ୟୁରୋପର ଦ୍ୱିତୀୟ ସର୍ବବୃହତ, ହେଲେ ସବୁଠାରୁ ଗରିବ ଦେଶ ୟୁକ୍ରେନ; କିଛି ଏଭଳି ତାର ଇତିହାସ

କ୍ୱିଭ୍‌,୨୬।୨: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷିଆ। ଆକାଶମାର୍ଗରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ଓ ରକେଟ ମାଡରେ ଧ୍ୱସ୍ତବିଧ୍ୱସ୍ତ ହେଉଛି ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର। ତେବେ ଆକ୍ରମଣ ପୂର୍ବରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନକୁ ଏକ ନକଲି ଦେଶ ବୋଲି ବର୍ଣ୍ଣନା କରିଥିଲେ। ଏହାର କୌଣସି ଇତିହାସ କିମ୍ବା ପରିଚୟ ନାହିଁ। ଆଧୁନିକ ୟୁକ୍ରେନକୁ ରୁଷିଆ ନିର୍ମାଣ କରିଥିବା ମଧ୍ୟ ସେ କହିଥିଲେ। ଆସନ୍ତୁ ଜାଣିବା ୟୁକ୍ରେନର ଇତିହାସ…

ୟୁରୋପର ପୂର୍ବରେ ରହିଛି ୟୁକ୍ରେନ। ଏହାର ଉତ୍ତର-ପୂବ;, ପୂର୍ବ ଏବଂ ଦକ୍ଷିଣ-ପୂର୍ବରେ ରୁଷିଆ ଏବଂ ଦକ୍ଷିଣରେ କଳା ସାଗର ରହିଛି। ଦକ୍ଷିଣ-ପଶ୍ଚିମ, ପଶ୍ଚିମ ଏବଂ ଉତ୍ତରରେ ୟୁକ୍ରେନ୍‌ ମଲଡୋଭା, ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ , ପୋଲାଣ୍ଡ ଏବଂ ବେଲାରୁଷ ସହ ସୀମା ବାଣ୍ଟିଛି। ରୁଷିଆ ପରେ ଏହା ୟୁରୋପର ସବୁଠାରୁ ବଡ଼ ଦେଶ। ଏହା ୬୦୩,୫୫୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ।

ଜୁଲାଇ ୨୦୨୧ରେ ୟୁକ୍ରେନର ଜନସଂଖ୍ୟା ୪୩.୭ ନିୟୁତ ଥିଲା। ସେଥିରୁ ୭୭.୮% ୟୁକ୍ରେନ ଜାତିର ଏବଂ ୧୭.୩% ରୁଷୀୟ ଥିଲେ। ରୁଷ୍‌ ଭାଷାରେ କଥା ହେଉଥିବା ଅଧିକାଂଶ ଲୋକ ପୂର୍ବରେ ରହିଥାନ୍ତି। ସେମାନେ ରୁଷିଆ ସୀମା ନିକଟରେ ବସବାସ କରନ୍ତି। ଏଠାରେ ଆଠବର୍ଷ ଧରି ସଶସ୍ତ୍ର ବିଦ୍ରୋହକୁ ବଜାୟ ରଖିବା ପରେ ଚଳିତ ସପ୍ତାହରେ ରୁଷିଆ ଦୁଇ ରାଜ୍ୟର ସ୍ବାଧୀନତାକୁ ସ୍ବୀକୃତି ଦେଇଥିଲା।

ମୁଣ୍ଡ ପିଛା ମୋଟ ଜାତୀୟ ଆୟ ଦୃଷ୍ଟିରୁ ୟୁକ୍ରେନ ହେଉଛି ୟୁରୋପର ସବୁଠାରୁ ଗରିବ ଦେଶ। ହେଲେ ଦେଶରେ ଲୁହାପଥର, କୋଇଲା ଭଣ୍ଡାର ରହିଛି। ଏହାଛଡ଼ା ଦେଶ ମକା, ସୁର୍ଯ୍ୟମୁଖୀ ତେଲ, ଲୁହା, ଲୌହ ଉତ୍ପାଦ ଏବଂ ଗହମ ଆଦି ରପ୍ତାନୀ କରେ।
୧୯୨୨ରୁ ୧୯୯୧ ଯାଏ ୟୁକ୍ରେନ୍‌ ରୁଷିଆର ଅଂଶ ଥିଲା। ହେଲେ ୧୯୯୧ରେ ଏହା ନିଜର ସ୍ବାଧିନତାକୁ ନେଇ ଘୋଷଣା କରିଥିଲା। ରୁଷିଆରେ ପ୍ରାୟ ୮.୫ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି। ହେଲେ ୟୁକ୍ରେନର ସୈନ୍ୟ ସଂଖ୍ୟା ୨ ଲକ୍ଷ। ରୁଷିଆର ବାୟୁସେନା ଗ୍ଲୋବାଲ ଫାୟାର ଡଟ୍‌ କମ୍‌ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୟୁକ୍ରେନ ୩୧ରେ ଅଛି। ସେହିଭଳି ରୁଷିଆର ୭୭୨ ଯୁଦ୍ଧ ବିମାନ ଥିବାବେଳେ ୟୁକ୍ରେନରେ କେବଳ ୬୯ଟି ରହିଛି। ବାକି ସମସ୍ତ କ୍ଷେତ୍ରରେ ମଧ୍ୟ ରୁଷିଆ ବହୁତ ଆଗରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଦଲ ଫଟା ବର୍ଷା, ଜାତୀୟ ରାଜପଥରେ ଅଣ୍ଟାଏ ପାଣି

କୁଆଁରମୁଣ୍ଡା,୧୩।୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ଗୁରୁବାର ବାଦଲ ଫଟା ବର୍ଷା ହୋଇଛି। ଏହି ବର୍ଷା ଚଳିତ ବର୍ଷର ରେକର୍ଡ ସୃଷ୍ଟି କରିଛି।…

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ବସିଲେ ମହିଳା, ସ୍ବାମୀ ବାହାର ରାଜ୍ୟରେ ଅନ୍ୟ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର): ଶ୍ୱଶୁର ଘର ଆଗରେ ଧାରଣା ଦେଲେ ବୋହୂ । ଦିଗପହଣ୍ଡି ଥାନା ଭୀଷ୍ମଗିରି ଗାଁ ବ୍ରାହ୍ମଣସାହିରେ ଧାରଣା । ସ୍ବାମୀ ବାହାର ରାଜ୍ୟରେ…

ବିପଦ ସଙ୍କେତ ଟପିଲା ବୈତରଣୀ, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ପାଟଣା,୧୩।୮(ବୀର କିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଅପରାହ୍ନରେ ପାଟଣା ଅଞ୍ଚଳରେ ବୈତରଣୀ ନଦୀ…

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ କାରାଦଣ୍ଡ, ଜାଣନ୍ତୁ କାରଣ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡର ପୂର୍ବତନ ଅତିରିକ୍ତ ତହସିଲଦାର ଗୋବିନ୍ଦ ଦଣ୍ଡସେନା ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁରୁବାର ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ଦଣ୍ଡସେନାଙ୍କ…

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri