ରୁଷିଆର ଚେତାବନୀ, ସୀମାରେ ୧୦ ହଜାରରୁ ଅଧିକ ଆଇଏସ୍‌ ଆତଙ୍କବାଦୀ, ପଠାଇଲା ଟ୍ୟାଙ୍କ…

ମସ୍କୋ,୧୨।୯: ରୁଷିଆ ତାଜିକିସ୍ତାନ ଏବଂ ଉଜବେକିସ୍ତାନ ସୀମାରେ ୧୦ ହଜାରରୁ ଅଧିକ ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ରହିଥିବା ନେଇ ଚେତାବନୀ ଜାରି କରିଛି। ଏହି ଦୁଇଦେଶର ସୀମା ଆଫଗାନିସ୍ତାନକୁ ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ରୁଷିଆ ଦୁଇ ଦେଶର ସୀମା ଅଞ୍ଚଳକୁ ନିଜର ଟ୍ୟାଙ୍କ ପଠାଇଛି।

ଏହି ଅଞ୍ଚଳରେ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବା ଲାଗି ଘୋଷଣା କରିଛି। ରୁଷିଆର ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ଦାମିତ୍ରି ମେଡଓ୍ବେଡଓ୍ବେ ଏନେଇ ଗେଜେଟ ଡଟ୍‌ ରୁଷିଆରେ ଏକ ଆର୍ଟିକିଲରେ କହିଛନ୍ତି ଯେ ମଧ୍ୟ ଏସିଆ ଦେଶ ସହିତ ଆଫଗାନିସ୍ତାନ ସୀମାରେ ୧୦,୦୦୦ରୁ ଅଧିକ ଆଇଏସ୍‌ ଆତଙ୍କବାଦୀ ଏବଂ ସେମାନଙ୍କ ଅନୁଗାମୀ ଅଛନ୍ତି। ଇସଲାମିକ ଷ୍ଟେଟ୍‌ର ନେତୃତ୍ୱ ଖୋଲାଖୋଲି ଭାବେ କହିଛି, ଏହି ଅଞ୍ଚଳରେ ଆତଙ୍କବାଦୀ ସଂଗଠନ ନିଜର ପ୍ରଭାବ ବୃଦ୍ଧି କରିବାକୁ ଚାହୁଁଛି।

ସୁରକ୍ଷା ଦୃଷ୍ଟିରୁ ତାଜିକିସ୍ତାନ ସୀମାରେ ନିଜର ସୈନ୍ୟଙ୍କୁ ମୁତୟନ କରିଛି। ରାଷ୍ଟ୍ରପତି ଇମୋମାଲି ରହମୋନ ଉଗ୍ରବାଦୀ ଏବଂ ସେମାନଙ୍କ ଆଦର୍ଶ ପ୍ରତି ଆକର୍ଷିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି। ଆଫଗାନିସ୍ତାନ ସହିତ ତାଜିକିସ୍ତାନର ପ୍ରାୟ ୧,୩୪୪ କିଲୋମିଟର ଦୀର୍ଘ ସୀମା ରହିଛି। ସେଥିମଧ୍ୟରୁ ଅଧିକାଂଶ ପାର୍ବତ୍ୟାଞ୍ଚଳରେ ରହିଛି। ଏସବୁ ଅଞ୍ଚଳ ଉପରେ ନଜର ରଖିବା ଅତ୍ୟନ୍ତ କଷ୍ଟକର। ତେବେ ଦେଶ ଆତଙ୍କବାଦ ବିରୋଧରେ ମୁକାବିଲାକୁ ପ୍ରାଥମିକତା ଦେଉଥିବା ରହମୋନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?