ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଧମକ ଦେଲା ରୁଷିଆ

ମସ୍କୋ,୧୩।୧୦: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ନେଇ ରୁଷିଆ କଡ଼ା ପ୍ରତିକ୍ରିୟା ରଖିଛି। ରୁଷିଆ ଏହାକୁ ୟକ୍ରେନର ପ୍ରୋପାଗଣ୍ଡା କହିବା ସହ ଏଭଳି କିଛି ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ ବୋଲି ରାଷ୍ଟ୍ରପତି ଭ୍ଲାଦିିମିର ପୁଟିନ ଚେତାଇ ଦେଇଛନ୍ତି। ଏହା ପୂର୍ବରୁ ରୁଷିଆ ଅନେକଥର ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ବୋଲି ଧମକ ଦେଇସାରିଛି। ହେଲେ ପ୍ରଥମ ଥର ରୁଷିଆ ସିଧାସଳଖ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଧମକ ଦେଇଛି। ଅନ୍ୟପଟେ ରୁଷିଆ ସିକ୍ୟୁରିଟି କାଉନସିଲର ଡେପୁଟି ସେକ୍ରେଟାରୀ ଆଲେକଜାଣ୍ଡାର ବେନିଡିକତୋଭ କହିଛନ୍ତି, ୟୁକ୍ରେନ ଭଲ ଭାବେ ଜାଣିଛି ଯେ, ଯଦି ସେ ନାଟୋରେ ସାମିଲ ହୁଏ ତେବେ ଏହି ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବ। ତେବେ ଏଭଳି ପରିଣାମ ପାଇଁ ନିଜେ ନାଟୋ ଓ ସଦସ୍ୟ ଦେଶମାନେ ବୋଲି ପୁଟିନଙ୍କ ନିକଟତମ କୁହାଯାଉଥିବା ଆଲେକଜାଣ୍ଡାର କହିଛନ୍ତି। ରୁଷିଆର ଏଭଳିି ଧମକ ସେହି ସମୟରେ ଆସିଛି ଯେତେବେଳେ ୟୁକ୍ରେନର ଅନେକ ଅଞ୍ଚଳରେ ରୁଷିଆ ବୋମା ବର୍ଷା କରୁଛି। ଅନ୍ୟପଟେ ରୁଷିଆର ତୃତୀୟ ବିଶ୍ୱଯୁଦ୍ଧ ଧମକକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆମେ କେହି ବି ତୃତୀୟ ବିଶ୍ୱଯୁଦ୍ଧ ଚାହୁଁନୁ, କେବଳ ୟୁକ୍ରେନର ସାର୍ବଭୌମତ୍ୱର ସୁରକ୍ଷା ଲାଗି ସହାୟତା କରୁଛୁ। କିନ୍ତୁ କେବେବି ରୁଷିଆ ଉପରେ ସିଧାସଳଖ ଆକ୍ରମଣ କରିବୁନି। ବର୍ତ୍ତମାନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଯୁଦ୍ଧ ରୋକିଦେବା ଉଚିତ୍‌। ଏଥିସହ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ କରିବା ଆବଶ୍ୟକ ବୋଲି ମାକ୍ରୋନ କହିଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ନାଟୋ ସଦସ୍ୟତା ପ୍ରକ୍ରିୟାକୁ ଶୀଘ୍ର କରିବାକୁ ଆବେଦନ କରିଥିେଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ ବାତିଲ କଲା ଆମେରିକା

ଓ୍ବାଶିଂଟନ୍‌,୨।୪: ୟୁକ୍ରେନରେ ଜାରି ରହିଥିବା ସାମରିକ ଯୁଦ୍ଧ ମଧ୍ୟରେ ଏବଂ ରୁଷିଆ ସହିତ ପରମାଣୁ ତିକ୍ତତାକୁ କମ୍‌ କରିବା ପାଇଁ ଆମେରିକା ମିନିଟ୍‌ମ୍ୟାନ ତୃତୀୟ ଅନ୍ତମହାଦ୍ୱୀପ...

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରତିଶ୍ରୁତିରେ ବାଧା, ରୁଷିଆ ସହିତ ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ…

ଓ୍ବାଶିଂଟନ,୨୯।୧୦ : ଆଠ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ କେବଳ ରୁଷିଆ ନୁହେଁ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ଖାଲି ହୋଇଯାଉଛି। ଏହି କାରଣରୁ,...

ପିତା ହେଲେ ବୋରିସ୍‌ ଜନସନ୍‌

ଲଣ୍ଡନ,୨୯।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଗୁରୁବାର ଏକ ପୁତ୍ର ସନ୍ତାନର ଜନକ ହୋଇଛନ୍ତି। ତାଙ୍କ ପ୍ରେମିକା କାରି ସାଇମଣ୍ଡ୍‌ ଲଣ୍ଡନର ଏନ୍‌ଏଚ୍‌ଏସ୍‌ ହସ୍ପିଟାଲରେ ଶିଶୁପୁତ୍ରଙ୍କୁ...

୧୪ ବର୍ଷ ବୟସ୍କା ନାବାଳିକାଙ୍କ ବିବାହକୁ ବୈଧ କହିଲେ ପାକିସ୍ତାନ କୋର୍ଟ

ଇସଲାମାବାଦ୍‌,୮।୨: ପାକିସ୍ତାନର ଏକ କୋର୍ଟ ଜଣେ ୧୪ ବର୍ଷ ବୟସ୍କା ଖ୍ରୀଷ୍ଟିଆନ୍‌ ନାବାଳିକାଙ୍କ ବିବାହକୁ ବୈଧ ବୋଲି କହିଛନ୍ତି। ନାବାଳିକା ଜଣକ ଋତୁମତୀ ହୋଇଥିବାରୁ ଏହି...

ଲୁଣରେ ଆୟୋଡ଼ିନ୍‌: ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ ଦେଶରେ ପ୍ରତିବନ୍ଧିତ

ଓ୍ବାଶିଂଟନ,୧୧।୬: ଭାରତରେ ଆୟୋଡ଼ିନ୍‌ଯୁକ୍ତ ଲୁଣର ବ୍ୟବହାର ପାଇଁ ସରକାରଙ୍କ ସ୍ବୀକୃତି ମିଳିଛି। ତେବେ ଏହାକୁ ଆମେରିକା, ଜର୍ମାନୀ ସମେତ ପୃଥିବୀର ୫୬ଟି ଦେଶରେ ପ୍ରତିବନ୍ଧିତ କରାଯାଇଛି।...

୨୦୨୫ ମଧ୍ୟରେ ଆମ ଉପରେ ଆକ୍ରମଣ କରିପାରେ ଚାଇନା: ତାଇଓ୍ବାନ

ତାଇପେଇ,୬ା୧୦: ଚାଇନା ୨୦୨୫ ମଧ୍ୟରେ ଆମ ଉପରେ  ବ୍ୟାପକ ଆକ୍ରମଣ କରିପାରେ। ଏନେଇ ବୁଧବାର ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ କହିଛନ୍ତି ଯେ, ଚାଇନା...

ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।...

ଟ୍ରମ୍ପ୍‌ଙ୍କ ଆଦେଶ: ସୋମାଲିଆରୁ ସ୍ବଦେଶ ଫେରିବେ ଆମେରିକା ସୈନ୍ୟ

ଓ୍ବାଶିଂଟନ, ୫।୧୨: ସୋମାଲିଆରେ ଆତଙ୍କବାଦୀ ସଂଗଠନ ବିରୋଧରେ ଲଢ଼େଇ ଜାରି ରଖିଥିବା ଆମେରିକାର ୭୦୦ ସୈନ୍ୟ ସ୍ବଦେଶ ଫେରିବେ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ପକ୍ଷରୁ...

Advertisement
Archives

Model This Week