Posted inଜାତୀୟ

ୟୁକ୍ରେନରେ ଫସିରହିଥିବା ୧୮ହଜାର ଭାରତୀୟଙ୍କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଲେ ସରକାର: ବିମାନ ଉଡାଣ ଉପରୁ ହଟାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୭।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ବିବାଦ ଭାରତର ଚିନ୍ତା ବଢ଼ାଇ ଦେଇଛି। ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ସୁରକ୍ଷାକୁ ନେଇ ଭାରତରେ ଥିବା ସେମାନଙ୍କ ପରିବାରର ଏବେ ଚିନ୍ତିତ ଅଛନ୍ତି। ଯେଉଁଥିପାଇଁ ସରକାର ଏବେ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ମୁତାବକ ୟୁକ୍ରେନରେ ପ୍ରାୟ ୧୮ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସିରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମେଡିକାଲ ଛାତ୍ର ରହିଥିବା ଜଣାପଡ଼ିଛି। ସେମାନେ ଭାରତ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଭାରତ ଓ ୟୁକ୍ରେନ ମଧ୍ୟରେ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଯାହାଫଳରେ ଭାରତ ଓ ୟୁକ୍ରେନ ମଧ୍ୟରେ ଯେକୌଣସି ବିମାନ ଚଳାଚଳ କରିପାରିବ। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପୂର୍ଣ୍ଣ ଆରମ୍ଭ ହୋଇନାହିଁ। ବର୍ତ୍ତମାନ ଚଳାଚଳ କରୁଥିବା ବିମାନଗୁଡ଼ିକ ବାୟୋ ବବଲ ଚୁକ୍ତିନାମା ଅନୁଯାୟୀ ଚଳାଚଳ କରୁଛନ୍ତି। ଏଥିଯୋଗୁ ବିମାନ ଚଳାଚଳ ସଂଖ୍ୟା ସୀମିତ ହୋଇଯାଇଛି। ତେବେ ୟୁକ୍ରେନରେ ଫସିରହିଥିବା ଭାରତୀୟମାନେ ବିମାନ ମିଳୁ ନ ଥିବା ନେଇ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୟୁକ୍ରେନକୁ ଯାଉଥିବା ଏବଂ ଆସୁଥିବା ସୀମିତ ବିମାନ ଉଡ଼ାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଣିକି ବିମାନ ସେବାଗୁଡିକ ଯେତେ ସଂଖ୍ୟକ ବିମାନ ଚଳାଚଳ କରିପାରିବେ। ଏଥିସହ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନ ମଧ୍ୟ ପରିଚାଳିତ ହୋଇପାରିବ। ଏହାପୂର୍ବରୁ ମଙ୍ଗଳବାର ଭାରତୀୟ ଦୂତାବାସ ୟୁକ୍ରେନରେ ପଢ଼ୁଥିବା ଭାରତୀୟ ଛାତ୍ର ତଥା ଅନ୍ୟ ନାଗରିକଙ୍କୁ ସ୍ବଦେଶ ଫେରିବା ପାଇଁ ଏକ ଆଡଭାଇଜରୀ ଜାରି କରି ପରାମର୍ଶ ଦେଇଥିଲା। ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁ ଭାରତୀୟ ନାଗରିକ ଓ ଛାତ୍ରମାନଙ୍କର ଏଠାରେ କୌଣସି ଆବଶ୍ୟକତା ନାହିଁ ସେମାନେ ନିଜ ଦେଶକୁ ଫେରିଯାଆନ୍ତୁ। ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ସଂଯମତା ଅବଲମ୍ବନ ରକ୍ଷା କରିବାକୁ ସରକାର ପରାମର୍ଶ ଦେଇଛନ୍ତି। ନାଗରିକମାନେ ଭୟଭୀତ ନ ହେବା ପାଇଁ ଭାରତୀୟ ଦୂତାବାସ ନିବେଦନ କରିଛି। ଆଉ ଯେଉଁମାନେ ଭାରତକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବ୍ୟବସାୟିକ ବିମାନରେ ଟିକେଟ କରି ଯିବାକୁ ପରାମଶ ଦେଇଛନ୍ତି। ୟୁକ୍ରେନର ପରିସ୍ଥିତିକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଏବଂ କାଲିଭରେ ଏକ କଣ୍ଟ୍ରୋଲ ରୁମ ଗଠନ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି। ଏଥିସହ ସହାୟତା ପାଇଁ ଏକ ହେଲ୍ପ୍ପଲାଇନ ନମ୍ବର ଏବଂ ଇମେଲ ମଧ୍ୟ ଜାରି କରାଯାଇଛି। ଯେଉଁଥିରେ ଜଣେ ୨୪ଘଣ୍ଟା ଯୋଗାଯୋଗ କରିପାରିବ ବୋଲି ଅରିନ୍ଦମ ବାଗଚି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

”ନେହେରୁଙ୍କ ଭୁଲ୍ ପାଇଁ ସୃଷ୍ଟି ହୋଇଛି ପିଓକେ, ଅନ୍ୟଥା ଆଜି ଭାରତରେ ରହିଥାନ୍ତା: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୬।୧୨: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କଂଗ୍ରେସ ଉପରେ ବଡ଼ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ ନେହେରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି...

ଜମ୍ମୁ କଶ୍ମୀର ସଂରକ୍ଷଣ ଏବଂ ପୁନର୍ଗଠନ ବିଲ୍ ଲୋକସଭାରେ ପାରିତ

ନୂଆଦିଲ୍ଲୀ,୬।୧୨: ଜମ୍ମୁ କଶ୍ମୀର ସଂରକ୍ଷଣ (ସଂଶୋଧନ) ଏବଂ ଜମ୍ମୁ କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୩ ଲୋକସଭାରେ ପାରିତ ହୋଇଛି। ଜୁଲାଇ ୨୬, ୨୦୨୩ ରେ...

ମାନସିକ ଚାପରେ ସ୍ତ୍ରୀ ଏବଂ ଦୁଇ ପିଲାଙ୍କୁ ନିର୍ମମ ହତ୍ୟା ପରେ ଆତ୍ମହତ୍ୟା କଲେ ଡାକ୍ତର

ନୂଆଦିଲ୍ଲୀ, ୬।୧୨: ଉତ୍ତରପ୍ରଦେଶର ରାଏ ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଡାକ୍ତର ମାନସିକ ଚାପରେ ଆସି ନିଜର ସ୍ତ୍ରୀ ଏବଂ ଦୁଇ...

ହାଇକୋର୍ଟରେ ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ, ଅଧାରେ ବନ୍ଦ ହେଲା ବିଚାର…

ବେଙ୍ଗାଲୁରୁ,୬।୧୨ : ଅନଲାଇନ ଶୁଣାଣି ସମୟରେ ପର୍ନ ଭିଡିଓ ଚାଲିବା ଖେଳାଯିବା କାରଣରୁ କର୍ନାଟକ ହାଇକୋର୍ଟ ଏହି ସୁବିଧାକୁ କିଛି ସମୟ ପାଇଁ ସ୍ଥଗିତ ରଖିଛନ୍ତି।...

କ୍ଷମତାଶାଳୀ ମହିଳାଙ୍କ ତାଲିକାରେ ଅର୍ଥମନ୍ତ୍ରୀଙ୍କ ସମେତ ଅନ୍ୟ ୩ ଭାରତୀୟ…

ନୂଆଦିଲ୍ଲୀ,୬।୧୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଶ୍ୱର ସବୁଠାରୁ କ୍ଷମତାଶାଳୀ ମହିଳାଙ୍କ ଫୋର୍ବସ ତାଲିକାରେ ୩୨ ତମ ସ୍ଥାନରେ ରହିଛନ୍ତି। ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି...

ପ୍ରଣବ ମୁଖାର୍ଜୀ ହୋଇଥାନ୍ତେ ପ୍ରଧାନମନ୍ତ୍ରୀ, ମନା କରିଥିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୬।୧୨: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏକ ବଳିଷ୍ଠ ବ୍ୟକ୍ତିତ୍ୱର ଉଦାହରଣ। ତାଙ୍କ ରାଜନୈତିକ ଜୀବନ କାହାଣୀ ସହ ବଳିଷ୍ଠ ବ୍ୟକ୍ତିତ୍ୱ ଉପରେ ଏକ ବହି...

୧୦ ଭାଜପା ଏମପି ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୬।୧୨ : ୫ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ତିନୋଟି ରାଜ୍ୟରେ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହା ପରେ ବର୍ତ୍ତମାନ ୧୦ ଜଣ...

ଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ…

ନୂଆଦିଲ୍ଲୀ,୬।୧୨ : ଏନସିଆରବି (ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ) ଭାରତରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri