ଭାକ୍ୟୁମ ବୋମା ବ୍ୟବହାର କରୁଛି ରୁଷିଆ

ଓ୍ବାଶିଂଟନ,୧।୩: ୟୁକ୍ରେନ ଉପରେ ଆକ୍ରମଣର ୬ଷ୍ଠ ଦିନ ତଥା ସୋମବାର ରୁଷିଆ ଭାକ୍ୟୁମ ଓ କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି। ଏହି ଅସ୍ତ୍ରକୁ ବ୍ୟବହାର କରି ରୁଷ ଜେନେଭା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନର ଦୂତ ଆମେରିକାକୁ କହିଛନ୍ତି।

ମାନବାଧିକାର ଓ୍ବାଚ୍‌ ପକ୍ଷରୁ କୁହାଯାଇଛି, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ବ୍ୟାନ ହୋଇଥିବା କ୍ଲଷ୍ଟର ମୁନିଶନ ଅସ୍ତ୍ରର ବ୍ୟବହାର କରିଛି ରୁଷିଆ। ସେହିଭଳି ରୁଷିଆ ସେନା ଉତ୍ତରପୂର୍ବ ୟୁକ୍ରେନରେ ଥିବା ଏକ ସ୍କୁଲରେ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିବା ବେଳେ ରୁଷିଆ ସେନା ଆକ୍ରମଣ କରିଥିବା ଦାବି କରିଛି ଆମନେଷ୍ଟି ଇଣ୍ଟରନ୍ୟାଶନାଲ।

ଆମେରିକାର ୟୁଏସ୍‌ କଂଗ୍ରେସ ସଦସ୍ୟଙ୍କ ସହ ବୈଠକ ପରେ ୟୁକ୍ରେନର ଦୂତ ଓକାସାନା ମାର୍କାରୋଭା କହିଛନ୍ତି, ରୁଷିଆ ସୋମବାର ଥେରମୋବାରିକ ଅସ୍ତ୍ର ତଥା ଭାକ୍ୟୁମ ବୋମା ବ୍ୟବହାର କରିଛି। ଏହା ଦ୍ୱାରା ୟୁକ୍ରେନର ବଡ଼ ଆକାରରେ କ୍ଷତି କରିବାକୁ ଚାହୁଁଛି ରୁଷିଆ।

ଭାକ୍ୟୁମ ବୋମା ଉଚ୍ଚ ତାପମାତ୍ରାରେ ବିସ୍ଫୋରଣ ପାଇଁ ଆଖପାଖ ବାୟରୁ ଅମ୍ଳଜାନ ଶୋଷି ନିଏ। ଯାହାଫଳରେ ସାଧାରଣ ବିସ୍ଫୋରଣ ଅପେକ୍ଷା ଏହାର ସମୟସୀମା ଯଥେଷ୍ଟ ଅଧିକ ହୋଇଥାଏ। ଏହି ବିସ୍ଫୋରଣ ମଣିଷ ଶରୀରକୁ ବାଷ୍ପୀକରଣ କରିବାରେ ସକ୍ଷମ। ତେବେ ଥେରମୋବାରିକ ଅସ୍ତ୍ର ବା ଭାକ୍ୟୁମ ବୋମା ୟୁକ୍ରେନରେ ବ୍ୟବହୃତ ହୋଇଥିବା ନେଇ କୌଣସି ଅଧିକାରୀ ସ୍ପଷ୍ଟ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେବେ ପେପର୍‌ ଲିକ୍‌କୁ ନେଇ ଧର୍ମେନ୍ଦ୍ର ନିଜେ ଖାଇଥିଲେ ମାଡ଼; ୨୯ ବର୍ଷ ପରେ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୭: ନୀଟ୍-ୟୁଜି (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକାଲି ବିରୋଧୀ ଦଳ ଏବଂ ଆନ୍ଦୋଳନରତ ଛାତ୍ରମାନଙ୍କ ନିଶାଣରେ ଅଛନ୍ତି।…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

କିଏ ସେହି ସୋନିଆ ସେହରାୱତ, ଯାହାଙ୍କ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଉପରେ ହେଲା ହଙ୍ଗାମା, CJPକୁ କହିଲେ…

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀରେ ଚାଲିଥିବା କକ୍ରୋଚ ଜନତା ପାର୍ଟି (CJP) ର ବିରୋଧ-ପ୍ରଦର୍ଶନ ମଧ୍ୟରେ ରାପିଡ ଆକ୍ସନ ଫୋର୍ସ (RAF)ର ଜଣେ ଅଧିକାରୀ ସୋନିଆ ସେହରାୱତ ଆଲୋଚନାର ବିଷୟ…

ଛାତ୍ର ଆନ୍ଦୋଳନକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ୍‌, ଏମିତି କହିଲେ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୩।୭: ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଛାତ୍ର ଆନ୍ଦୋଳନକୁ ନେଇ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବେ ନିଜର ମତ ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି…

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବିଦ୍ରୋହ ଭିତରେ ସୁପ୍ରିମକୋର୍ଟର CJI ସୂର୍ଯ୍ୟକାନ୍ତଙ୍କ ବିସ୍ଫୋରକ ବୟାନ, ସୋସିଆଲ ମିଡିଆରେ ଫେମସ୍‌ ହୁଅ ନାହିଁ…

ନୂଆଦିଲ୍ଲୀ,୨୩।୭: ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ଓ policeର କାର୍ଯ୍ୟାନୁଷ୍ଠାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶର ସୁପ୍ରିମକୋର୍ଟରେ ପହଞ୍ଚିଛି । ବଡ଼ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri