Posted inଜାତୀୟ

‘ମୋଦି ଭାରତର ସଙ୍କଟମୋଚକ’

ନୂଆଦିଲ୍ଲୀ,୯।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନରେ ଫସିଥିବା ଲୋକଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ସରକାର ଲଗାତର ଉଦ୍ୟମ କରୁଛନ୍ତି। ତେବେ ବୁଧବାର ଭାରତର ପ୍ରୟାସ ଉପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନରୁ ଭାରତୀୟ ଛାତ୍ର ଆଣିବା ସହଜ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଏହି କଷ୍ଟସାଧ୍ୟ କାର୍ଯ୍ୟ ସଫଳତାର ସହିତ ସମାପ୍ତ ହୋଇଛି।
ଗୋଏଲ ଆହୁରି ମଧ୍ୟ କହିଛନ୍ତି, ତିନି ସପ୍ତାହ ମଧ୍ୟରେ ୨୦ ହଜାରରୁ ଅଧିକ ଭାରତୀୟ ନାଗରିକ ସେଠାରୁ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ରୀଛାତ୍ର। ଏତେ ସଂଖ୍ୟକ ଲୋକଙ୍କୁ ସେଠାରୁ ଆଣିିବା ନିହାତି ଗର୍ବର ବିଷୟ। ଆଜି ସମଗ୍ର ଦେଶରେ ଏକ ବିଶ୍ୱାସ ରହିଛି ଯେ କୌଣସି ସଙ୍କଟ ସମୟରେ ଭାରତ ସରକାର ଏବଂ ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଆମକୁ ସଙ୍କଟରୁ ବାହାର କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ ୧୧ ଥର ବିଶ୍ୱର ବଡ ନେତାଙ୍କ ସହ କଥା ହୋଇଥିଲେ। ୟୁକ୍ରେନରେ ଫସିଥିବା ଲୋକଙ୍କ ଉଦ୍ଧାର ପାଇଁ କୂଟନୈତିକ ସ୍ତରରେ ଜୋରଦାର ଉଦ୍ୟମ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ବିଷୟକୁ ଗମ୍ଭୀରତାର ସହ ନେଇଥିଲେ। ସେ ୮ଟି ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ପ୍ରତ୍ୟେକ ବୈଠକ ପରେ ନାଗରିକଙ୍କୁ କିପରି ଭାରତକୁ ଫେରାଇ ନିଆଯିବ ସେନେଇ କଠୋର ପଦକ୍ଷେପ ନିଆଯାଇଥିଲା। ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଏହି ଅଭିଯାନର ନେତୃତ୍ୱ ନେଇଛନ୍ତି। ଅନ୍ୟ କୌଣସି ଦେଶର ଏପରି ଉଦାହରଣ  ନାହିଁ, ଯାହା ନାଗରିକମାନଙ୍କୁ ଏତେ ଗମ୍ଭୀରତାର ସହିତ ଫେରାଇ ଆଣିବା କାର୍ଯ୍ୟକୁ ନେଇଥିଲା। ଆଜି ଆମେ ଗର୍ବିତ ଯେ ସେଠାରେ ଥିବା ଛାତ୍ରମାନଙ୍କର ଶେଷ ବ୍ୟାଚ ଏବେ ଯୁଦ୍ଧ କ୍ଷେତ୍ରରୁ ବାହାରି ନିକଟ ଦେଶ ଦେଇ ଆସୁଛନ୍ତି। ଏହାସହ ଏହି କାର୍ଯ୍ୟରେ ଜଡିତ ସମସ୍ତ ସଂଗଠନ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ବୋଲି ସେ କହିଛନ୍ତି।
ସେହିପରି ଗୋଏଲ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଦୁର୍ଭାଗ୍ୟବଶତଃ, କଂଗ୍ରେସ ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ରାଜନୀତି କରିବାକୁ ଚେଷ୍ଟା କରିଥିଲେ। ସଙ୍କଟ ସମୟରେ ସମସ୍ତ ଲୋକ ଏକଜୁଟ ହୋଇଥିଲେ ମଧ୍ୟ ଏହି ସଙ୍କଟରେ ଲୋକଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ବିରୋଧୀ ଦଳର ନେତାମାନେ ମିଥ୍ୟା ପ୍ରଚାରରେ ଲିପ୍ତ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି...

ପ୍ରାଚୁର୍ଯ୍ୟ ଭିତରେ ଦରିଦ୍ର ଆଫଗାନ୍‌

ମାଟିତଳେ ରତ୍ନ ସମ୍ପଦର ପ୍ରାଚୁର୍ଯ୍ୟ, ଉପରେ ଉତ୍କଟ ଦାରିଦ୍ର୍ୟର ଅଖଣ୍ଡ ରାଜୁତି। ଏହା ହେଉଛି ସମ୍ପ୍ରତି ତାଲିବାନ ନିୟନ୍ତ୍ରଣରେ ଥିବା ପଡ଼ୋଶୀ ଆଫ୍‌ଗାନିସ୍ତାନର ପରିଚୟ। ପାଶ୍ଚାତ୍ୟ...

ରାଲିରେ ଯୋଗ ଦେବାକୁ କଂଗ୍ରେସ ରଖିଲା ସର୍ତ୍ତ: ଆଣିବାକୁ ହେବ ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା ଆର୍‌ଟିପିସିଆର୍ ଟେଷ୍ଟ ରିପୋର୍ଟ

ଜୟପୁର,୯ ।୧୨: କଂଗ୍ରେସ ନେତା ଜ୍ୟୋତି ଖଣ୍ଡେଲୱାଲ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି କହିଛନ୍ତି କି ଜୟପୁରରେ ୧୨ ଡିସେମ୍ବରକୁ ହେବାକୁ ଥିବା...

ହନୁମାନ ଚାଳିଶା ପାଠ ପାଇଁ ଅନୁମତି ଦେଇଥିବା ମୌଲାନାଙ୍କୁ ମସଜିଦରୁ କରାଗଲା ବହିଷ୍କାର

ଲକ୍ଷ୍ନୌ,୫।୧୧: ଉତ୍ତରପ୍ରଦେଶର ବାଗପତର ବିନୟପୁର ଗାଁର ମସଜିଦରେ ସୌହାର୍ଦ୍ଦ୍ୟ ତଥା ଭାଇଚାରା ନାମରେ ହନୁମାନ ଚାଳିସା ଏବଂ ଗାୟତ୍ରୀ ମନ୍ତ୍ର ପାଠ କରିବାକୁ ଅନୁମତି ଦେଇଥିବା...

ସର୍ଚ୍ଚ ଅପରେଶନ୍‌: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ...

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା...

ୟୁକ୍ରେନ୍‌ରେ ନାଗରିକ ସୁରକ୍ଷାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୨।୪: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ସୋମବାର ୪୭ ଦିନରେ ପହଞ୍ଚତ୍ଥିବାବେଳେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି...

ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦି

ନୂଆଦିଲ୍ଲୀ,୬।୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଦ୍ୱାନ ଓ...

Advertisement
Archives

Model This Week