ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …

ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି। ଏହି ସମୟରେ, ଚେଚନ ରିପବ୍ଲିକର ନେତା ରମଜାନ କାଦିରୋଭ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ଉପରେ ସ୍ବଳ୍ପ କ୍ଷମତା ବିଶିଷ୍ଟ ଆଣବିକ ଅସ୍ତ୍ର ବ୍ୟବହାର କରିବାକୁ ଦାବି କରିଛନ୍ତି। କାଦିରୋଭ ପୁଟିନଙ୍କର ଜଣେ ଭଲ ବନ୍ଧୁ ଭାବେ ବେଶ୍‌ ଜଣାଶୁଣା।

କାଦିରୋଭ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରଣାଳୟ ସର୍ବୋଚ୍ଚ ସେନାଧ୍ୟକ୍ଷଙ୍କୁ କ’ଣ ରିପୋର୍ଟ କରେ ମୁଁ ଜାଣେ ନାହିଁ, କିନ୍ତୁ ମୋର ବ୍ୟକ୍ତିଗତ ମତ ହେଉଛି କଠୋର ନିଷ୍ପତ୍ତି ନେବାର ସମୟ ଆସିଛି। ସୀମାନ୍ତ ଅଞ୍ଚଳରେ ସାମରିକ ଆଇନ ଘୋଷଣା କରାଯିବା ଉଚିତ ଏବଂ ସ୍ବଳ୍ପ କ୍ଷମତା ବିଶିଷ୍ଟ ଆଣବିକ ଅସ୍ତ୍ର ବ୍ୟବହାର କରାଯିବା ଜରୁରୀ। ପାଶ୍ଚାତ୍ୟ ଆମେରିକୀୟ ସମ୍ପ୍ରଦାୟକୁ ଧ୍ୟାନରେ ରଖି ପ୍ରତ୍ୟେକ ନିଷ୍ପତ୍ତି ନିଆଯିବା ଆବଶ୍ୟକ ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେବା ପରେ ଆଶ୍ଚର୍ଯ୍ୟ କରିଦେଲା ଶିଶୁ, ରହିଛି ୩୨ ଦାନ୍ତ

ନୂଆଦିଲ୍ଲୀ, ୨୦ା୭: ସାଧାରଣତଃ ଶିଶୁଟିଏ ଜନ୍ମ ହେଲା ବେଳେ ତାର ଦାନ୍ତ ଉଠି ନଥାଏ । ସମୟ କ୍ରମେ ଧିରେ ଧିରେ ଦାନ୍ତ ଉଠିଥାଏ ଏବଂ...

ସତ୍ୟ ନାଡେଲାଙ୍କୁ କଟାକ୍ଷ କଲେ ମସ୍କ

ଓ୍ବାଶିଂଟନ,୨୦।୭: ଜୁଲାଇ ୧୯, ୨୦୨୪ ଶୁକ୍ରବାରକୁ ଅଧିକାଂଶ ଲୋକେ ଭୁଲିପାରିବେ ନାହିଁ। କାରଣ ଏହିଦିନ ସାରା ବିଶ୍ୱରେ ଠପ୍‌ ହୋଇଯାଇଥିଲା ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ ବନ୍ଦ ହେତୁ...

ବାଂଲାଦେଶରେ ହିଂସାର ନିଆଁରେ ଜଳିଲା ୧୦୫ ଜୀବନ, ପୂରା ଦେଶରେ ଲାଗିଲା କଫ୍ୟୁ, ପ୍ରଧାନମନ୍ତ୍ରୀ ନେଲେ ବଡ଼ ପଦକ୍ଷେପ

ଢାକା,୨୦।୭: ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବିରୋଧରେ ବିରୋଧ ଦିନକୁ ଦିନ ହିଂସାତ୍ମକ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ୧୦୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି...

ଲିଡ୍ସରେ ଦଙ୍ଗା ସ୍ଥିତି: ପୋଡି ଦେଲେ ବସ୍‌

ଲଣ୍ଡନ୍‌,୨୦ା୭: ବ୍ରିଟେନ୍‌ର ଲିଡ୍ସ ସହରରେ ଚାଇଲ୍ଡ କେୟାର ଏଜେନ୍ସି ଏକ ପରିବାରର କେତେଜଣ ଶିଶୁଙ୍କୁ ନେଇଯାଉଥିଲା। ସ୍ଥାନୀୟ ଲୋକେ ଏହା ଦେଖିବା ପରେ ଏଜେନ୍ସିକୁ ବିରୋଧ...

ଭିଏଟ୍‌ନାମ ନେତା ଟ୍ରୋଙ୍ଗ୍‌ଙ୍କ ପରଲୋକ: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି

ହନୋଇ, ୨୦।୭: କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏଟ୍‌ନାମର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ଗୁୟେନ୍‌ ଫୁ ଟ୍ରୋଙ୍ଗ୍‌ଙ୍କ ୮୦ ବର୍ଷ ବୟସରେ ପରଲୋକ...

ପାକିସ୍ତାନରେ ବଢିଲା ହିନ୍ଦୁ ଜନସଂଖ୍ୟା

ଇସଲାମାବାଦ,୧୯।୭: ମୁସଲମାନ ବହୁଳ ପାକିସ୍ତାନରେ ବୃହତ୍ତମ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁମାନଙ୍କର ଜନସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। ଶିଖ ଏବଂ ପାରସୀଙ୍କ ଜନସଂଖ୍ୟା ସମାନ ରହିଛି। ଦେଶର...

ଆମେରିକାକୁ କଡା ଜବାବ ଦେଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୭: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସୱାଲ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀଙ୍କ ‘ରଣନୀତିକ ସ୍ବାୟତ୍ତତା’ ଉପରେ ଦେଇଥିବା ବିବୃତ୍ତି ଉପରେ...

ଅନ୍ୟ ଜଣେ ମହିଳାଙ୍କୁ ଜିଲ ବୋଲି ଭାବୁଥିଲେ ବାଇଡେନ! ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ,୧୯।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସତରେ ଏବେ ବୃଦ୍ଧ ହୋଇଯାଇଛନ୍ତି। ତାଙ୍କର କାର୍ଯ୍ୟକଳାପ ହେତୁ ସେ ଗଣମାଧ୍ୟମରେ କ୍ରମାଗତ ଭାବରେ ହେଡଲାଇନରେ ରହୁଛନ୍ତି। ବେଳେବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri