ଭାକ୍ୟୁମ ବୋମା ବ୍ୟବହାର କରୁଛି ରୁଷିଆ

ଓ୍ବାଶିଂଟନ,୧।୩: ୟୁକ୍ରେନ ଉପରେ ଆକ୍ରମଣର ୬ଷ୍ଠ ଦିନ ତଥା ସୋମବାର ରୁଷିଆ ଭାକ୍ୟୁମ ଓ କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି। ଏହି ଅସ୍ତ୍ରକୁ ବ୍ୟବହାର କରି ରୁଷ ଜେନେଭା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ୟୁକ୍ରେନର ଦୂତ ଆମେରିକାକୁ କହିଛନ୍ତି।

ମାନବାଧିକାର ଓ୍ବାଚ୍‌ ପକ୍ଷରୁ କୁହାଯାଇଛି, ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ବ୍ୟାନ ହୋଇଥିବା କ୍ଲଷ୍ଟର ମୁନିଶନ ଅସ୍ତ୍ରର ବ୍ୟବହାର କରିଛି ରୁଷିଆ। ସେହିଭଳି ରୁଷିଆ ସେନା ଉତ୍ତରପୂର୍ବ ୟୁକ୍ରେନରେ ଥିବା ଏକ ସ୍କୁଲରେ ସାଧାରଣ ନାଗରିକମାନେ ଆଶ୍ରୟ ନେଇଥିବା ବେଳେ ରୁଷିଆ ସେନା ଆକ୍ରମଣ କରିଥିବା ଦାବି କରିଛି ଆମନେଷ୍ଟି ଇଣ୍ଟରନ୍ୟାଶନାଲ।

ଆମେରିକାର ୟୁଏସ୍‌ କଂଗ୍ରେସ ସଦସ୍ୟଙ୍କ ସହ ବୈଠକ ପରେ ୟୁକ୍ରେନର ଦୂତ ଓକାସାନା ମାର୍କାରୋଭା କହିଛନ୍ତି, ରୁଷିଆ ସୋମବାର ଥେରମୋବାରିକ ଅସ୍ତ୍ର ତଥା ଭାକ୍ୟୁମ ବୋମା ବ୍ୟବହାର କରିଛି। ଏହା ଦ୍ୱାରା ୟୁକ୍ରେନର ବଡ଼ ଆକାରରେ କ୍ଷତି କରିବାକୁ ଚାହୁଁଛି ରୁଷିଆ।

ଭାକ୍ୟୁମ ବୋମା ଉଚ୍ଚ ତାପମାତ୍ରାରେ ବିସ୍ଫୋରଣ ପାଇଁ ଆଖପାଖ ବାୟରୁ ଅମ୍ଳଜାନ ଶୋଷି ନିଏ। ଯାହାଫଳରେ ସାଧାରଣ ବିସ୍ଫୋରଣ ଅପେକ୍ଷା ଏହାର ସମୟସୀମା ଯଥେଷ୍ଟ ଅଧିକ ହୋଇଥାଏ। ଏହି ବିସ୍ଫୋରଣ ମଣିଷ ଶରୀରକୁ ବାଷ୍ପୀକରଣ କରିବାରେ ସକ୍ଷମ। ତେବେ ଥେରମୋବାରିକ ଅସ୍ତ୍ର ବା ଭାକ୍ୟୁମ ବୋମା ୟୁକ୍ରେନରେ ବ୍ୟବହୃତ ହୋଇଥିବା ନେଇ କୌଣସି ଅଧିକାରୀ ସ୍ପଷ୍ଟ କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବା ତେଲକୁ ଇନ୍ଧନ ଭାବେ ବ୍ୟବହାର କରି ପ୍ରଥମ ଥର ପାଇଁ ମହାସାଗର ପାର୍‌ କଲା ବିମାନ

ଲଣ୍ଡନ,୨୯।୧୧: ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌ କରି ଗୋଟିଏ ଦେଶରୁ...

ୱାର୍କିଂ ଭିଜା ପ୍ରଦାନ ନିୟମରେ ବଡ଼ ପରିବର୍ତ୍ତନ କଲା ସାଉଦି ଆରବ

ରିୟାଦ,୨୯।୧୧: ୱାର୍କିଂ ଭିଜାକୁ ନେଇ ସାଉଦି ଆରବ ଏକ ବଡ ପରିବର୍ତ୍ତନ କରିଛି। ଆସନ୍ତା ୨୦୨୪ରୁ ଏଠାରେ କାର୍ଯ୍ୟ କରୁଥିବା ବିଦେଶୀମାନଙ୍କ ପାଇଁ ଏକ ନୂତନ...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘରେ ପାଲେଷ୍ଟାଇନମାନଙ୍କୁ ସମର୍ଥନ କଲା ଭାରତ

ନୁୟର୍କ, ୨୯।୧୧: ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର (ୟୁଏନ୍‌) ରେ ଭାରତ ଖୋଲାଖୋଲି ଭାବେ ପ୍ରତିକ୍ରିୟା ଦେଇଛି। ଜାତିସଂଘର ସ୍ଥାୟୀ...

କପ୍‌୨୮: ୟୁଏଇ ଆୟୋଜକ

ଅଗ୍ରଣୀ ତୈଳ ଉତ୍ପାଦନକାରୀ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଚଳିତ ବର୍ଷ କପ୍‌୨୮ର ଆୟୋଜନ କରୁଛି। ଦୁବାଇରେ ଗୁରୁବାର ଆରମ୍ଭ ହେବାକୁ ଥିବା ବୈଶ୍ୱିକ ଜଳବାୟୁ...

ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ...

ମହାକାଶ ଯାତ୍ରାରେ ମହାକାଶଚାରୀଙ୍କ ଏହି ଅଙ୍ଗ ଶରୀରରୁ ହୋଇଯାଏ ଅଲଗା…

ଓ୍ବାଶିଂଟନ,୨୮।୧୧ : ଗତ ଦଶନ୍ଧିରେ, ସମଗ୍ର ବିଶ୍ୱରେ ମହାକାଶ ଯାତ୍ରା ପାଇଁ କ୍ରେଜ ଯଥେଷ୍ଟ ବୃଦ୍ଧି ପାଇଛି। ଶିଳ୍ପପତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ମହାକାଶ...

କବର ଖୋଳି ମୃତଦେହରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରୁଛନ୍ତି ଇସ୍ରାଏଲୀ ସୈନିକ

ଗାଜା,୨୮।୧୧: ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ। ନା ଏହି ଯୁଦ୍ଧର କିଛି ନିଷ୍କର୍ଷ ବାହାରଛୁ ନା ଯୁଦ୍ଧ ଥମୁଛି। ଯୁଦ୍ଧ ବିରତିକୁ ନେଇ...

ଟ୍ରାନ୍ସଜେଣ୍ଡର ସ୍କୁଲ ଛାତ୍ରଙ୍କୁ ୨୮ ଥର ଛୁରାମାଡ

ଲଣ୍ଡନ,୨୮।୧୧: ଜଣେ ୧୬ ବର୍ଷର ଟ୍ରାନ୍ସଜେଣ୍ଡର ଛାତ୍ର ଦୁଇ କିଶୋରଙ୍କ ଦ୍ୱାରା ଏତେ ନିର୍ଯ୍ୟାତନା ଦିଆଯାଇଥିଲା ଯେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚଳିତ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri