ସବୁଠି ବିଜେଡି ଗଡ଼

ଭୁବନେଶ୍ୱର,୧।୩(ବ୍ୟୁରୋ): ଗତ ୩ ଦିନ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ଗଣନା ସୋମବାର ଶେଷ ହୋଇଛି। ତିନୋଟି ପର୍ଯ୍ୟାୟ ଗଣତି ପରେ ବିଜେଡି ରେକର୍ଡ ବିଜୟ ହାସଲ କରିଛି। ୮୫୩ଟି ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ୫୫୨ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ୨୧୧ ସିଟ୍‌ରେ ଆଗୁଆ ରହିଛି। ସେହିପରି ଭାଜପା ୩୧ଟିରେ ବିଜୟୀ, ୧୫ଟିରେ ଆଗୁଆ ରହିଥିବାବେଳେ କଂଗ୍ରେସ ୩୦ଟି ଆସନରେ ବିଜୟୀ ଏବଂ ୬ଟିରେ ଆଗୁଆ ରହିଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳ ୭ଟି ଆସନ ହାତେଇଛନ୍ତି। ୯୦ ପ୍ରତିଶତ ଆସନ ବିଜେଡି ସପକ୍ଷରେ ଯାଇଥିବା ବେଳେ ମାତ୍ର ୧୦ ପ୍ରତିଶତ ଆସନରେ ଭାଜପା, କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। କହିବାକୁ ଗଲେ ବିଜେଡି ପଞ୍ଚାୟତ ଜନମତକୁ ସମ୍ପୂର୍ଣ୍ଣ ପୋଛିନେଇଛି। ପଞ୍ଚାୟତ ଜନମତ ବିରୋଧୀ ଦଳ ଭାଜପା ଓ କଂଗ୍ରେସକୁ ଜୋରଦାର ଝଟକା ଦେଇଛି। ଏପରିକି ଉଭୟ ଦଳ ନିଜର ପୂର୍ବସ୍ଥିତିକୁ ମଧ୍ୟ ହରାଇଛନ୍ତି। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ୪୭୩ ଜିଲାପରିଷଦ ଆସନରେ ବିଜୟୀ ହୋଇଥିବା ବେଳେ ଭାଜପା ୨୯୭ ଓ କଂଗ୍ରେସ ୬୦ଟି ସିଟ୍‌ରେ ବିଜୟୀ ହୋଇଥିଲେ। ତେବେ ଚଳିତ ନିର୍ବାଚନରେ କଂଗ୍ରେସ ହାତରୁ ଅଧା ଜିଲାପରିଷଦ ଆସନ ଚାଲିଯାଇଥିବା ବେଳେ ଭାଜପା ପ୍ରାୟ ୨୫୦ ସିଟ୍‌ ହରାଇଛି।
ଭାଜପା ୧୦ ଜିଲାରେ ଖାତା ଖୋଲିପାରି ନାହିଁ। ସେହି ଜିଲାଗୁଡ଼ିକ ହେଲା ଭଦ୍ରକ, ଦେବଗଡ଼, ଜଗତ୍‌ସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଭାଜପା ନିଜ ଗଡ଼ ବଞ୍ଚାଇବାରେ ମଧ୍ୟ ବିଫଳ ହୋଇଛି। ଗତ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଆଦି ଜିଲାରେ ଭଲ ପ୍ରଦର୍ଶନ କରିଥିଲା। ତେବେ ଚଳିତ ନିର୍ବାଚନରେ ସେସବୁ ଜିଲାରେ ଦଳକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ପଞ୍ଚାୟତ ନିର୍ବାଚନରେ ଲୋକମାନେ ଭାଜପାକୁ ଏକପ୍ରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି।
କଂଗ୍ରେସ ମଧ୍ୟ ଚଳିତ ନିର୍ବାଚନରେ ମାଟି କାମୁଡ଼ି ପଡ଼ିଛି। ୧୮ଟି ଜିଲାରେ କଂଗ୍ରେସ ଖାତା ଖୋଲିପାରି ନାହିଁ। ସେହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼। ତେବେ ଏହି ପରାଜୟକୁ କଂଗ୍ରେସ ଜନସାଧାରଣଙ୍କ ଉପରେ ଲଦିଛି। ଲୋକମାନେ ରାଜ୍ୟରେ ଗଣତନ୍ତ୍ର ମାଧ୍ୟମରେ ଏକଚ୍ଛତ୍ରବାଦ ଶାସନ ସ୍ଥାପନ କରିବାକୁ ଚାହୁଁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ଚଳିତ ପଞ୍ଚାୟତ ନିର୍ବାଚନରେ ଭାଜପା ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି। ଏହି ନୈରାଶ୍ୟଜନକ ପ୍ରଦର୍ଶନ ଉଭୟ ଦଳର ନେତା ଓ କର୍ମୀଙ୍କୁ ବ୍ୟଥିତ କରିଛି। ଉଭୟ ଦଳରେ ନେତୃତ୍ୱ ସଙ୍କଟ ଯୋଗୁ ଏଭଳି ଦଶା ଭୋଗିବାକୁ ପଡୁଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାସ୍କନ୍ଧ ନେତା ନ ଥିବା ଯୋଗୁ ଉଭୟ ଦଳ ଜନତାଙ୍କ ବିଶ୍ୱାସଭାଜନ ହୋଇପାରୁ ନ ଥିବା ଆଲୋଚନା ହେଉଛି। ଯେଉଁ ନେତାଙ୍କୁ ଦଳ ସର୍ବୋଚ୍ଚ ପଦବୀରେ ଅବସ୍ଥାପିତ କରୁଛନ୍ତି ତାଙ୍କୁ ଦଳୀୟ ନେତା ଓ ଜନତା କେତେ ଗ୍ରହଣ କରୁଛନ୍ତି ସେସବୁର ସମୀକ୍ଷା କରାଯାଉ ନାହିଁ। ଲବି ଆଧାରରେ ରାଜ୍ୟରେ ଦଳର ମୁଖିଆ ନିଯୁକ୍ତ ହେଉଛନ୍ତି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖା ଦେଉଥିବା ବେଳେ ସାଙ୍ଗଠନିକ କ୍ଷେତ୍ର ମଧ୍ୟ ଦୁର୍ବଳ ହେଉଛି। ନିଜକୁ ସୁହାଇଲା ଭଳି ସଂଗଠନ ଗଢ଼ାଯାଉଥିବାରୁ ନିର୍ବାଚନରେ ତାହାର ଲାଭ ମିଳିବା ବଦଳରେ ଦଳକୁ ଅନେକ କ୍ଷତି ସହିବାକୁ ପଡୁଛି। ଚଳିତ ପଞ୍ଚାୟତ ନିର୍ବାଚନରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି କର୍ମୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?