Posted inଜାତୀୟ

ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇବ ଭାରତ

ନୂଆଦିଲ୍ଲୀ,୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ୟୁକ୍ରେନକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ମଙ୍ଗଳବାର ଏହା ପଠାଯିବ । ଦୁଇ ଦେଶରେ ଯୁଦ୍ଧ କାରଣରୁ ୟୁକ୍ରେନର ହଜାର ହଜାର ଲୋକ ସୀମାବର୍ତ୍ତୀ ଅଞ୍ଚଳକୁ ଚାଲି ଆସୁଛନ୍ତି । ଫଳରେ ସେଠାରେ ମାନବୀୟ ସଙ୍କଟ ଉପୁଜିଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ନେଇ କରାଯାଉଥିବା ପ୍ରୟାସର ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନର ମାନବୀୟ ସଙ୍କଟ କଥା ଆଲୋଚନାକୁ ଆଣିଥିଲେ । ଆଉ ଏଥିପାଇଁ ମଙ୍ଗଳବାର ସହାୟତା ଯୋଗାଇ ଦିଆଯିବ ବୋଲି ନିଷ୍ୱତ୍ତି ନିଆଯାଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି ୟୁକ୍ରେନ ପାଇଁ ମଙ୍ଗଳବାର ମାନବୀୟ ସହାୟତା ସାମଗ୍ରୀ ପଠାଯିବ ।
ଭାରତରେ ଥିବା ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲିଖାଙ୍କ ଦ୍ୱାରା ମାନବୀୟ ସହାୟତା ଲୋଡାଯିବା ପରେ ଭାରତ ସୀମାବର୍ତ୍ତୀ ଅଞ୍ଚଳକୁ ମାନବୀୟ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି କହିଛନ୍ତି ୟୁକ୍ରେନରେ ମାନବୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର ମଙ୍ଗଳବାର ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପଠାଇବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ଛାଡିଥିବା ଏମ୍‌ପିଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆପ୍‌ର ବଡ଼ ଉଦ୍ୟମ

ନୂଆଦିଲ୍ଲୀ,୨୬ା୪: ବରିଷ୍ଠ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ାଙ୍କ ସମେତ ୭ ଜଣ ଏମ୍‌ପି ଦଳ ଛାଡ଼ି ଭାଜପାରେ ଯୋଗ…

ଦେଢ଼ କି.ମି. ରାସ୍ତାରେ ୧୦ ହମ୍ପ୍ସ

ନୂଆପଡ଼ା,୨୬ା୪ (ମକାରୁ ବେମାଲ): ଛତିଶଗଡ଼ ରାଜ୍ୟ ରାୟପୁରଠାରୁ ନୂଆପଡ଼ା ଜିଲା ଦେଇ ଗୋପାଳପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଅତ୍ୟଧିକ ହମ୍ପ୍ସ (ସ୍ପିଡ୍‌ ବ୍ରେକର) ଯୋଗୁ ଯାତାୟାତରେ…

ଆମେରିକା-ଇରାନ ଶାନ୍ତି ଆଶା ମଉଳିଲା: ପ୍ରତିନିଧି ପଠାଇବା ନିଷ୍ପତ୍ତି ସ୍ଥଗିତ ରଖିଲେ ଟ୍ରମ୍ପ୍

ଇସ୍‌ଲାମାବାଦ/ଓ୍ବାଶିଂଟନ,୨୬ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରତିନିଧି ଭାବେ ଷ୍ଟିଭ୍‌ ଓ୍ବିଟ୍‌କଫ୍‌ ଏବଂ ଜାରେଡ କୁଶ୍‌ନେର ଇରାନ ସହ ଆଲୋଚନା ପାଇଁ ପାକିସ୍ତାନ ଗସ୍ତରେ ଯିବେନାହିଁ ବୋଲି…

ଦେର୍ଲାଠିର ହିତାଧିକାରୀଙ୍କୁ ମିଳିଲା ପକ୍କାଘର କାର୍ଯ୍ୟାଦେଶ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ବାସ୍ତବ ରୂପ ନେଇଛି। କିଛିଦିନ ପୂର୍ବେ କଳାହାଣ୍ଡି ଜିଲା ପରିଷଦର ମୁଖ୍ୟ ଉନ୍ନୟନ…

୨ ପରିବାରରେ ଖଣ୍ଡଯୁଦ୍ଧ: ୨ ବାଇକ୍‌ରେ ଠେଙ୍ଗାବାଡ଼ି ଧରି ଆସି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମରେ ପାରିବାରିକ ହିଂସା କାରଣରୁ ଦୁଇ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ ଘଟିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ…

ପିଆଜ ଚାଷଜମି ପରିଦର୍ଶନ କଲେ ଅତିରିକ୍ତ ସଚିବ, ଚାଷୀଙ୍କୁ କହିଲେ…

ନୂଆପଡ଼ା,୨୬ା୪(ମକାରୁ ବେମାଲ): କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଅତିରିକ୍ତ ସଚିବ ମନୋଜ କୁମାର ରବିବାର ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ତୁକଳାପଡା…

ଅନୁଦାନ ମିଳିଲାନି, ବନ୍ଦ ହେଲା ସରକାରୀ କାର୍ଯ୍ୟକ୍ରମ

ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା…

ଗୋପାଳପୁର-ରାୟଗଡ଼ା ନୂଆ ରେଳଲାଇନ୍‌ ଦାବି, ଆଲାଇନ୍‌ମେଣ୍ଟ ନକ୍ସାର ପୁନଃ ଅନୁଧ୍ୟାନ କରି…

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତୀକ୍ଷିତ ଗୋପାଳପୁର-ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ତୃତୀୟ ପାଳି ପାଇଁ କେନ୍ଦ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri