ୟୁକ୍ରେନ ଉପରେ ଆକ୍ରମଣ କରି ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ପୁଟିନ୍‌

ମସ୍କୋ,୨୫।୨: ୟୁକ୍ରେନ ଉପରେ ଆକ୍ରମଣ କରି ଏବେ ନିଜ ଦେଶରେ ବିରୋଧର ସାମ୍ନା କରୁଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌। ରୁଷିଆ ରାଜଧାନୀ ମସ୍କୋ ସମେତ ଦେଶର ୫୧ଟି ସହରରେ ପୁଟିନ୍‌ଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ପ୍ରଦର୍ଶନ ରୋକିବାକୁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଇଛି। ସହରରେ ଶାନ୍ତି ବଜାୟ ରଖିବା ପାଇଁ ସ୍ଥାନୀୟ ପୋଲିସ ୧୭ଶହରୁ ଊର୍ଦ୍ଧ୍ୱ ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଯୁଦ୍ଧ ଘୋଷଣା କରିଥିଲା ସେତେବେଳେ ହିଁ ରୁଷିଆର ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ଗୁରୁବାର ସକାଳେ ଶହ ଶହ ପୋଷ୍ଟରେ ଲୋକମାନେ ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରପତି ପୁଟିନ୍‌ ୟୁକ୍ରେନରୁ ସେନା ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ଦିଅନ୍ତୁ ଓ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ପୋଲି ପ୍ରଦର୍ଶନକାରୀ କହିଛନ୍ତି। ସେହିପରି ଆମେରିକାର ହ୍ବାଇଟ୍‌ ହାଉସ୍‌ ବାହାରେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ ପ୍ରଦର୍ଶନ କରାଯାଇଛି। ଅନ୍ୟପଟେ ଶୁକ୍ରବାର ସନ୍ଧ୍ୟାରେ ଭାରତରେ ଥିବା ରୁଷିଆର ଦୂତବାସ ବାହାରେ ପ୍ରଦର୍ଶନ କରାଯିବ। ଏହି ପ୍ରଦର୍ଶନ ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କ ପରିବାର ଆହ୍ବାନ କରିଛନ୍ତି। ଆପୋଷ ବୁଝାମଣାରେ ଯୁଦ୍ଧକୁ ସମାପ୍ତ କରିବାକୁ ସେମାନେ ରୁଷିଆକୁ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri