Posted inଜାତୀୟ

ୟୁକ୍ରେନରେ ଫସିରହିଥିବା ୧୮ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ସରକାର: ବିମାନ ଉଡାଣ ଉପରୁ ହଟାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୭।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ବିବାଦ ଭାରତର ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଥିବା ସେମାନଙ୍କ ପରିବାରର ଏବେ ଚିନ୍ତିତ ଅଛନ୍ତି। ଯେଉଁଥିପାଇଁ ସରକାର ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ମୁତାବକ ୟୁକ୍ରେନରେ ପ୍ରାୟ ୧୮ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସିରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମେଡିକାଲ ଛାତ୍ର ରହିଥିବା ଜଣାପଡ଼ିଛି। ସେମାନେ ଭାରତ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭାରତ ଓ ୟୁକ୍ରେନ ମଧ୍ୟରେ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଯାହାଫଳରେ ଭାରତ ଓ ୟୁକ୍ରେନ ମଧ୍ୟରେ ଯେକୌଣସି ବିମାନ ଚଳାଚଳ କରିପାରିବ। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ଆରମ୍ଭ ହୋଇନାହିଁ। ବର୍ତ୍ତମାନ ଚଳାଚଳ କରୁଥିବା ବିମାନଗୁଡ଼ିକ ବାୟୋ ବବଲ ଚୁକ୍ତିନାମା ଅନୁଯାୟୀ ଚଳାଚଳ କରୁଛନ୍ତି। ଏଥିଯୋଗୁ ବିମାନ ଚଳାଚଳ ସଂଖ୍ୟା ସୀମିତ ହୋଇଯାଇଛି। ତେବେ ୟୁକ୍ରେନରେ ଫସିରହିଥିବା ଭାରତୀୟମାନେ ବିମାନ ମିଳୁ ନ ଥିବା ନେଇ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୟୁକ୍ରେନକୁ ଯାଉଥିବା ଏବଂ ଆସୁଥିବା ସୀମିତ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଣିକି ବିମାନ ସେବାଗୁଡିକ ଯେତେ ସଂଖ୍ୟକ ବିମାନ ଚଳାଚଳ କରିପାରିବେ। ଏଥିସହ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନ ମଧ୍ୟ ପରିଚାଳିତ ହୋଇପାରିବ। ଏହାପୂର୍ବରୁ ମଙ୍ଗଳବାର ଭାରତୀୟ ଦୂତାବାସ ୟୁକ୍ରେନରେ ପଢ଼ୁଥିବା ଭାରତୀୟ ଛାତ୍ର ତଥା ଅନ୍ୟ ନାଗରିକଙ୍କୁ ସ୍ବଦେଶ ଫେରିବା ପାଇଁ ଏକ ଆଡଭାଇଜରୀ ଜାରି କରି ପରାମର୍ଶ ଦେଇଥିଲା। ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ ଭାରତୀୟ ନାଗରିକ ଓ ଛାତ୍ରମାନଙ୍କର ଏଠାରେ କୌଣସି ଆବଶ୍ୟକତା ନାହିଁ ସେମାନେ ନିଜ ଦେଶକୁ ଫେରିଯାଆନ୍ତୁ। ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ସଂଯମତା ଅବଲମ୍ବନ ରକ୍ଷା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ନାଗରିକମାନେ ଭୟଭୀତ ନ ହେବା ପାଇଁ ଭାରତୀୟ ଦୂତାବାସ ନିବେଦନ କରିଛି। ଆଉ ଯେଉଁମାନେ ଭାରତକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବ୍ୟବସାୟିକ ବିମାନରେ ଟିକେଟ କରି ଯିବାକୁ ପରାମଶ ଦେଇଛନ୍ତି। ୟୁକ୍ରେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏବଂ କାଲିଭରେ ଏକ କଣ୍ଟ୍ରୋଲ ରୁମ ଗଠନ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ଏଥିସହ ସହାୟତା ପାଇଁ ଏକ ହେଲ୍ପ୍ପଲାଇନ ନମ୍ବର ଏବଂ ଇମେଲ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଜଣେ ୨୪ଘଣ୍ଟା ଯୋଗାଯୋଗ କରିପାରିବ ବୋଲି ଅରିନ୍ଦମ ବାଗଚି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

୧ ନଭେମ୍ବରରୁ ନୂଆ ନିୟମ; ପାର୍କିଂ ପାଇଁ ଡବଲ ଚାର୍ଜ, ୫୦% କର୍ମଚାରୀ…

ନୂଆଦିଲ୍ଲୀ,୨୮।୯: ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ବଢ଼ିଛି । ପ୍ରତିବର୍ଷ ଶୀତଦିନରେ ଦିଲ୍ଲୀ-NCRର ବାୟୁ ଗୁଣବତ୍ତା ଖରାପ ହେଉଥିବାରୁ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ରାଜନୀତିରେ ବଡ଼ ହଲଚଲ: ଏମିତି ଘୋଷଣା କରିଦେଲେ ଚିରାଗ ପାସୱାନ, ଭାଜପା କହିଲା- ସମସ୍ତେ ନିଜ ନିଜ…

ନୂଆଦିଲ୍ଲୀ,୨୮।୯: ୨୦୨୭ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ମଧ୍ୟ ଏହି ନିର୍ବାଚନୀ ମଇଦାନକୁ ଓହ୍ଲାଇବ। କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଗତ ରବିବାର…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?