ରୁଷିଆକୁ ଯୁଦ୍ଧବିରତି ଚାପ

ବ୍ରସେଲ୍ସ,୨୫ା୩:ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ମାସେ ପୂରିଥିବାବେଳେ ମସ୍କୋକୁ କଡ଼ା ଜବାବ ଦେବା ପାଇଁ କିଭ୍‌କୁ ଯଥାସମ୍ଭବ ସହଯୋଗ କରିବା ନେଇ ଗୁରୁବାର ପାଶ୍ଚାତ୍ୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ), ୟୁରୋପୀୟ ସଂଘ (ଇୟୁ) ଏବଂ ଜି-୭ ସଦସ୍ୟ ରାଷ୍ଟ୍ରଗୁଡ଼ିକ ବେଲ୍‌ଜିୟମ୍‌ର ବ୍ରସେଲ୍ସରେ ଏକାଠି ହୋଇଛନ୍ତି। ତୁରନ୍ତ ଯୁଦ୍ଧ ବନ୍ଦ ପୂର୍ବକ ୟୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ନାଟୋ ନେତାମାନେ ଚାପ ପକାଇଛନ୍ତି। ଆକ୍ରମଣରେ ସହଯୋଗ ବନ୍ଦ କରିବାକୁ ବେଲାରୁଷକୁ କୁହାଯାଇଛି।
ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ ବ୍ରସେଲ୍ସରେ ରୁଦ୍ଧଦ୍ୱାର ସମ୍ମିଳନୀକୁ ଉଦ୍‌ଘାଟନ କରି କହିଛନ୍ତି, ଆମ ସୁରକ୍ଷା ଉପରେ ସଙ୍କଟ ସୃଷ୍ଟି ହୋଇଥିବା ସମୟରେ ଆମେ ଏକାଠି ହୋଇଛେ। ୟୁକ୍ରେନ୍‌ର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା ରୁଷିଆର ଆକ୍ରମଣକୁ ନିନ୍ଦା କରିବା ପାଇଁ ଆମେ ଏକତ୍ରିତ। ଏହି ଆକ୍ରମଣ ହେଉଛି ସାମ୍ପ୍ରତିକ ପିଢ଼ିରେ ସର୍ବବୃହତ୍‌ ସୁରକ୍ଷା ସଙ୍କଟ। ଆମେ ନିଜ ସହଯୋଗୀ ରାଷ୍ଟ୍ରର ଲୋକଙ୍କ ସୁରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ ଜାରି ରଖିବୁ। ପୁଟିନ୍‌ଙ୍କ ୟୁକ୍ରେନ୍‌ ଆକ୍ରମଣ ଆମ ସୁରକ୍ଷା ପରିବେଶକୁ ବଦଳାଇଦେଇଛି। ନାଟୋ ମଧ୍ୟ ଦୀର୍ଘସୂତ୍ରୀ ଲଢ଼େଇ ପାଇଁ ପ୍ରସ୍ତୁତ ରହିଛି। ରୁଷିଆକୁ ଜବାବ ଦେବା ପାଇଁ ସ୍ଲୋଭାକିଆ, ହଙ୍ଗେରି, ବୁଲଗେରିଆ ଓ ରୋମାନିଆକୁ ୪୦,୦୦୦ ସୈନ୍ୟଙ୍କୁ ପଠାଇବାକୁ ନାଟୋରେ ସହମତି ପ୍ରକାଶ ପାଇଛି। ରାସାୟନିକ ଅସ୍ତ୍ର ଏହି ସଂଘର୍ଷର ପରିଭାଷା ବଦଳାଇଦେଇପାରେ। ଏହା ଅନ୍ତର୍ଜାତୀୟ ଆଇନର ଖୋଲା ଉଲ୍ଲଂଘନ। ତେଣୁ ଜୈବିକ, ରାସାୟନିକ, ରେଡିଓଲୋଜିକାଲ ଏବଂ ଆଣବିକ ବିପଦରୁ ୟୁକ୍ରେନ୍‌କୁ ଆମତ୍ରକ୍ଷା ପାଇଁ ସହଯୋଗ ଦିଗରେ ସାଇବର ପ୍ରତିରକ୍ଷାକୁ ମଜଭୁତ କରାଯିବ ବୋଲି ନାଟୋ ମହାସଚିବ କହିଛନ୍ତି। ନାଟୋ ସମ୍ମିଳନୀକୁ ବାଦ୍‌ଦେଇ ବ୍ରସେଲ୍ସରେ ପୃଥକ୍‌ ଭାବେ ସାତ ଶିଳ୍ପବିକଶିତ ରାଷ୍ଟ୍ର ଜି-୭ ଏବଂ ଇୟୁର ସ୍ବତନ୍ତ୍ର ସମ୍ମିଳନୀ ହେଉଛି। ବାଇଡେନ୍‌ ଏହି ୩ ସମ୍ମିଳନୀରେ ଯୋଗଦେଇଛନ୍ତି। ଜି-୭ ନେତାମାନେ ରୁଷିଆ ସେଣ୍ଟ୍ରାଲ ବ୍ୟାଙ୍କର ସୁନା କାରବାର ଉପରେ କଟକଣା ଜାରି କରିଛନ୍ତି। ଫେବୃୟାରୀ ୨୪ରେ ରୁଷିଆ ସୈନ୍ୟ ୟୁକ୍ରେନ୍‌ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଯେଉଁ କଟକଣା ଜାରି କରାଯାଇଛି ମସ୍କୋ ତାକୁ ଫାଙ୍କିବାକୁ ଉଦ୍ୟମ ଚଳାଇଛି। ମସ୍କୋର ଏଭଳି ଚାଲାକି ବନ୍ଦ କରିବା ଲାଗି ଜି-୭ ଏବଂ ଇୟୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ନୂଆ ଉଦ୍ୟମ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?