NATO ସମିଟ୍ ପୂର୍ବରୁ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ୮ ମୃତ

ମସ୍କୋ,୬।୭: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପରେ ଉପସାଗରୀୟ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ, ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାରି ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ୟୁକ୍ରେନ ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛି । ନାଟୋ ସମ୍ମିଳନୀର ମାତ୍ର ଗୋଟିଏ ଦିନ ପୂର୍ବରୁ, ରୁଷିଆର ରାଜଧାନୀ କିଭ ଉପରେ ରାତାରାତି କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା । ରିପୋର୍ଟ ଅନୁଯାୟୀ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ବହୁ ସଂଖ୍ୟକ ଆହତ ହୋଇଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ସୋମବାର ରାତିରେ ରୁଷିଆ କିଭକୁ ଟାର୍ଗେଟ କରି ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ନିକ୍ଷେପ କରିଥିଲା । ​​ଯାହା ଫଳରେ ଅତି କମରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ଏକ ବଡ଼ ଧରଣର ଆକ୍ରମଣ ବିଷୟରେ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା ।

ଆକ୍ରମଣ ପରେ, କିଭ୍ ମେୟର ଭିଟାଲି କ୍ଲିଟ୍ସକୋ କହିଛନ୍ତି ଯେ ରାତାରାତି ବୋମା ମାଡ଼ରେ କ୍ଷତିଗ୍ରସ୍ତ କୋଠାଗୁଡ଼ିକରୁ ଉଦ୍ଧାରକାରୀ ଦଳ ବାସିନ୍ଦାଙ୍କୁ ସ୍ଥାନାନ୍ତର କରୁଛନ୍ତି । ଅଧିକାରୀମାନେ ରିପୋର୍ଟ କରିଛନ୍ତି ଯେ କିଭ୍‌ରେ ସାତ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ଏବଂ ରାଜଧାନୀର ଉତ୍ତର-ପଶ୍ଚିମରେ ଥିବା ବୁଚା ଜିଲାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି କିଭ୍‌ ଏବଂ ଆଖପାଖ ଅଞ୍ଚଳରେ ଅତି କମରେ ୩୪ ଜଣ ଆହତ ହୋଇଛନ୍ତି।

କିଭ୍‌ ଅଞ୍ଚଳର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ କହିଛନ୍ତି ଯେ ସୋମବାର ଦିନ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆପାର୍ଟମେଣ୍ଟ୍ ବ୍ଲକ ଏବଂ ଅନ୍ୟାନ୍ୟ ଆବାସିକ କୋଠାଗୁଡ଼ିକୁ ଟାର୍ଗେଟ କରିଥିଲା। କିଭ୍ ସହର ସାମରିକ ପ୍ରଶାସନର ମୁଖ୍ୟ ତୈମୁର ତକାଚେଙ୍କୋ ଏକ ଟେଲିଗ୍ରାମ ପୋଷ୍ଟରେ କହିଛନ୍ତି: “ଶତ୍ରୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରୁଛନ୍ତି। ଏହି ଆକ୍ରମଣ ଯୋଗୁଁ ପୋଡିଲସ୍କି ଜିଲାରେ ଏକ ଆବାସିକ କୋଠା ଆଂଶିକ ଭାବରେ ଭୁଶୁଡ଼ି ପଡ଼ିଛି। ଡାର୍ନିଟସ୍କି ଜିଲାରେ ଅନେକ ବହୁମହଲା କୋଠା କ୍ଷତିଗ୍ରସ୍ତ ହୋଇଛି ଏବଂ ଭୟ କରାଯାଉଛି ଯେ ବହୁ ସଂଖ୍ୟକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିପାରନ୍ତି।”

ମେୟର କ୍ଲିଟସ୍କୋ କହିଛନ୍ତି ଯେ, ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିବା ଏହି ଆକ୍ରମଣରେ ବାଲିଷ୍ଟିକ୍ ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ସହିତ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ସାରା ସହରରେ ବିସ୍ଫୋରଣ ପ୍ରତିଧ୍ୱନିତ ହୋଇଥିଲା ଏବଂ ସାଧାରଣ ନାଗରିକମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?