ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି ଦେଶ ବୋଲି ବର୍ଣ୍ଣନା କରିଥିଲେ। ଏହାର କୌଣସି ଇତିହାସ କିମ୍ବା ପରିଚୟ ନାହିଁ। ଆଧୁନିକ ୟୁକ୍ରେନକୁ ରୁଷିଆ ନିର୍ମାଣ କରିଥିବା ମଧ୍ୟ ସେ କହିଥିଲେ। ଆସନ୍ତୁ ଜାଣିବା ୟୁକ୍ରେନର ଇତିହାସ…

ୟୁରୋପର ପୂର୍ବରେ ରହିଛି ୟୁକ୍ରେନ। ଏହାର ଉତ୍ତର-ପୂବ;, ପୂର୍ବ ଏବଂ ଦକ୍ଷିଣ-ପୂର୍ବରେ ରୁଷିଆ ଏବଂ ଦକ୍ଷିଣରେ କଳା ସାଗର ରହିଛି। ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଉତ୍ତରରେ ୟୁକ୍ରେନ୍‌ ମଲଡୋଭା, ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ , ପୋଲାଣ୍ଡ ଏବଂ ବେଲାରୁଷ ସହ ସୀମା ବାଣ୍ଟିଛି। ରୁଷିଆ ପରେ ଏହା ୟୁରୋପର ସବୁଠାରୁ ବଡ଼ ଦେଶ। ଏହା ୬୦୩,୫୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ।

ଜୁଲାଇ ୨୦୨୧ରେ ୟୁକ୍ରେନର ଜନସଂଖ୍ୟା ୪୩.୭ ନିୟୁତ ଥିଲା। ସେଥିରୁ ୭୭.୮% ୟୁକ୍ରେନ ଜାତିର ଏବଂ ୧୭.୩% ରୁଷୀୟ ଥିଲେ। ରୁଷ୍‌ ଭାଷାରେ କଥା ହେଉଥିବା ଅଧିକାଂଶ ଲୋକ ପୂର୍ବରେ ରହିଥାନ୍ତି। ସେମାନେ ରୁଷିଆ ସୀମା ନିକଟରେ ବସବାସ କରନ୍ତି। ଏଠାରେ ଆଠବର୍ଷ ଧରି ସଶସ୍ତ୍ର ବିଦ୍ରୋହକୁ ବଜାୟ ରଖିବା ପରେ ଚଳିତ ସପ୍ତାହରେ ରୁଷିଆ ଦୁଇ ରାଜ୍ୟର ସ୍ବାଧୀନତାକୁ ସ୍ବୀକୃତି ଦେଇଥିଲା।

ମୁଣ୍ଡ ପିଛା ମୋଟ ଜାତୀୟ ଆୟ ଦୃଷ୍ଟିରୁ ୟୁକ୍ରେନ ହେଉଛି ୟୁରୋପର ସବୁଠାରୁ ଗରିବ ଦେଶ। ହେଲେ ଦେଶରେ ଲୁହାପଥର, କୋଇଲା ଭଣ୍ଡାର ରହିଛି। ଏହାଛଡ଼ା ଦେଶ ମକା, ସୁର୍ଯ୍ୟମୁଖୀ ତେଲ, ଲୁହା, ଲୌହ ଉତ୍ପାଦ ଏବଂ ଗହମ ଆଦି ରପ୍ତାନୀ କରେ।
୧୯୨୨ରୁ ୧୯୯୧ ଯାଏ ୟୁକ୍ରେନ୍‌ ରୁଷିଆର ଅଂଶ ଥିଲା। ହେଲେ ୧୯୯୧ରେ ଏହା ନିଜର ସ୍ବାଧିନତାକୁ ନେଇ ଘୋଷଣା କରିଥିଲା। ରୁଷିଆରେ ପ୍ରାୟ ୮.୫ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି। ହେଲେ ୟୁକ୍ରେନର ସୈନ୍ୟ ସଂଖ୍ୟା ୨ ଲକ୍ଷ। ରୁଷିଆର ବାୟୁସେନା ଗ୍ଲୋବାଲ ଫାୟାର ଡଟ୍‌ କମ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୟୁକ୍ରେନ ୩୧ରେ ଅଛି। ସେହିଭଳି ରୁଷିଆର ୭୭୨ ଯୁଦ୍ଧ ବିମାନ ଥିବାବେଳେ ୟୁକ୍ରେନରେ କେବଳ ୬୯ଟି ରହିଛି। ବାକି ସମସ୍ତ କ୍ଷେତ୍ରରେ ମଧ୍ୟ ରୁଷିଆ ବହୁତ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରେ କରୋନାର ପଞ୍ଚମ ଲହର: ପ୍ରତିଦିନର ମୃତ୍ୟୁସଂଖ୍ୟା ୬୦୦!

ତେହେରାନ,୧୫ ।୮: ଇସଲାମିକ ଦେଶ ଇରାନରେ କରୋନା ସଂକ୍ରମଣର ପଞ୍ଚମ ଲହର ବା ଏପର୍ଯ୍ୟନ୍ତ ଆସିଥିବା ସବୁଠାରୁ ଭୟଙ୍କର ଲହର ଆରମ୍ଭ ହୋଇ ଯାଇଛି ବୋଲି...

ପାକ୍‌ରେ ମିଆଙ୍କ ଟିକ୍‌ଟକ୍‌ ବ୍ୟାନ୍‌

ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍‌ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍‌ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ...

ଗୁଗଲ୍‌ ସିଇଓଙ୍କ ଦରମା କେତେ ଜାଣନ୍ତି

ଭାରତୀୟ ମୂଳ ସୁନ୍ଦର ପିଚାଇ ଏବେ ଗୁଗଲ୍‌ ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୯ରେ ଗୁଗଲ୍‌ର ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍‌ର କାର୍ଯ୍ୟଭାର ମଧ୍ୟ ତାଙ୍କୁ ଦିଆଯାଇଥିଲା।...

ଟ୍ରମ୍ଫକୁ ହତ୍ୟା ଧମକ: ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ମାରିବାକୁ ଇରାନ ପ୍ରସ୍ତୁତ କରିଛି କ୍ରୁଜ ମିଶାଇଲ

ତେହରାନ,୨୫ ।୨: ଇରାନରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାରେ ଇରାନର ଟପ କମାଣ୍ଡର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ହତ୍ୟା...

ଫିଲିପାଇନ୍ସରେ ୫.୮ ତୀବ୍ରତାର ଭୂକମ୍ପ: ୫୭ ଆହତ

ମାନିଲା,୧୩।୭: ଉତ୍ତର ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୮। ଏହାର ପ୍ରଭାବରେ ଘର, ଚର୍ଚ୍ଚ ଓ...

ପାକିସ୍ତାନ ମିଡିଆରେ ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ଲାଗିଲା କଟକଣା

ଇସଲାମାବାଦ୍‌,୨୯।୯:ପାକିସ୍ତାନ ମିଡିଆରେ ସବୁ ପ୍ରକାର ଭାରତୀୟ କଣ୍ଟେଣ୍ଟ୍‌ ପ୍ରସାରଣ ଉପରେ ରୋକ ଲଗାଯାଇଛି। ପାକିସ୍ତାନ ଇଲେକ୍‌ଟ୍ରୋନିକ୍ସ ମିଡିଆ ନିୟାମକ ଅଧିକରଣ(ପିଇଏମ୍‌ଆର୍‌ଏ) ନୋଟିସ ଜାରି କରି ଏହି...

ବାରମ୍ବାର ମୁହଁରେ ହାତ ମାରିବା ଅଭ୍ୟାସ: ରହିଛି କରୋନା ସଂକ୍ରମଣ ଆଶଙ୍କା; ଲକ୍ଷେ ୨୫ ହଜାର ଜୀବନ ଯିବାପରେ ବି ଲୋକେ ନୁହଁନ୍ତି ସତର୍କ !

ନୂଆଦିଲ୍ଲୀ/ନ୍ୟୁୟର୍କ,୧୫।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ଉଦ୍ୟମ ଜାରି...

୨୦ ମିନିଟ୍‌ରେ ଚିହ୍ନଟ ହେବ ଓମିକ୍ରନ୍‌ !…

ସିଓଲ, ୧୩।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଦକ୍ଷିଣ କୋରିଆର ଗବେଷକମାନେ...

Advertisement
Archives

Model This Week