Posted inଜାତୀୟ

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା ବେଳେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଖାର୍କ୍ୱିଭରେ ମଙ୍ଗଳବାର ସକାଳେ ଜଣେ ୨୧ବର୍ଷୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ କର୍ନାଟକ ଚଲାଗେରୀର ନବୀନ ବୋଲି ଜଣାପଡ଼ିଛି। ନବୀନଙ୍କ ମୃତ୍ୟୁକୁ ନେଇ ଭାରତୀୟ ବର୍ହିବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଅନ୍ୟପଟେ ନବୀନ କର୍ନାଟକର ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ଘର ଜିଲା ହାଭେରୀର ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବସଭରାଜ ଶୋକ ପ୍ରକାଶ କରିଛନ୍ତି। ଏଥିସହ ନବୀନଙ୍କ ପରିବାର ଲୋକଙ୍କ ସହିତ ଫୋନରେ କଥା ହୋଇ ସେ ସମବେଦନା ଜଣାଇଛନ୍ତି। ତେବେ ଖୁବ୍‌ଶୀଘ୍ର ନବୀନଙ୍କ ମୃତଦେହ ଭାରତ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି ବୋଲି ବସଭରାଜ ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଗସ୍ତରେ ଯିବାକୁ ଚାହୁଁଛନ୍ତି ଆରଜେଡି ଏମ୍‌ପି, କେନ୍ଦ୍ରଠାରୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୪।୧୦: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି)ର ରାଜ୍ୟ ସଭା ଏମ୍‌ପି ମନୋଜ ଝାଙ୍କ ପାକିସ୍ତାନ ଗସ୍ତକୁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି।...

ପୁଣି ଏକ ରୋଗର ଭୟ, ଚିନ୍ତାରେ ଡାକ୍ତର

ମୁମ୍ବାଇ,୨୨।୭:ଭାରତରେ କରୋନା ଭାଇରସ୍‌ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହୋଇଛି। ଏହି ରାଜ୍ୟରେ କରୋନା ସାଙ୍ଗକୁ ଆଉ ଏକ ରୋଗର ଭୟ ସୃଷ୍ଟି...

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ଲାଗି ପୁଡୁଚେରୀ ସରକାରଙ୍କ ନିର୍ଦ୍ଦେଶ

ପୁଡୁଚେରୀ,୧୮।୩: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ୍‌ କାୟା ବିସ୍ତାର କରିଥିବାରୁ ସମସ୍ତ ରାଜ୍ୟ ସତର୍କ ହୋଇପଡ଼ିଛନ୍ତି। ଅଧିକାଂଶ ରାଜ୍ୟରେ ସତର୍କତା ଅନୁଯାୟୀ, କର୍ମଚାରୀମାନଙ୍କୁ ଘରେ...

ଗୋଆରେ ରାମରାଜ୍ୟ, ୫ ବର୍ଷରେ ଶୂନ ଦୁର୍ନୀତି ମାମଲା…

ପଣଜୀ,୩।୧୧ : ଗୋଆ ସିବିଆଇ ସମ୍ମୁଖରେ ଏକ ନିଆରା ଉଦାହରଣ ସୃଷ୍ଟି ହୋଇଛି। ରାଜ୍ୟ ଏବେ ରାମରାଜ୍ୟରେ ପରିଣତ ହୋଇଛି। ଗତ ୫ ବର୍ଷ ମଧ୍ୟରେ...

ଆଇପିସି-ସିଆର୍‌ପିସି ସଂଶୋଧନ ଲାଗି ସମସ୍ତ ଏମ୍‌ପିଙ୍କୁ ଚିଠି ଲେଖି ମତାମତ ଲୋଡିଲେ ଶାହା…

ନୂଆଦିଲ୍ଲୀ, ୬।୧ : କେନ୍ଦ୍ରୀୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସମସ୍ତ ଏମ୍‌ପିମାନଙ୍କୁ ଚିଠି ଲେଖି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), ଆପରାଧିକ ଦଣ୍ଡ ପ୍ରଦାନ ପ୍ରକିୟା...

ଟୁଇଟରରେ ମୋଦିଙ୍କ ଫଲୋୟର୍ସଙ୍କ ସଂଖ୍ୟା ୬ କୋଟି

ନୂଆଦିଲ୍ଲୀ,୧୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟୁଇଟରରେ ଆଉ ଏକ ସଫଳତା ପାଇଛନ୍ତି। ବେଳକୁ ବେଳ ଟୁଇଟରରେ ମୋଦିଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି।...

୨ ଆସନରୁ ନିର୍ବାଚନ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ,୮।୨: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶର ୨ଟି ଆସନରୁ ନିର୍ବାଚନ ଲଢ଼ିବେ । ଅଖିଳେଶ ମୁବାରକପୁର ଏବଂ କରହାଲ ଆସନରୁ ନିର୍ବାଚନ ଲଢ଼ିବେ...

ଏନ୍‌କାଉଣ୍ଟର ଭୟ: ଦିଲ୍ଲୀରେ ସରେଣ୍ଡର କରୁଛନ୍ତି ବିହାର-ୟୁପି ଅପରାଧୀ

ନୂଆଦିଲ୍ଲୀ,୮।୭: ବିହାର ଏବଂ ଉତ୍ତରପ୍ରଦେଶର ବାହୁବଳୀ ଅପରାଧୀ ଏବେ ଦିଲ୍ଲୀରେ ସରେଣ୍ଡର କରିବାକୁ ପସନ୍ଦ କରୁଛନ୍ତି। ବାହୁବଳୀ ଅପରାଧୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏଭଳି...

Advertisement
Archives

Model This Week