ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଜୟପୁର, ୧୭ା୩ (ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ବିଚାର ଗୁରୁବାର ଫାଷ୍ଟଟ୍ରାକ୍‌ ସ୍ପୋଶାଲ କୋର୍ଟରେ ହୋଇଛି। ଆଡହକ ଆଡିସନାଲ ସେସନ ଜଜ୍‌ ପ୍ରଦୀପ କୁମାର ସାସମଲ ମାମଲାର ରାୟ ଶୁଣାଣି କରି ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ କୋଟପାଡ ଥାନା ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ସନ୍ତୋଷ ଆଲିୟାସ୍‌ ସତ୍ୟ ନାରାୟଣ ମାଝି ଓ ସୋମନାଥ ଆଲିୟାସ କନ୍ଦ।

ମୁଖ୍ୟ ଅଭିଯୁକ୍ତ ସନ୍ତୋଷଙ୍କୁ ୨ଟି ଦଫାରେ ବିଚାରପତି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧୫ ହଜାର ଟଙ୍କା ଆର୍ଥତ୍କ ଜରିମାନା କରାଯାଇଛି। ଏହା ଅନାଦାୟ ହେଲେ ଅଧିକ ୯ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କହିଛନ୍ତି । ମାମଲାର ସହଯୋଗୀ ସୋମନାଥଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୩ ମାସ ଦଣ୍ଡ ଭୋଗିବାକୁ ବିଚରପତି ରାୟରେ କହିଛନ୍ତି । ଆଇନସେବା ପ୍ରାଧିକରଣ ପକ୍ଷରୁ ପୀଡିତାଙ୍କୁ ୨ ଲକ୍ଷ ଟଙ୍କା ଆର୍ଥତ୍କ ସହାୟତା ପ୍ରଦାନ କରିବାକୁ କୁହାଯାଇଛି। ଏଥିସହ ଦୋଷୀମାନଙ୍କ ଠାରୁ ଆଦାୟ ହେବାକୁ ଥିବା ୨୦ ହଜାର ଟଙ୍କା ମଧ୍ୟ ପୀଡ଼ିିତାଙ୍କୁ ଦେବାକୁ ବିଚାରପତି ସାସମଲ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ୧୧ ଜଣ ସାକ୍ଷ୍ୟ ଦେଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗାୟତ୍ରୀ ଦେବୀ ମାମଲା ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟ,୨୦୧୪ ମେ’ ୧୫ରେ ବୋରିଗୁମ୍ମା ଅଞ୍ଚଳର ଜଣେ ନାବାଳିକା ବଜାରକୁ ଯାଉଥିଲେ। ସେତିକିବେଳେ ଅଭିଯୁକ୍ତ ସନ୍ତୋଷ ଏବଂ ସହଯୋଗୀ ସୋମନାଥ ନାବାଳିକାଙ୍କୁ ଅପହରଣ କରି ଏକ ବୋଲେରୋ ଗାଡିରେ ଜଗଦଲପୁର ନେଇ ଏକ ଘରେ ରଖିଥିଲେ। ସେଠାରେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ବୋରିଗୁମ୍ମା ଥାନାରେ ମେ’ ୨୫ରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଜଗଦଲପୁରରୁ ନାବାଳିକାଙ୍କୁ ଉଦ୍ଧାର କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମହତ୍ୟା କଲେ ବରିଷ୍ଠ ଅଭିନେତା ରାଇମୋହନ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ା ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି।...

ପର୍‌ମିଶନ ନ ଥାଇ ମୂଲ୍ୟବାନ ପଟା ଚାଲାଣ ଅଭିଯୋଗ

କାଲିମେଳା,୩୧।୧(ଡି.ଏନ.ଏ) ମାଲକାନଗିରି ଜିଲା କାଲିମେଳା ସଦର ମହକୁମାସ୍ଥିତ ଶିଶୁମନ୍ଦିର ବିଦ୍ୟାଳୟ ପଛପଟେ ଭଡା ଘରେ ରହୁଥିବା କାଲିମେଳା କେସିସି ବ୍ୟାଙ୍କ ମ୍ୟାନେଜର ଚୋରା କାଠପଟା ଚାଲାଣ କରୁଥିବା...

ହାତୀପଲଙ୍କ ଉପଦ୍ରବ, ଧାନଫସଲ ନଷ୍ଟ

ଦଶପଲ୍ଲା,୨୫।୧୧(ଡି.ଏନ୍‌.ଏ.): ଦଶପଲ୍ଲା ବନାଞ୍ଚଳର ଚଡ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ସନ୍ଧ୍ୟା ହେଲେ ନିକଟସ୍ଥ ଧାନକ୍ଷେତକୁ ଆସି ଫସଲ...

‘ସରକାର ମାଗଣାରେ ଟିକା ଦିଅନ୍ତୁ’

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟ ସରକାର ମାଗଣାରେ କୋଭିଡ୍‌ ଟିକା ଦିଅନ୍ତୁ ବୋଲି ବିରୋଧୀ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ବିରୋଧୀଙ୍କ ଏଭଳି ଦାବିକୁ ଶାସକ...

୨ ଦିନ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ୪ ଓ ୫ ଦିନ ଶିମିଳିପାଳ ବନ୍ଦ ରହିବ। ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର ଏହି ସୂଚନା ଦେଇଛନ୍ତି। ତେବେ...

ହୋମ୍‌ କ୍ୱାରାଣ୍ଟାଇନରେ ୧୪ ପୋଲିସ କର୍ମଚାରୀ  

ବ୍ରହ୍ମଗିରି,୧୩ା୬(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରୁ ଶନିବାର ଜଣେ ଅଭିଯୁକ୍ତ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ବ୍ରହ୍ମଗିରି ଥାନାଧିକାରୀଙ୍କ ସମେତ ୧୪ଜଣ କର୍ମଚାରୀ ହୋମ କ୍ୱାରାଣ୍ଟାଇନରେ ରହିଥିବା...

ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌, ଚାଳକ ଗୁରୁତର

ସୁନ୍ଦରଗଡ଼,୨୫ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ୧୦ ନମ୍ବର ରାଜ୍ୟ ରାଜପଥର ଜରଙ୍ଗଲୋଇ ବସ୍‌ଷ୍ଟାଣ୍ଡ ନିକଟ ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ସୋମବାର ସକାଳୁ ଏକ ସରକାରୀ...

ରେଲୱେ ଜାଗାରୁ ଜବରଦଖଲ ଉଚ୍ଛେଦ: ଜୀବିକା ହରାଇଲେ ୩୦ ବ୍ୟବସାୟୀ

ରୂପ୍‌ସା, ୧୪।୧୨(ଡି.ଏନ.ଏ.)-ଦକ୍ଷିଣ-ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପ୍‌ସା ରେଳ ଜଙ୍କଶନଠାରେ ଥିବା ରେଲୱେ ଜାଗାରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଷ୍ଟେଶନ...

Advertisement
Archives

Model This Week