ସୋଲେଦାର ସହର ଦଖଲକଲା ରୁଷିଆ

କିଭ୍‌,୧୪।୧: ୟୁକ୍ରେନ୍‌ର ପୂର୍ବଭାଗରେ ଥିବା ସୋଲେଦାର ସହରକୁ ରୁଷୀୟ ସୈନ୍ୟମାନେ ଦଖଲ କରିଥିବା ଶୁକ୍ରବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେଠାରେ ଦୀର୍ଘଦିନ ହେବ ରୁଷିଆ ଓ ୟୁକ୍ରେନ୍‌ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗିରହିଥିଲା। ଡୋନେସ୍କ ପ୍ରଦେଶର ସୋଲେଦାର ସହରକୁ ରୁଷିଆ ଅକ୍ତିଆର କରିବା ନେଇ ୟୁକ୍ରେନ୍‌ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଏକାଧିକ ଯୁଦ୍ଧକ୍ଷେତ୍ରରେ ବିଫଳ ହେବା ପରେ ଉପରୋକ୍ତ ସହର ଦଖଲ କରିବା କ୍ରେମ୍‌ଲିନ୍‌ ପାଇଁ ଏକ ବିରଳ ବିଜୟ ସୂଚନା ବୋଲି କୁହାଯାଉଛି। ଆରମ୍ଭରୁ ରୁଷିଆ ଡୋନେକ୍ସ ଏବଂ ଲୁହାନ୍‌ସ୍କକୁ ଟାର୍ଗେଟ କରିଥିଲା ଏବଂ ଏହାକୁ ରୁଷିଆର ଅଞ୍ଚଳ ବୋଲି ଦାବି କରିଆସୁଥିଲା। ଗୁରୁବାର ସନ୍ଧ୍ୟାରେ ସୋଲେଦାର ସହର ସ୍ବାଧୀନ ହୋଇଥିବା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର ଲ୍ୟୁଟ୍‌ନାଣ୍ଟ ଜେନେରାଲ ଇଗୋର କୋନାଶେଙ୍କୋଭ୍‌ କହିଛନ୍ତି। ଡୋନେସ୍କ ଅଞ୍ଚଳରେ ଆକ୍ରମଣ ଜାରି ରଖିବା ଲାଗି ଏହା ଜରୁରୀ ଥିଲା ବୋଲି ସେ ମତ ଦେଇଛନ୍ତି।
ସୋଲେଦାର ରୁଷିଆ ନିୟନ୍ତ୍ରଣକୁ ଆସିଯାଇଥିବାରୁ ଏଣିକି ଏହାର ସୈନ୍ୟମାନେ ଡୋନେକ୍ସ ସହରର ବଖମୁଟରେ ଥିବା ୟୁକ୍ରେନୀୟ ସୈନ୍ୟଙ୍କ ଯୋଗାଣ ଲାଇନ କାଟିପାରିବେ ଏବଂ ସେଠାରେ ୟୁକ୍ରେନ୍‌ ୟୁନିଟ୍‌କୁ ଚାରିପଟୁ ଘେରିପାରିବେ ବୋଲି କୋନାଶେଙ୍କୋଭ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ମରିୟମ, ହେଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ

ଇସଲାମାବାଦ,୨୬।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ସହିତ ମରିୟମ...

ଆମେ ୩୧ ହଜାର ସୈନିକଙ୍କୁ ହରାଇଛୁ: ୨ ବର୍ଷର ଯୁଦ୍ଧକୁ ନେଇ ମୁହଁ ଖୋଲିଲେ ଜେଲେନସ୍କି

କିଭ୍‌,୨୬।୨: ରୁଷିଆ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ବିତିଗଲାଣି । ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ୨୪ ଫେବୃଆରୀ ୨୦୨୨ରେ ଆରମ୍ଭ ହୋଇଥିଲା, ଯାହା ଏବେବି...

ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ବୁର୍କିନା ଫାସୋ,୨୬।୨: ଉତ୍ତର ବୁର୍କିନା ଫାସୋରେ ଏକ କ୍ୟାଥୋଲିକ ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୫ ସାଧାରଣ ନାଗରିକଙ୍କ ମୃତ୍ୟୁ...

ବିଲି୍ଡଂରେ ଲାଗିଲା ନିଆଁ: ଜଳିଗଲେ ଭାରତୀୟ ସାମ୍ବାଦିକ

ନ୍ୟୁୟର୍କ, ୨୫।୨: ଆମେରିକାରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳର ଏକ କୋଠାରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ୨୭...

ମୋଦିଙ୍କ କଥାକୁ ମାତ୍ର ୫ ମିନିଟ୍‌ରେ ମାନି ନେଇଥିଲେ ଏହି ଦେଶର ରାଷ୍ଟ୍ରପତି

ଦୁବାଇ,୨୫।୨: ସଂଯୁକ୍ତ ଆରବ ଏମିରେଟ୍ସର ଜଣେ କୂଟନୀତିଜ୍ଞ ୟୁଏଇ ମନ୍ଦିର ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୧୫ରେ ଏକ ଗସ୍ତ ସମୟରେ...

ବାଇଡେନଙ୍କ ସ୍ମରଣ ଶକ୍ତିକୁ ନେଇ ପୁଣି ଉଠିଲା ପ୍ରଶ୍ନ, ସି ଜିନପିଙ୍ଗଙ୍କୁ କହିଲେ ‘ରୁଷିଆର ରାଷ୍ଟ୍ରପତି’

ଓ୍ବାଶିଂଟନ,୨୫।୨: ଦୁର୍ବଳ ସ୍ମୃତିଶକ୍ତି ଏବଂ ବୃଦ୍ଧାବସ୍ଥା ଯୋଗୁଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନେକ ଥର ସମାଲୋଚନା କରାଯାଇଛି। ଏବେ ପୁଣି ଥରେ ଜୋ ବାଇଡେନ...

ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା, ରେସ୍‌ରେ ସବୁଠୁ ଆଗରେ ଆସିଫ ଅଲି ଜରଦାରି

ଇସଲାମାବାଦ,୨୫।୨: ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଠକେଇ ଅଭିଯୋଗ ରହିଛି। ଏହି ଅଭିଯୋଗଗୁଡିକ ଜାଣି ନ ଥିବାରୁ ପାକିସ୍ତାନର ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ କରିବାକୁ...

ପଞ୍ଜାବ ଅଞ୍ଚଳର ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ନେଇ ଆରମ୍ଭ ହେଲା କାଉଣ୍ଟ ଡାଉନ, ମରିୟମଙ୍କ ଉପରେ ସମସ୍ତଙ୍କ ନଜର

ଇସଲାମାବାଦ,୨୫।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବ ପ୍ରଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବେ। ସେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri