋଧରେ କଟକଣା ଜରି କରିବାରେ ଭାରତ ସାମିଲ ହେବା ଉଚିତ ବୋଲି ମତ ରଖିଥିଲେ। ଏଭଳି ସମୟରେ ପୁଟିନ୍‌ଙ୍କ ଦୂତ ସେରଗି ଲାଭ୍ରୋଭ ନୂଆଦିଲ୍ଲୀ ଆସିଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ବ୍ରିଟେନ, ଚାଇନା, ଅଷ୍ଟ୍ରିଆ, ଗ୍ରୀସ୍‌ ଓ ମେକ୍ସିକୋରୁ ଭାରତ ଗସ୍ତରେ ଆସିଥିବା କୌଣସି ମନ୍ତ୍ରୀଙ୍କୁ ମୋଦି ସାଧାରଣରେ ସାକ୍ଷାତ କରି ନ ଥିବାବେଳେ ଲାଭ୍ରୋଭଙ୍କ ସହ ୪୦ ମିନିଟ ଧରି ଆଲୋଚନା କରିଛନ୍ତି।
ସାକ୍ଷାତ ପୂର୍ବରୁ ଲାଭ୍ରୋଭ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଏକ ମିଳିତ ପ୍ରେସ୍‌ କନ୍‌ଫରେନ୍ସରେ କହିଥିଲେ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ ସେ ଏକ ‘ବ୍ୟକ୍ତିଗତ ବାର୍ତ୍ତା’ ନେଇ ଆସିଛନ୍ତି। ପୁଟିନ୍‌ ଓ ମୋଦି ନିୟମିତ ଭାବେ ପରସ୍ପର ସହ ଆଲୋଚନା କରୁଛନ୍ତି। ସେ ଏହି ଗସ୍ତ ବେଳେ ନିଜ ଆଲୋଚନା ସମ୍ପର୍କରେ ପୁଟିନ୍‌ଙ୍କୁ ଅବଗତ କରାଇବେ। ଏହି ଅବସରରେ ସେ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ। ଆଜିକାଲି ଆମର ପାଶ୍ଚାତ୍ୟ ସହକର୍ମୀମାନେ ଯେକୌଣସି ତାତ୍ପର୍ଯ୍ୟପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗକୁ ୟୁକ୍ରେନ୍‌ ସଙ୍କଟ ସହ ଯୋଡ଼ୁଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ଭାରତ ଏକତରଫା ନ ହୋଇ ଯେଉଁ ଆଭିମୁଖ୍ୟ ନେଇଛି ତାକୁ ଆମେ ପ୍ରଶଂସା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଶ୍ରେୟସ ଆୟରଙ୍କ ଭଉଣୀ ଶ୍ରେଷ୍ଠା ଦେଲେ ବଡ଼ ବୟାନ, ଭାଇଙ୍କ ଅଧିନାୟକତ୍ୱ ସମ୍ପର୍କରେ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୯।୭: ବିଶ୍ୱକପ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଠାରୁ ଆୟରଲ୍ୟାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ, ଅଧିନାୟକ…

ଭାରତ-ଇଂଲଣ୍ଡ ଟି-୨୦ ସିରିଜ ମଧ୍ୟରେ ସଞ୍ଜୁ ସାମସନ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୯।୭: ବ୍ୟକ୍ତିଗତ କାରଣରୁ ସଞ୍ଜୁ ସାମସନ କେରଳ କ୍ରିକେଟ ଲିଗ (KCL 2026)ରେ ଖେଳିବେ ନାହିଁ। ପୂର୍ବରୁ, କୋଚି ବ୍ଲୁ ଟାଇଗର୍ସ ସାମସନଙ୍କୁ ସେମାନଙ୍କର ରିଟେନସନ ତାଲିକାରେ…

ଆଉ ଏକ ସିରିଜ ହାରିଲା ଇଣ୍ଡିଆ; ୧ ୱିକେଟରେ ଜିତି ୨-୧ ରେ ସିରିଜ କବଜା କଲା ପଡୋଶୀ ଦେଶ

ନୂଆଦିଲ୍ଲୀ,୯।୭: ଭାରତୀୟ କ୍ରିକେଟ ଦଳ ଆଉ ଏକ ସିରିଜ ପରାଜୟ ବରଣ କରିଛି। ଏଥର, ଭାରତର ୧୯ ବର୍ଷରୁ କମ ଦଳ ଶ୍ରୀଲଙ୍କା ବିପକ୍ଷରେ ଯୁବ ଦିନିକିଆ…

ଗାଡ଼ିର ମାଇଲେଜ କମିବ କିନ୍ତୁ ଇଞ୍ଜିନ ଖରାପ ହେବନାହିଁ, E୨୦ ପେଟ୍ରୋଲ ନେଇ ମିଥ୍ୟା ପ୍ରଚାର ଉପରେ ବର୍ଷିଲେ ଗଡ଼କରୀ

ନୂଆଦିଲ୍ଲୀ,୯।୭: E୨୦ ପେଟ୍ରୋଲ (୨୦% ଏଥାନଲ ଏବଂ ୮୦% ପେଟ୍ରୋଲ) ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେଉଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ…

ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ହଇଚଇ; ସୁସ୍ମିତା ଦେବଙ୍କ ସମେତ ୩ ପୂର୍ବତନ TMC ଏମପି BJPରେ ସାମିଲ

କୋଲକାତା,୯।୭: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ତିନି ଜଣ ପୂର୍ବତନ TMC ଏମପି BJPରେ ଯୋଗ ଦେଇଛନ୍ତି। ସୁସ୍ମିତା ଦେବ, ସୁଖେନ୍ଦୁ ସେଖ ରୟ ଏବଂ…

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌, ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର,୯।୭: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଆସନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri